Categories: ଜାତୀୟ

ଶରଦ ପାୱାରଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ବରିଷ୍ଠ ଏନସିପି ନେତା ଓ୍ବାଇ.ବି ଚାବନ, ଅଜିତ ପାୱାର, ଛଗନ ଭୁଜବଲ, ସୁନୀଲ ତଟକେରେ କେଜ୍‌ରିଓ୍ବାଲଙ୍କୁ ସ୍ବାଗତ କରିଥିଲେ। ତେବେ ଏହି ସାକ୍ଷାତରେ କେଜ୍‌ରିଓ୍ବାଲ ଦିଲ୍ଲୀର ସ୍ଥାନାନ୍ତର-ପୋଷ୍ଟିଂକୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିରୋଧରେ ପାୱାରଙ୍କ ସମର୍ଥନ ଲୋଡିଛନ୍ତି। ସେ କହିଛନ୍ତି, ଶରଦ ପାୱାର ସାର ହେଉଛନ୍ତି ଦେଶର ସବୁଠାରୁ ବଡ ନେତା। ମୁଁ ଆଜି ତାଙ୍କୁ ସମର୍ଥନ ପାଇଁ ଅନୁରୋଧ କରିଛି। ଏଥିସହ ଦେଶର ଅନ୍ୟ ଦଳଗୁ କେମିତି ଆମକୁ ସମର୍ଥନ କରିବେ, ସେନେଇ ମଧ୍ୟ ସହାୟତା କରିବାକୁ କହିଛି।

କେଜ୍‌ରିଓ୍ବାଲଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଏଏପି ଏମ୍‌ପି ରାଘବ ଚଡ୍ଡା, ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏବଂ ଅନ୍ୟ ଏଏପି ନେତାମାନେ ମଧ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ବୁଧବାର କେଜ୍‌ରିଓ୍ବାଲ ମୁମ୍ବାଇସ୍ଥିତ ବାସଭବନରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ବର୍ତ୍ତମାନ ମୁମ୍ବାଇରେ ଥିବା କେଜ୍‌ରିଓ୍ବାଲ କହିଛନ୍ତି, ଭାଜପାର ଗେମ ପ୍ଲାନ ଦେଶ ପାଇଁ ଅତ୍ୟନ୍ତ ବିପଦଜନକ ସ୍ଥିତି ସୃଷ୍ଟି କରୁଛି। ଏହା ବିରୋଧୀଙ୍କ ପାଇଁ ପ୍ରସଙ୍ଗ ନୁହେଁ। ଏହା ଦେଶର ପ୍ରସଙ୍ଗ।

Share