Categories: ଜାତୀୟ

ପଞ୍ଜାବବାସୀଙ୍କୁ ୧୦ ବଡ ଗ୍ୟାରେଣ୍ଟି ଦେଲେ କେଜରିୱାଲ

ଚଣ୍ଡିଗଡ଼,୨୯ ।୧: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ସବୁ ଦଳ ଏବେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି । ଶନିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ ବି ଭୋଟ ହାତେଇବାକୁ ପଞ୍ଜାବବାସୀଙ୍କୁ ୧୦ ବଡ ଗ୍ୟାରେଣ୍ଟି ଦେଇଛନ୍ତି । ଶନିବାର ଏକ ଖବରଦାତା ସମ୍ମିଳନୀରେ କେଜରିୱାଲ କହିଛନ୍ତି ଆମେ ଘୃଣ୍ୟ ରାଜନୀତି ବା ଭ୍ରଷ୍ଟାଚାର କରିବାକୁ ଆସିନୁ । ଆମେ କାମ କରିବାକୁ ଆସିଛୁ ଲୋକଙ୍କ ସେବା କରିବାକୁ ଆସିଛୁ । ସେ କହିଛନ୍ତି ଏବେ ଏଏପିକୁ ୫ ବର୍ଷ ଶାସନ ଭାର ଦେଇ ଆପଣମାନେ ଦେଖନ୍ତୁ ଆମେ ଆପଣଙ୍କ ପାଇଁ କ’ଣ କରୁଛୁ । ଏହି ଅବସରରେ ସେ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି । ଯଦି ପଞ୍ଜାବରେ ଏଏପି ସରକାର ଗଠନ କରେ ତେବେ,
ସହର ସଫାସୁତୁରା ରହିବ ।
ଡୋର ଷ୍ଟେପ ଡେଲିଭରି ମିଳିବ । ଯାହା ଏବେ ଦିଲ୍ଲୀରେ ମିଳୁଛି ।
ଅଣ୍ଡରଗ୍ରାଉଣ୍ଡ କେବଲିଂ ହେବ ।
ହସ୍ପିଟାଲ ଓ ୧୬ ହଜାର କ୍ଲିନିକ ତିଆରି ହେବ ।
ସରକାରୀ ସ୍କୁଲର ଉନ୍ନତିକରଣ କରାଯିବ ।
୨୪ ଘଣ୍ଟା ବିଜୁଳି ଯୋଗାଇ ଦିଆଯିବ ।
୨୪ ଘଣ୍ଟା ପାଣି ମିଳିବ ।
ଆସନ୍ତା ୫ ବର୍ଷ ମଧ୍ୟରେ କୌଣସି ଟ୍ୟାକ୍ସ ବୃଦ୍ଧି ହେବ ନାହିଁ ।
ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ଭଳି ସବୁଠି ସିସିଟିଭି କ୍ୟାମେରା ଲଗାଯିବ ।
ଭଲ ସଡ଼କ ନିର୍ମାଣ କରାଯିବ ।

Share