ବନ୍ଦ ହେଲା ୧ନଂ. ହାଟ

ଭୁବନେଶ୍ୱର,୨୯।୯(ବନ୍ଦନା ସେଠୀ): ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଏହାକୁ ନେଇ ଗୁରୁବାର ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ଘଟଣା ଥାନାକୁ ଯାଇଥିଲା। ତେବେ ସେଠାରେ କୌଣସି ସମାଧାନ ହୋଇପାରି ନ ଥିବାବେଳେ ଉକ୍ତ ଘଟଣା ପ୍ରତିବାଦରେ ଆସୋସିଏଶନ୍‌ ପକ୍ଷରୁ ୧ନମ୍ବର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ଭେଣ୍ଡିଂଜୋନ୍‌ ବ୍ୟବସାୟୀମାନେ ପୂର୍ବବତ୍‌ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଏହାକୁ ଆସୋସିଏଶନ୍‌ର କେତେଜଣ ବ୍ୟବସାୟୀ ବାରଣ କରିଥିଲେ। ରାସ୍ତା ଛାଡ଼ି ବେପାର କରିବାକୁ ସେମାନେ କହିଥିଲେ। ଏଥିରେ ଭେଣ୍ଡିଂଜୋନ୍‌ ବ୍ୟବସାୟୀମାନେ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ, ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟପକ୍ଷ ରାସ୍ତା ଉପରକୁ ଆସି କଥା କଟାକଟି ହୋଇଥିଲେ। ଫଳରେ ମାର୍କେଟରୁ ଏଜି ଛକ ଆଡକୁ ଥିବା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା। ଗାଡ଼ିମୋଟର ଯିବା ଆସିବାରେ ମଧ୍ୟ ଅସୁବିଧା ହୋଇଥିଲା। ଏପରିକି ଭେଣ୍ଡିଂଜୋନ ବ୍ୟବସାୟୀମାନେ ହାଟ ଭିତରକୁ ଯାଉଥିବା ଗ୍ରାହକଙ୍କୁ ଛାଡ଼ି ନ ଥିଲେ। ଏହାକୁ ନେଇ ବିବାଦ ତୀବ୍ର ରୂପ ନେଇଥିଲା। ଅପରପକ୍ଷେ ଆସୋସିଏଶନ୍‌ର ବ୍ୟବସାୟୀମାନେ ଦୁର୍ବବ୍ୟବହାର କରିଥିବା ଭେଣ୍ଡିଂଜୋନ୍‌ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ପରେ ଘଟଣାର ସମାଧାନ ପାଇଁ କ୍ୟାପିଟାଲ ଥାନାକୁ ଉଭୟ ପକ୍ଷ ଯାଇଥିଲେ। ଅପରାହ୍ନରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ ଘଟଣାସ୍ଥଳକୁ ଯାଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ମଧ୍ୟ ଘଟଣା ନେଇ ଅବଗତ କରାଯାଇଥିଲା। କମିଶନର ଶୁକ୍ରବାର ଅପରାହ୍ନ ୧୧ଟାରେ ଆସୋସିଏଶନ୍‌ର ସଦସ୍ୟଙ୍କୁ ବିଏମ୍‌ସିକୁ ଡାକିଥିବା ସୂଚନା ଦିଆଯାଇଛି। ଏନେଇ ଗୟାଧର କହିଛନ୍ତି, ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ଏଭଳି କାମ ପାଇଁ ହାଟ ଭିତରେ ଥିବା ବ୍ୟବସାୟୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ସେମାନଙ୍କ ସାହସ ବଢିବା ସହ ଜବରଦଖଲ ମଧ୍ୟ ବଢୁଛି। ତେଣୁ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ। ସେହିପରି ଏତେ ମାତ୍ରାରେ ବ୍ୟବସାୟୀଙ୍କ ପାଇଁ ପାର୍କିଂ ସୁବିଧା ନ ଥିବାରୁ ହାଟ ବ୍ୟବସାୟୀମାନେ ଏହା ସମ୍ମୁଖରେ ଥିବା ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରୁଥିଲେ। ମାତ୍ର ଗତ କିଛିଦିନ ହେବ ବିଏମ୍‌ସି ଏବଂ ଟ୍ରାଫିକ୍‌ ପୋଲିସ ପାର୍କିଂ ହୋଇଥିବା ଗାଡ଼ିିଗୁଡିକୁ ଉଠାଇ ନେଉଛି। ଜରିମାନା ଆକାରରେ ୧୨ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ନେଉଛନ୍ତି। ବ୍ୟବସାୟୀଙ୍କୁ ବିଏମ୍‌ସି ସୁବିଧା ଯୋଗାଇପାରୁ ନ ଥିବାବେଳେ ସେମାନଙ୍କ ଉପରେ ଏଭଳି ଜୁଲମ୍‌ ବାବଦରେ ଶୁକ୍ରବାର ବୈଠକରେ ଉପସ୍ଥାପନ କରାଯିବ ବୋଲି ଗୟାଧର କହିଛନ୍ତି। ତେବେ ବ୍ୟବସାୟୀମାନଙ୍କ ମଧ୍ୟରେ ତାଳମେଳ ଠିକ୍‌ ରହୁ ନ ଥିବାବେଳେ ମାର୍କେଟ ବନ୍ଦ ରଖାଯିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri