Categories: ଖେଳ

ବିରାଟ ବ୍ରିଗେଡ୍‌ର ପ୍ରଶଂସାରେ ଶତମୁଖ ହେଲେ ଏହି ମହାନ ଖେଳାଳି: କହିଲେ ଏବେର ଟିମ୍‌…

ନୂଆଦିଲ୍ଲୀ,୨୫।୩: ଅଷ୍ଟ୍ରେଲିଆକୁ ଟି୨୦ ଏବଂ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍‌। ନିକଟରେ ଏହାର ଟେଷ୍ଟ ଏବଂ ଟି୨୦ ମୁକାବିଲା ଶେଷ ହୋଇଥିବା ବେଳେ ପ୍ରତିଟିରେ ବିରାଟ ବାହିନୀ ଜିତିଛନ୍ତି। ବର୍ତ୍ତମାନ ସମୟରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ ଚାଲୁ ରହିଛି। ମ୍ୟାଚ୍‌ରୁ ଗୋଟିଏ ମୁକାବିଲା ଭାରତ ଜିତିବା ପରେ ସ୍ଥିତି ୧-୦ ରହିଛି। ଏସବୁ ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନର ପ୍ରଶଂସା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ର ମହାନ ଖେଳାଳି କ୍ଳାଇଭ ଲୟର୍ଡ। ଏବେର ଟିମ୍‌ ଶ୍ରେଷ୍ଠ ଭାରତୀୟ ଟିମ୍‌ ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କ୍ଳାଇଭ‌ କହିଛନ୍ତି, ଭାରତ ବହୁତ ଭଲ ଟିମ୍‌। କାରଣ ତାଙ୍କ ପାଖରେ ଭେରାଇଟି ରହିଛି, ତାଙ୍କ ଖେଳାଳି ବେଶ ଫିଟ୍‌ ଅଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସମସ୍ତେ ପ୍ରଫେଶନାଲ। ମୋତେ ଏହା ଲାଗୁଛି। ଦଳ ଅଷ୍ଟ୍ରେଲିଆରେ ସବୁଠାରୁ ପଛରୁ ଆଗକୁ ଆସିଥିଲା। ତାହା ଦେଖିବା ବେଶ ଉତ୍ସାହଜନକ ଥିଲା। ସିରିଜରେ ତାଙ୍କ ପ୍ରଦର୍ଶନକୁ ଦେଖି ଏହା ଏଯାବତ ସର୍ବଶ୍ରେଷ୍ଠ ଟିମ୍‌  କହିପାରିବେ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଭାରତୀୟ ଦଳରେ କି ମହତ୍ୱ ରଖିଛନ୍ତି ସେ ବିଷୟରେ କହିଥିଲେ। ଦଳର କଠିନ ସମୟରେ ଜଣେ ଦ୍ରୁତ ବୋଲର ତାଙ୍କୁ ରକ୍ଷା କରିପାରେ। ବୁମ୍‌ରା ସବୁବେଳେ ଚିନ୍ତା କରୁଥାନ୍ତି। ଏଣୁ ସେ ହଠାତ୍‌ ଚମକାଇଦେଇଥାନ୍ତି। ବୋଲିଂରେ ଭ୍ୟାରିଏଶନ ଆଣୁଥିବା ଯୋଗୁ ସେ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥାନ୍ତି। କେବଳ ଏହି କାରଣରୁ ଭାରତ ସର୍ବୋଚ୍ଚ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି।

 

Share