୧୪ ଜିଲାରେ ବନ୍ଦ ଶାନ୍ତିପୂର୍ଣ୍ଣ

ସମ୍ବଲପୁର(ବ୍ୟୁରୋ)/ନବରଙ୍ଗପୁର(ବି.ପ୍ର.),୨୦ା୪: ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗତ ୧୨ ଓ ୧୪ ତାରିଖରେ ସୃଷ୍ଟ ସାମ୍ପ୍ରଦାୟିକ ହିଂସାର ପ୍ରଭାବ ଏବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ବ୍ୟାପିଛି। ଭାଜପା ସମର୍ଥନରେ ବୁଧବାର ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଆହ୍ବାନକ୍ରମେ ପଶ୍ଚିମ ଓଡ଼ିଶାର ୧୦ ଓ ଦକ୍ଷିଣ ଓଡ଼ିଶାର ୪ ଜିଲାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦର ପ୍ରଭାବ ପ୍ରାୟ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ସମ୍ବଲପୁରରେ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିବାବେଳେ ଇଣ୍ଟରନେଟ ସେବା ସ୍ବାଭାବିକ ହୋଇପାରି ନାହିଁ। ଗୁରୁବାର ସକାଳ ୧୦ଟା ପର୍ଯ୍ୟନ୍ତ ନେଟ ସେବାକୁ ବନ୍ଦ କରାଯାଇଛି। ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, ବରଗଡ଼ ଜିଲାରେ ମଧ୍ୟ ବନ୍ଦକୁ ସମର୍ଥନ ମିଳିଥିଲା। ଏହି ସମସ୍ତ ଜିଲାରେ ଦୋକାନ ବଜାର ସାଙ୍ଗକୁ ସ୍କୁଲ, କଲେଜ, ସରକାରୀ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ରାସ୍ତାଘାଟ ଶୂନଶାନ ହୋଇପଡିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବିଭିନ୍ନ ସ୍ଥାନରେ ସଭା ସମିିତିି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସମ୍ବଲପୁର ଦଙ୍ଗା ଘଟଣାକୁ ନିନ୍ଦା କରାଯାଇଥିଲା। ଏଥିସହ ପୋଲିସ ଓ ଜିଲା ପ୍ରଶାସନର ଅବହେଳା ଯୋଗୁ ଏଭଳି ସାମ୍ପ୍ରଦାୟିକ ଘଟଣା ଘଟିଲା ବୋଲି ଅଭିଯୋଗ କରାଯାଇଥିଲା। ସେହିପରି ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲାରେ ଶାନ୍ତିପୂର୍ଣ୍ଣଭାବେ ବନ୍ଦପାଳନ କରାଯାଇଥିଲା। ନବରଙ୍ଗପୁର ଜିଲା ସଦର, ଉମରକୋଟ ସହର ସମେତ ୧୦ଟି ବ୍ଲକରେ ବନ୍ଦ ଶାନ୍ତିପୂର୍ଣ୍ଣ ହୋଇଛି। ଦୋକାନ ବଜାର ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ପିକେଟିଂ କରି ବନ୍ଦ କରାଯାଇଛି। ସ୍କୁଲ, କଲେଜ, ବ୍ୟାଙ୍କ, ଡାକଘର ଆଦି ବନ୍ଦ ରହିଥିଲା। ବନ୍ଦ ପ୍ରଭାବରେ ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଛକ ନିକଟରେ ଗାଡ଼ିଗୁଡିକ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କୋରାପୁଟ-ନବରଙ୍ଗପୁର-କଳାହାଣ୍ଡିକୁ ସଂଯୋଗ କରୁଥିବା ୨୬ ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଧାରଣା ଦେଇଥିଲେ। ଜରୁରିକାଳୀନ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ କରାଯାଇଛି। ନବରଙ୍ଗପୁର ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣା ନେଇ ଜିଲା ପ୍ରଶାସନ ନେଟ୍‌ସେବା ବନ୍ଦ କରିବା ସହ କର୍ଫ୍ୟୁ ଜାରି କରିଛି। ବୁଧବାର କର୍ଫ୍ୟୁ ସମୟ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋହଳ କରଯାଇଥିଲା। କୋହଳ ହେବା ସତ୍ତ୍ୱେ ସହରରେ କର୍ଫ୍ୟୁର ଭ୍ରମ ଦେଖିବାକୁ ମିଳିଥିଲା। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ମିଳିତ ଭାବେ ପଶ୍ଚିମ ପ୍ରାନ୍ତ ବନ୍ଦ ଡାକରାକୁ ସମ୍ବଲପୁରରେ ଜନ ସମର୍ଥନ ମିଳିଥିଲା। ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ ବନ୍ଦ ଡାକରାକୁ ମାନିନେଇ ସହରର ଦୋକାନ ବଜାର ବନ୍ଦ ରଖିଥିଲେ। ଏପରି କି ଘରୋଇ ବ୍ୟବସାୟିକ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଲାଗିରହିଥିବାରୁ ଜିଲା ପ୍ରଶାସନର କେତେକ ଅଫିସ ଖୋଲା ରହିଥିଲା। ବନ୍ଦ ପାଳନ କରି ଏକତାର ବାର୍ତ୍ତା ଦେଇଛନ୍ତି ସମ୍ବଲପୁରବାସୀ। ପାନ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସହରରେ ଏଭଳି ସ୍ଥିତି ରହିଥିବାବେଳେ ଗ୍ରାମାଞ୍ଚଳରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ଜିଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ତେଣୁ ଔପଚାରିକ ଭାବେ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ କିମ୍ବା ଭାଜପା ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନ ଥିଲା। ନେଟ୍‌ ସେବା ବନ୍ଦ ଥିବାରୁ ବନ୍ଦ ପାଇଁ ପ୍ରସ୍ତୁତ କରାଯାଇଥିବା ଅଡିଓ ମଧ୍ୟ ଲୋକମାନଙ୍କ ପାଖରେ ପହଞ୍ଚତ୍ପାରି ନ ଥିଲା। ହେଲେ ଲୋକଙ୍କ ଭିତରେ ପରସ୍ପର ଆଲୋଚନା ମାଧ୍ୟମରେ ବନ୍ଦ ପ୍ରଚାର ହୋଇ ସହରରେ ସଫଳ ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଗୋଟିଏ ପଟେ କର୍ଫ୍ୟୁ ଓ ଅନ୍ୟପଟେ ବନ୍ଦ ପାଳନକୁ ନେଇ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ ଲାଗିରହିଥିଲା। ଲୋକମାନଙ୍କୁ ମଧ୍ୟ ସାମାନ୍ୟ ସମସ୍ୟା ହେଉଥିବା ଦେଖିବାକୁ ମିଳିଥିଲା। ବନ୍ଦ ପାଳନ ଯୋଗୁ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା। ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଥିବାରୁ ଖାଦ୍ୟ ମିଳିବା କଷ୍ଟକର ହୋଇପଡ଼ିଥିଲା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବାବେଳେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିଥିଲା। ବନ୍ଦ ଡାକରା ସମୟ ଶେଷ ହେବା ପରେ କର୍ଫ୍ୟୁ କଟକଣା ଲାଗି ରହୁଥିଲା। ତେଣୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?