Posted inଜାତୀୟ

ନୈନିତାଲରେ ବାଦଲ ଫଟା ବର୍ଷା: ବନ୍ୟାରେ ୧୭ ମୃତ

ହରିଦ୍ୱାର,୧୯ ।୧୦: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଏହାରି ଭିତରେ ନୈନିତାଲରେ ବାଦଲ ଫଟା ବର୍ଷା ହୋଇଥିବା ଜଣାପଡିଛି । ରାମଗଡ଼ରେ ମଙ୍ଗଳବାର ସକାଳେ ବାଦଲ ଫାଟିବା ଫଳରେ ରାମନଗର ସମେତ ଆଉ କିଛି ଅଞ୍ଚଳରେ ପାଣି ଜମା ହୋଇ ଯାଇଥିଲା । ଯେଉଁଥିରେ ଶହ ଶହ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ କଥା ହୋଇଛନ୍ତି । ଏହାସହ ରାଜ୍ୟରେ ଆସିଥିବା ବନ୍ୟାରେ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବାଦଲ ଫାଟିବାରୁ ଅନେକ ସ୍ଥାନରେ ମାଟି କାଦୁଅ ଜମା ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ଯାହା ଭିତରେ ଲୋକେ ପୋତି ହୋଇପଡିଥିବା କୁହାଯାଉଛି । ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀର ସବୁଠାରୁ ଭୟାବହ ସମୟ ଏବେ ବିତି ଯାଇଛିି…

ନୂଆଦିଲ୍ଲୀ,୮।୧୧ : ଆମେରିକା ସରକାରଙ୍କ କୋଭିଡ-୧୯ ପ୍ରତିକ୍ରିୟା ସଂଯୋଜକ ଡାକ୍ତର ଆଶିଷ କୁମାର ଝା କହିଛନ୍ତି ଯେ ମହାମାରୀ ସମାପ୍ତ ହୋଇ ନଥାଇ ପାରେ କିନ୍ତୁ...

ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼: ୬ ଯବାନ ଆହତ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୬ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ...

ଚାକିରିରୁ ବହିଷ୍କୃତ ପରେ କମ୍ପାନୀ ଗେଟ୍‌ ଆଗରେ ବିଷ ପିଇଲେ ୭ କର୍ମଚାରୀ

ଇନ୍ଦୋର,୧।୯: ମଧ୍ୟପ୍ରଦେଶର ଇଣ୍ଡଷ୍ଟ୍ରିଆଲ ସହର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାକିରିରୁ ବହିଷ୍କୃତ ହେବା ପରେ ୭ ଜଣ କର୍ମଚାରୀ ଗୁରୁବାର କମ୍ପାନୀ ଗେଟ୍‌...

ତୋ ମୁଣ୍ଡରେ କେମିକାଲ ଢାଳିବି

ନୂଆଦିଲ୍ଲୀ,୨୯ା୧୦: ଛଟ୍‌ ପୂଜା ପୂର୍ବରୁ ଶୁକ୍ରବାର ଯମୁନା ନଦୀଘାଟ ଅନୁଧ୍ୟାନ କରିବାକୁ ଯାଇଥିବା ପଶ୍ଚିମ ଦିଲ୍ଲୀର ଭାଜପା ଏମ୍‌ପି ପର୍ଭେଶ ବର୍ମା ଜଣେ ଅଫିସରଙ୍କ ଉପରେ...

ଇମ୍ଫାଲରେ ଆଇଇଡି ବିସ୍ଫୋରଣ

ଇମ୍ଫାଲ,୨୩।୧: ମଣିପୁରର ରାଜଧାନୀ ଇମ୍ଫାଲର ନାଗମପାଲ ରିମ୍ସ ରୋଡରେ ଗୁରୁବାର ସକାଳେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବା ନେଇ...

ଭାରତରେ କୋଭିଡ୍‌ ମୃତ୍ୟୁ ୪୦ ଲକ୍ଷ

ନୂଆଦିଲ୍ଲୀ,୧୮।୪ : ବିଶ୍ୱବ୍ୟାପୀ କୋଭିଡ୍‌ ମହାମାରୀଜନିତ ମୃତ୍ୟୁସଂଖ୍ୟାକୁ ସାର୍ବଜନିନ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍ୟମ କରୁଥିବାବେଳେ ଏହାକୁ ଭାରତ ଅଟକାଇଥିବା ଖବର...

ଆକ୍ସନ ମୁଡରେ ଚନ୍ନି: ପାଣି , ବିଜୁଳି ବିଲ୍ ଛାଡ

ଚଣ୍ଡିଗଡ଼,୨୦ ।୯: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚରଣଜିତ୍ ସିଂ ଚନ୍ନି ଏବେ ଆକ୍ସନ ମୁଡରେ ଅଛନ୍ତି । ସେ ତାଙ୍କର ପ୍ରଥମ...

କାଉଡ଼ିଆ ଯାତ୍ରା ନିଷ୍ପତ୍ତିର ପୁନର୍ବିଚାର କର

ନୂଆଦିଲ୍ଲୀ, ୧୭।୭: କରୋନା ସମୟରେ ଉତ୍ତରପ୍ରଦେଶ ସରକାର କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇଥିବାରୁ ଏହାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ କହିଛନ୍ତି। ସୋମବାର...

Advertisement
Archives

Model This Week