Categories: ଜାତୀୟ

କେଜରିୱାଲଙ୍କ ନିର୍ଦ୍ଦେଶ, ସିଧା ଏଲଜିଙ୍କଠାରୁ ଆଦେଶ ନେବା ବନ୍ଦ କରନ୍ତୁ ଅଧିକାରୀ

ନୂଆଦିଲ୍ଲୀ,୨୪ ।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି । କେଜରିୱାଲ ସରକାରଙ୍କ ମନ୍ତ୍ରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି କି ଏଲଜି ସାକ୍ସେନାଙ୍କଠାରୁ ଆଦେଶ ନେବା ବନ୍ଦ କରାଯାଉ । ସମସ୍ତ ମନ୍ତ୍ରୀ ନିଜ ନିଜ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଟ୍ରାଞ୍ଜାକଶନ ଅଫ ବିଜନେସ ରୁଲ୍ସ(ଟିବିଆର)ର କଡା ପାଳନ କରାଯାଉ । ସଚିବଙ୍କୁ କୁହାଯାଇଛି କି ଏଲଜି ସାକ୍ସେନାଙ୍କଠାରୁ ମିଳୁଥିବା କୌଣସି ବି ଆଦେଶକୁ ନେଇ ମନ୍ତ୍ରୀଙ୍କୁ ରିପୋର୍ଟ କରାଯାଉ ।

ଏହାପଛରେ କେଜରିୱାଲ ସରକାରଙ୍କ ମନ୍ତ୍ରୀ କହିଛନ୍ତି, ଉପରାଜ୍ୟପାଳ ସାକ୍ସେନାଙ୍କ ଏଭଳି ଅସାମ୍ବିଧାନିକ ସିଧା ଆଦେଶକୁ ଲାଗୁ କରିବା ନିୟମ ୫୭ର ଉଲ୍ଲଂଘନ । ଏହାସହ ଏଲଜିଙ୍କ ପକ୍ଷରୁ ଦିଆଯାଇଥିବା କୌଣସି ବି ଆଦେଶ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ବି ନୁହେଁ ।

Share