କାର୍ଯ୍ୟକ୍ଷମ ହେଉନି କ୍ଲଷ୍ଟର ସାଲୋ ପଏଣ୍ଟ

ବନ୍ତ,୨୭।୨(ଡି.ଏନ.ଏ.)  ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ ବୋଲି ସେମାନେ କହିଛନ୍ତି।
ଯେ, ଉକ୍ତ ଗ୍ରାମରେ ରାଜ୍ୟ ସରକାରଙ୍କ ଜଳନିଧି ଯୋଜନା ଫେଜ୍‌-୨ରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଉଠା ଜଳସେଚନ ନିଗମ ଲିଃ ଦ୍ୱାରା ୧୯ ଲକ୍ଷ ୪୭ ହଜାର ୫ ଶହ ଟଙ୍କା ବ୍ୟୟ ଅଟକଳରେ କ୍ଲଷ୍ଟର ସାଲୋ ପଏଣ୍ଟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୧ ଫେବୃୟାରୀ ୨୦ରେ ଆରମ୍ଭ ହୋଇ ଗତ ଜୁନ୍‌ ୧ରେ ଶେଷ ହୋଇଥିଲା। ମାତ୍ର ଗତ ଅଗଷ୍ଟରେ ସମ୍ପୃକ୍ତ ଠିକାଦାର ପରୀକ୍ଷା ମୂଳକ ଭାବେ ପ୍ରକଳ୍ପକୁ ଚଲାଇ ଚାଲି ଯାଇଥିଲେ। ସେତେବେଳେ ପ୍ରକଳ୍ପ ସ୍ଥାନରେ କୌଣସି ମିଟର କିମ୍ବା କାପାସିଟର ଲଗାଯାଇ ନ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନ ଥିଲା। ଏହାମଧ୍ୟରେ ୬ ମାସ ବିତିଯାଇଥିବା ବେଳେ ଉକ୍ତ ପ୍ରକଳ୍ପକୁ ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରାଯାଇ ନାହିଁ। ଫଳରେ ଏହା ଉପରେ ନିର୍ଭର କରିଥିବା ୫ ଚାଷୀଙ୍କର ୨୫ ହେକ୍ଟର ଜମିରେ ହୋଇଥିବା ପରିବା ଚାଷ ଆଂଶିକ ନଷ୍ଟ ହୋଇଯାଇଛି। ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ ସହ ପରିବା ଚାଷ ନଷ୍ଟ ବାବଦରେ କ୍ଷତିପୂରଣ ଦିଆଯିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଭଦ୍ରକ ସ୍ଥିତ ଉଠା ଜଳସେଚନ ବିଭାଗ ଏସ୍‌ଡିଓ ଦିଲୀପ ସାହୁଙ୍କୁ ପଚାରିବାରୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୮ରେ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।...

ପୁଅକୁ ମାନସିକ ନିର୍ଯାତନା ଦିଆଯାଉଥିଲା: ମା’

ଖଇରା/କପ୍ତିପଦା,୧୯।୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ପାରଳାଖେମୁଣ୍ଡି...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁ ମାଛି ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହତ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁମାଛି ଆକ୍ରମଣରେ ଗୁରୁବାର ୧୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ପଞ୍ଚିମବଙ୍ଗର ବୋଲି ଜଣାପଡ଼ିଛି।...

ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ଭାଜପା

ଭୁବନେଶ୍ବର,୨୭ା୯(ବ୍ୟୁରୋ):ପୁରୀ ଜିଲା ଗୋପ ବ୍ଲକ ୧୧ନମ୍ବର ଜିଲା ପରିଷଦ ଜୋନ୍‌ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ...

ପ୍ରଥମ ଦିନରେ ଟିକେଟ ଶେଷ

କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍‌ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି...

ପ୍ରଫେସର ଦେବେନ୍ଦ୍ର ଦାଶଙ୍କୁ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଅଖିଳ ଭାରତ ସାହିତ୍ୟ ପରିଷଦ, ଓଡ଼ିଶା ପକ୍ଷରୁ ବିଶିଷ୍ଟ ଲେଖକ ଡ. ଦେବେନ୍ଦ୍ର ନାଥ ଦାଶଙ୍କୁ ଚଳିତବର୍ଷ ‘୨ୟ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ’...

ସତ୍ୟଜିତ ମହାନ୍ତି ଓପିଏସ୍‌ସି ଅଧ୍ୟକ୍ଷ

ଭୁବନେଶ୍ୱର,୧ା୨(ବ୍ୟୁରୋ): ୧୯୮୮ ବ୍ୟାଚ ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ...

ଆର୍‌ଆଇ ଅଫିସ ଖାଲି ଯୋଗୁ ଲୋକେ ହନ୍ତସନ୍ତ

ପୁରୁଣା ଭୁବନେଶ୍ୱର,୬ା୨(ଡି.ଏନ.ଏ.): ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଓ ଜମି ଅଧିଗ୍ରହଣ ନେଇ ମାପଚୁପ ଚାଲିଛି। ଅନ୍ୟ ଅଧିକାରୀଙ୍କ ସହ ରାଜସ୍ବ...

Advertisement
Archives

Model This Week