ବନ୍ଦ ହେଲା ୧ନଂ. ହାଟ

ଭୁବନେଶ୍ୱର,୨୯।୯(ବନ୍ଦନା ସେଠୀ): ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଏହାକୁ ନେଇ ଗୁରୁବାର ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ଘଟଣା ଥାନାକୁ ଯାଇଥିଲା। ତେବେ ସେଠାରେ କୌଣସି ସମାଧାନ ହୋଇପାରି ନ ଥିବାବେଳେ ଉକ୍ତ ଘଟଣା ପ୍ରତିବାଦରେ ଆସୋସିଏଶନ୍‌ ପକ୍ଷରୁ ୧ନମ୍ବର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ଭେଣ୍ଡିଂଜୋନ୍‌ ବ୍ୟବସାୟୀମାନେ ପୂର୍ବବତ୍‌ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଏହାକୁ ଆସୋସିଏଶନ୍‌ର କେତେଜଣ ବ୍ୟବସାୟୀ ବାରଣ କରିଥିଲେ। ରାସ୍ତା ଛାଡ଼ି ବେପାର କରିବାକୁ ସେମାନେ କହିଥିଲେ। ଏଥିରେ ଭେଣ୍ଡିଂଜୋନ୍‌ ବ୍ୟବସାୟୀମାନେ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ, ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟପକ୍ଷ ରାସ୍ତା ଉପରକୁ ଆସି କଥା କଟାକଟି ହୋଇଥିଲେ। ଫଳରେ ମାର୍କେଟରୁ ଏଜି ଛକ ଆଡକୁ ଥିବା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା। ଗାଡ଼ିମୋଟର ଯିବା ଆସିବାରେ ମଧ୍ୟ ଅସୁବିଧା ହୋଇଥିଲା। ଏପରିକି ଭେଣ୍ଡିଂଜୋନ ବ୍ୟବସାୟୀମାନେ ହାଟ ଭିତରକୁ ଯାଉଥିବା ଗ୍ରାହକଙ୍କୁ ଛାଡ଼ି ନ ଥିଲେ। ଏହାକୁ ନେଇ ବିବାଦ ତୀବ୍ର ରୂପ ନେଇଥିଲା। ଅପରପକ୍ଷେ ଆସୋସିଏଶନ୍‌ର ବ୍ୟବସାୟୀମାନେ ଦୁର୍ବବ୍ୟବହାର କରିଥିବା ଭେଣ୍ଡିଂଜୋନ୍‌ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ପରେ ଘଟଣାର ସମାଧାନ ପାଇଁ କ୍ୟାପିଟାଲ ଥାନାକୁ ଉଭୟ ପକ୍ଷ ଯାଇଥିଲେ। ଅପରାହ୍ନରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ ଘଟଣାସ୍ଥଳକୁ ଯାଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କୁ ମଧ୍ୟ ଘଟଣା ନେଇ ଅବଗତ କରାଯାଇଥିଲା। କମିଶନର ଶୁକ୍ରବାର ଅପରାହ୍ନ ୧୧ଟାରେ ଆସୋସିଏଶନ୍‌ର ସଦସ୍ୟଙ୍କୁ ବିଏମ୍‌ସିକୁ ଡାକିଥିବା ସୂଚନା ଦିଆଯାଇଛି। ଏନେଇ ଗୟାଧର କହିଛନ୍ତି, ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ଏଭଳି କାମ ପାଇଁ ହାଟ ଭିତରେ ଥିବା ବ୍ୟବସାୟୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ। ଫଳରେ ସେମାନଙ୍କ ସାହସ ବଢିବା ସହ ଜବରଦଖଲ ମଧ୍ୟ ବଢୁଛି। ତେଣୁ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ। ସେହିପରି ଏତେ ମାତ୍ରାରେ ବ୍ୟବସାୟୀଙ୍କ ପାଇଁ ପାର୍କିଂ ସୁବିଧା ନ ଥିବାରୁ ହାଟ ବ୍ୟବସାୟୀମାନେ ଏହା ସମ୍ମୁଖରେ ଥିବା ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରୁଥିଲେ। ମାତ୍ର ଗତ କିଛିଦିନ ହେବ ବିଏମ୍‌ସି ଏବଂ ଟ୍ରାଫିକ୍‌ ପୋଲିସ ପାର୍କିଂ ହୋଇଥିବା ଗାଡ଼ିିଗୁଡିକୁ ଉଠାଇ ନେଉଛି। ଜରିମାନା ଆକାରରେ ୧୨ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ନେଉଛନ୍ତି। ବ୍ୟବସାୟୀଙ୍କୁ ବିଏମ୍‌ସି ସୁବିଧା ଯୋଗାଇପାରୁ ନ ଥିବାବେଳେ ସେମାନଙ୍କ ଉପରେ ଏଭଳି ଜୁଲମ୍‌ ବାବଦରେ ଶୁକ୍ରବାର ବୈଠକରେ ଉପସ୍ଥାପନ କରାଯିବ ବୋଲି ଗୟାଧର କହିଛନ୍ତି। ତେବେ ବ୍ୟବସାୟୀମାନଙ୍କ ମଧ୍ୟରେ ତାଳମେଳ ଠିକ୍‌ ରହୁ ନ ଥିବାବେଳେ ମାର୍କେଟ ବନ୍ଦ ରଖାଯିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri