ପୋଷାକ ଏବଂ ବିବାଦ

ରୁଦ୍ର ପ୍ରସନ୍ନ ରଥ

ସାଧାରଣତଃ ପୋଷାକ ଏବଂ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ମହିଳାମାନେ ଏବେ ପୋଷାକକୁ ନେଇ ଭିନ୍ନ ଏକ କାରଣ ପାଇଁ ବିବାଦରେ। କଥା କ’ଣ କି ନିକଟରେ ଉତ୍ତରାଖଣ୍ଡର ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ତିରଥ ସିଂ ରାୱତ ମହିଳାଙ୍କର ପୋଷାକକୁ ନେଇ ଏକ ଅରୁଚିକର ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରାୱାତଙ୍କ କହିବା କଥା ହେଲା ରିପ୍ପଡ୍‌ ଜିନ୍ସ ବା ଫଟା ଜିନ୍ସ ପିନ୍ଧୁଥିବା ମହିଳାମାନେ ଅନ୍ୟମାନଙ୍କ ପାଇଁ ଏକ ଭଲ ଉଦାହରଣ ସୃଷ୍ଟି କରନ୍ତି ନାହିଁ। ଏପରି ତଥ୍ୟ ରାୱତ କେଉଁଠୁ ପାଇଲେ ସେ ଜାଣିଥିବେ, ମାତ୍ର ଏହା ଯେ ଏକ ଅରୁଚିକର ଏବଂ ମହିଳା ବିରୋଧୀ ମନ୍ତବ୍ୟ ସେଥିରେ ତିଳେମାତ୍ର ସନ୍ଦେହ ନାହିଁ।
ଝିଅ ପିଲା କ’ଣ ପିନ୍ଧିବ, କେତେବେଳେ ପିନ୍ଧିବ ଆଉ କାହିଁକି ପିନ୍ଧିବ ତାହାର ନିଷ୍ପତ୍ତି ସେ ନିଜେ ନେବାପରି ପ୍ରତୀୟମାନ ହୁଏ ସତ, କିନ୍ତୁ ପ୍ରକୃତରେ ତାହାର ପୋଷାକର ରଙ୍ଗ ଆଉ ଆକାର ପ୍ରକାର ତା’ ଅଲକ୍ଷ୍ୟରେ ତାକୁ ଘେରି ରହିଥିବା ପୁରୁଷ ସମାଜ ହିଁ ନିୟନ୍ତ୍ରଣ କରନ୍ତି। ଅନେକ କ୍ଷେତ୍ରରେ ଆମ ସମାଜର ଏହି ଚଳଣିକୁ ମହିଳାମାନେ ମୁଣ୍ଡପାତି ସହି ନେବାର ମଧ୍ୟ ଦେଖାଯାଇଛି। କେତେବେଳେ ତା’ର ଶାଢ଼ିର ରଙ୍ଗ ପୁରୁଷଙ୍କ ଶସ୍ତା ଆଲୋଚନାର ପରିଧିକୁ ପଶି ଆସିଛି ତ ଆଉ କେତେବେଳେ ପୁୁରୁଷର ଇଚ୍ଛାରେ ଯଦି ମହିଳାଜଣକ ନିଜର ରୂପସଜ୍ଜାକୁ ନିୟନ୍ତ୍ରିତ ନ କରିଛି ସେ ‘ଚରିତ୍ରହୀନା’ର କୁଟିଳ ବନ୍ଧନୀରେ ବାନ୍ଧି ହୋଇଛି। ଅତଏବ୍‌ ପୋଷାକ ପାଇଁ ନାରୀ ବିବାଦକୁ ଅନେକ ସମୟରେ ଟାଣି ହୋଇଛି ଆଉ ଏଥିପାଇଁ ସେ ଦାୟୀ ନୁହେଁ। ବରଂ ଏ ବିବାଦକୁ ତାକୁ ପୁରୁଷମାନେ ହିଁ ଟାଣିଛନ୍ତି।
ଏକ ବିଂଶ ଶତାବ୍ଦୀରେ ନାରୀ ପୁରୁଷ ସହ ତାଳ ଦେଇ କାମ କରୁଛି। ଯୁଦ୍ଧକ୍ଷେତ୍ରରେ ବିମାନ ଉଡ଼ାଇବାଠାରୁ ଆରମ୍ଭ କରି କ୍ଷେତରେ ଟ୍ରାକ୍ଟର ଚଳାଇବାଯାଏ ସମସ୍ତକାମ ନାରୀ କରିପାରୁଛି। ଏପରି କ୍ଷେତ୍ରରେ ସେ ସେପରି ପୋଷାକ ପିନ୍ଧିବା ଦରକାର, ଯାହା ତାକୁ ସୁରକ୍ଷା ପ୍ରଦାନ କରିବା ସହ ସୁଖ ବି ପ୍ରଦାନ କରୁଥିବ। ପୋଷାକ ଏପରି ହେବା ଉଚିତ ଯାହା ତାକୁ ଆତ୍ମବିଶ୍ୱାସୀ କରାଇବା ସହ ତାକୁ କାମ କରିବାକୁ ପ୍ରେରଣା ଦେଉଥିବ। ପୋଷାକ ପିନ୍ଧିବାରେ ନାରୀକୁ ମଧ୍ୟ ସେଭଳି ସୁଯୋଗ ମିଳିବା ଦରକାର। ମୋଟ୍‌ ଉପରେ ପୋଷାକ ନାରୀ ପାଇଁ ବରଦାନ ହେବା କଥା ଅଭିଶାପ ନୁହେଁ। ପୁରୁଷକୁ ଖରାପ ଲାଗିବ ବୋଲିି ନାରୀ ନିଜକୁ ସୁହାଉଥିବା ପୋଷାକ କାହିଁକି ପିନ୍ଧିବ ନାହିଁ?
ପୋଷାକର ବିକାଶ ସମୟ ସହ ତାଳ ଦେଇ ବଦଳିଛି। କାଲି ଯେଉଁ ମଣିଷ ବଣରେ ରହି ବକ୍କଳ ପରିଧାନ କରୁଥିଲା ସେ ଆଜି ଜିନ୍ସ ପ୍ୟାଣ୍ଟ ପିନ୍ଧୁଛି। ଏହା ପୂର୍ବରୁ ପୁରୁଷ ମଧ୍ୟ ଲେଙ୍ଗୁଟି, କଉପୁନୀଠାରୁ ଆରମ୍ଭ କରି ବେଶ୍‌ କିଛି ଶତାବ୍ଦୀଯାଏ ମଣିଷ ଧୋତି ପଞ୍ଜାବୀ ପିନ୍ଧୁଥିଲା। ପରିବର୍ତ୍ତନଶୀଳ ସମାଜରେ ମଣିଷର ପୋଷାକର ଏହି ପରିବର୍ତ୍ତନ ଦେଖାଦେଇଛି। ମଣିଷ ଏହାକୁ ସ୍ବୀକାର କରିଛି ମଧ୍ୟ। ଅନେକ ସ୍ଥାନରେ ମଣିଷ ସାମାଜିକ ଏବଂ ସଂସ୍କୃତିଗତ କାରଣ ପାଇଁ ଏହି ପରିବର୍ତ୍ତନକୁ ନିଜର କରିବାକୁ ବାଧ୍ୟ ହୋଇଛି। ବେଲ୍‌ ବଟନ ପ୍ୟାଣ୍ଟ ମଣିଷର ଅଲକ୍ଷ୍ୟରେ ଚିପା ପ୍ୟାଣ୍ଟ ହୋଇଯାଇଛି। ଫୁଲ୍‌ ଶାର୍ଟ ବଦଳିଯାଇ ଟି- ଶାର୍ଟ ହୋଇଯାଇଛି। ଏ ନେଇ ପୁରୁଷଙ୍କୁ କେବେ କେହି ପ୍ରଶ୍ନ କରିବା ତ ଦୂରର କଥା ତାକୁ କେହି ପ୍ରଶ୍ନିଳ ଦୃଷ୍ଟିରେ ମଧ୍ୟ ଚାହିଁ ନାହାନ୍ତି। ଅଥଚ ମହିଳାମାନେ ଫଟା ଜିନ୍ସ ପିନ୍ଧିବା କଥା ଉଠିଲାମାତ୍ରେ ବିବାଦର ଢେଉ ମାଡ଼ି ଆସେ । ଆଉ ମହିଳାମାନଙ୍କୁ ହିଁ ଏହା ସପକ୍ଷରେ କାରଣ ଦର୍ଶାଇବାକୁ ପଡ଼େ।
ତେବେ ନାରୀଙ୍କ ପାଇଁ ଏତେ ପ୍ରଶ୍ନ ଏତେ ବିବାଦ କାହିଁକି? ଏହାର ଗୋଟିଏ କାରଣ ହେଉଛି ନାରୀଙ୍କ ପାଇଁ ତିଆରି ହୋଇଥିବା ମାନଦଣ୍ଡଟି ପୁରୁଷ ହିଁ ତିଆରି କରିଛି ଏବଂ ଏହା ଗୋଟିଏ ଅନମନୀୟ ଆଭିମୁଖ୍ୟ ଊପରେ ପର୍ଯ୍ୟବସିତ। ଆଉ ପୁରୁଷର ବଦ୍ଧମୂଳ ଧାରଣା ହେଉଛି ଯେ ନାରୀର ପୋଷାକ ତା’ ଚରିତ୍ର ଏବଂ ଗୁଣର ବାର୍ତ୍ତାବହ। ଅବଶ୍ୟ ଏସବୁ ଅଣନିଃଶ୍ୱାସୀ କଲାପରି କଥା ଭିତରେ ଆମେ ଅନେକ ପରିବାରକୁ ଦେଖି ଯେ ଯେଉଁଠି ମହିଳାଙ୍କୁ ପୋଷାକ ପିନ୍ଧିବାରେ ସ୍ବାତନ୍ତ୍ର୍ୟ ଏବଂ ସୁଯୋଗ ଦିଆଯାଏ ଏବଂ ସେପରି ପରିବାରରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ବେଶ୍‌ ଆଗକୁ ଯାଇଛନ୍ତି। ତେବେ ଶାଢ଼ି ପିନ୍ଧି କ’ଣ ମହିଳାମାନେ ଆଗକୁ ଯାଇପାରିବେ ନାହିଁ କି? ଆଗକୁ ଯିବା ପାଇଁ କ’ଣ ଛୋଟ ପୋଷାକ ପିନ୍ଧିବା ନିହାତି ଆବଶ୍ୟକ? ପରୀ ଯୁକ୍ତି ଆଗରେ ସେପରି ପରିବାର ଏବଂ ତା’ର ସଦସ୍ୟମାନେ ସାଧାରଣତଃ ଚୁପ୍‌ ରହିବାକୁ ଉଚିତ ମନେକରନ୍ତି। କାରଣ ଏପରି ଯୁକ୍ତିର ଉତ୍ତର କେବଳ ସେମାନଙ୍କ ପାଖରେ ନୁହେଁ ବରଂ ଅନ୍ୟ କାହା ପାଖରେ ନାହିଁ ବୋଲି ଅନେକେ ବିଶ୍ୱାସ କରନ୍ତି।
ନିଜର ରୁଚି ଆଉ ଶାଳୀନତାକୁ ନେଇ ଭାରତୀୟ ମହିଳାମାନେ ଏତେ ସଚେତନ ଯେ ସେମାନେ ନିଜ ପାଇଁ କେଉଁଟି ଶ୍ଳୀଳ ଏବଂ କେଉଁଟି ଅଶ୍ଳୀଳ ତାହା ସହଜରେ ସେମାନେ ଜାଣି ପାରନ୍ତି। କିଛି ନ ହେଲେ ଏନେଇ ସେମାନଙ୍କୁ ସହାୟତା ଏବଂ ପରାମର୍ଶ ଦେବାକୁ ସେମାନଙ୍କର ବାପାମା’ ଏବଂ ଅସଂଖ୍ୟ ବନ୍ଧୁବାନ୍ଧବ ଅଛନ୍ତି। ଏକବିଂଶ ଶତାବ୍ଦୀରେ ଯେତେବେଳେ ନାରୀ ସ୍ବାଧୀନତାର କଥା ଉଠୁଛି ସେତେବେଳେ ତାଙ୍କୁ ନିଜ ମନମୁତାବକ ପୋଷାକ ପିନ୍ଧିବାର ସୁଯୋଗ ଦେବା ହିଁ ଏହି ସ୍ବାଧୀନତାର ପ୍ରଥମ ପାହାଚ ହେବା କଥା; ଯାହା ସେମାନଙ୍କୁ ଭଲ ଲାଗୁଛି, ଯାହା ପସନ୍ଦ ଆସୁଛି ତାହାର ସୁଯୋଗ ସେମାନଙ୍କୁ ପ୍ରଥମେ ମିଳିବା ଉଚିତ। ଏପରି କଲେ ଆମେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିପାରିବା।
ଧବଳଗିରି, ଯାଜପୁର ରୋଡ
ମୋ:୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri