Categories: ବାଣିଜ୍ୟ

ଶେୟାର ବଜାର ବୃଦ୍ଧିରେ ଲାଗିଲା ରୋକ: ବ୍ୟାଙ୍କିଙ୍ଗ, ଆଇଟି କ୍ଷେତ୍ରରେ ହ୍ରାସ ସହିତ କାରବାର ହେଲା ବନ୍ଦ

ନୂଆଦିଲ୍ଲୀ,୧୨।୧୨: ମଙ୍ଗଳବାର ଶେୟାର ବଜାର କାରବାର ଭାରତୀୟ ଶେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ଗଲା କିଛି ଦିନ ହେବ ଶେୟାର ବଜାରରେ ଉତ୍ସାହରେ ଆଜି ରୋକ ଲାଗିଥିଲା। ନିବେଶକମାନଙ୍କ ଲାଭ ଅମଳ କାରଣରୁ ବଜାର କାରବାର ହ୍ରାସ ପାଇଥିଲା। ମୁଖ୍ୟତଃ ବ୍ୟାଙ୍କିଙ୍ଗ ଏବଂ ଏନର୍ଜି କ୍ଷେତ୍ରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଦିନର କାରବାର ସମୟରେ ସ୍ମଲ୍ କ୍ୟାପ ଶେୟର ଗୁଡିକର ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା। ବଜାର ବନ୍ଦ ହେଲା ବେଳକୁ ସେନସେକ୍ସ ୩୭୭ ପଏଣ୍ଟ ହ୍ରାସ ପାଇ ୬୯,୫୫୧ ପଏଣ୍ଟରେ ବନ୍ଦ ହୋଇଥିଲା ବେଳେ ନିଫ୍ଟି ୯୧ ପଏଣ୍ଟ ହ୍ରାସ ସହିତ ୨୦,୯୦୬ରେ ବନ୍ଦ ହୋଇଥିଲା।

ଦିନର କାରବରରେ ମେଟାଲ, ମିଡ଼ିଆ ଏବଂ ସରକାରୀ କ୍ଷେତ୍ରରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଉତ୍ସାହ ଜାରି ରହଥିଲା। ଅନ୍ୟପଟେ ବ୍ୟାଙ୍କିଙ୍ଗ୍, ଆଇଟି, ଅଟୋ, ଫାର୍ମା, ଏଫଏମସିଜି, ରିଏଲ୍ ଇଷ୍ଟେଟ୍, ପାୱାର, ଇନଫ୍ରା, ସ୍ୱାସ୍ଥ୍ୟସେବା, ଉପଭୋକ୍ତା ସ୍ଥାୟୀ ଏବଂ ତେଲ ଏବଂ ଗ୍ୟାସ୍ କ୍ଷେତ୍ରର ସେୟାର ହ୍ରାସ ସହିତ ବନ୍ଦ ହୋଇଥିଲା। ସେହିପରି ଦିନର କାରବାରରେ ମିଡ୍ କ୍ୟାପ୍ ଷ୍ଟକ୍ ମଧ୍ୟ ହ୍ରାସ ପାଇଛି। ଯେଉଁଠାରେ ସ୍ମଲ୍ କ୍ୟାପ୍ ଷ୍ଟକରେ ନିବେଶ ହେତୁ ସୂଚକାଙ୍କ ବୃଦ୍ଧି ସହିତ ବନ୍ଦ ହୋଇଥିଲା। ସେନ୍ସେକ୍ସରେ ୩୦ ଷ୍ଟକ୍ ମଧ୍ୟରୁ ୧୨ ଟି ଷ୍ଟକ୍ ଲାଭ ସହିତ ବନ୍ଦ ଏବଂ ୧୮ ଟି କ୍ଷତି ସହିତ ବନ୍ଦ ହୋଇଥିଲା। ସେହିପରି ୫୦ ନିଫ୍ଟି ଷ୍ଟକ୍ ମଧ୍ୟରୁ ୧୯ ଟି ଲାଭ ସହିତ ଏବଂ ୩୧ ଟି କ୍ଷତି ସହିତ ବନ୍ଦ ହୋଇଛି।

Share