ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ ପୁରାତନ ଶିଳା ସ୍ମାରକ ଉପରେ କମଳା ପାଉଡର ସ୍ପ୍ରେ କରିବା ସହ ରାସ୍ତା ଅବରୋଧ କରିଥିଲେ। ଏହାର ପ୍ରତିକ୍ରିୟା ସ୍ବରୂପ, ୟୁରୋପୀୟ ସରକାରମାନେ ପରିବେଶ ବିକ୍ଷୋଭକାରୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣକରି ସେମାନଙ୍କୁ ଅଟକ ରଖିବା ସହ ଜରିମାନା ଆଦାୟ କରୁଛନ୍ତି। ଏପରିକି ଏକ ଫୋନ୍‌, ଅଡିଓ ତଥା ଭିଡିଓ ଯୋଗାଯୋଗ ପ୍ଲାଟ୍‌ଫର୍ମରେ ଆଇନ ଅମାନ୍ୟ ଯୋଗୁ ଗୋଟିଏ ମାମଲାରେ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ଏକ ନୈତିକ ପ୍ରତିବାଦ ଓ ଆଇନଗତ ପ୍ରତିବାଦ ଭିନ୍ନ ବିଷୟ। ଇଂଲଣ୍ଡର ବ୍ରିମିଙ୍ଗ୍‌ହାମ୍‌ର ଏକ ଜେଲରୁ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟର ଦେଇଥିବା ତାଙ୍କ ଚିଠିରେ ଯୁକ୍ତି ଦର୍ଶାଇଥିଲେ ଯେ, ଆଇନ ଅମାନ୍ୟରେ ଜଡ଼ିତ ପ୍ରତିବାଦକାରୀମାନେ ଅହିଂସାତ୍ମକ ଆଚରଣ ପ୍ରଦର୍ଶନ କଲେ ମଧ୍ୟ ସେମାନଙ୍କର ଆଇନ ପ୍ରତି ସମ୍ମାନ ଥାଏ ଏବଂ ଆଇନର ଦଣ୍ଡାଦେଶକୁ ଗ୍ରହଣ କରିଥାନ୍ତି। ଏହା ଗ୍ରହଣୀୟ ଯେ, ଏକ ନୈତିକ ପ୍ରତିବାଦରେ ଅହିଂସା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେଉଁମାନେ ଗଣତନ୍ତ୍ରରେ ରହୁଛନ୍ତି ସେମାନେ ଅହିଂସାମତ୍କ ରାଜନୈତିକ କାର୍ଯ୍ୟକଳାପ ପାଇଁ ଥିବା ଅତ୍ୟଧିକ ଦଣ୍ଡରୁ ସୁରକ୍ଷା ସକାଶେ ଆଇନଗତ ଦଣ୍ଡକୁ ଗ୍ରହଣ କରିବାକୁ ଇଚ୍ଛୁକ ହେବା ଉଚିତ। କିନ୍ତୁ ଅତ୍ୟଧିକ ଦଣ୍ଡ କହିଲେ, ସମସ୍ୟା ସୃଷ୍ଟି କରୁଥିବା ପ୍ରତିବାଦକରୀମାନେ ଜନସାଧାରଣଙ୍କୁ କେତେ ଅସୁବିଧାରେ ପକାଇପାରନ୍ତି ତାହା ଉପରେ ନିର୍ଭରକରେ। ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ଯୁଦ୍ଧରେ ପ୍ରିନ୍ସିପୁଲ ଅଫ୍‌ ପ୍ରପର୍ସନାଲିଟି ବା ଆନୁପାତିକତାର ନୀତି (ଅର୍ଥାତ୍‌ ଯୁଦ୍ଧରେ ସମ୍ଭାବ୍ୟ ଲାଭ ପାଇଁ ଅଧିକ ନାଗରିକଙ୍କ ମୃତ୍ୟୁ ବା କ୍ଷତି କରୁଥିବା ଆକ୍ରମଣକୁ ନିଷେଧ କରୁଥିବା ନୀତି)କୁ ଗ୍ରହଣ କରିବାକୁ ଆମେ ପରାମର୍ଶ ଦେଉ। ସାମରିକ ସୁବିଧା ହାସଲ ସାଧାରଣ ନାଗରିକଙ୍କ ଅତ୍ୟଧିକ କ୍ଷତି କରୁଥିଲେ ଏହି ନୀତି ସାମରିକ କାର୍ଯ୍ୟକୁ ପ୍ରତିରୋଧକରେ। ଶତ୍ରୁ ପକ୍ଷର ଜଣେ କମାଣ୍ଡରଙ୍କୁ ଆକ୍ରମଣ କରିବାବେଳେ ଅନେକ ଶହ ନିରୀହ ନାଗରିକଙ୍କ ମୃତ୍ୟୁର ସମ୍ଭାବନା ଥିଲେ ତାହା କରିବା ଭୁଲ୍‌।
ଉଦାରବାଦୀ ଗଣତନ୍ତ୍ରଗୁଡ଼ିକରେ ଅହିଂସାମତ୍କ ପ୍ରତିବାଦ କ୍ଷେତ୍ରରେ ଏହି ଦୃଷ୍ଟିକୋଣ ପ୍ରୟୋଗ କରିବାର ୪ଟି ଦିଗ ରହିଛି। ପ୍ରଥମରେ, ଏକ ପ୍ରତିବାଦ ଆନୁପାତିକତା ନୀତି (ଅର୍ଥାତ୍‌ ପ୍ରତିବାଦରେ ଲାଭ ପାଇଁ ସେହି ଅନୁପାତରେ ଅଧିକ ନାଗରିକଙ୍କ କାର୍ଯ୍ୟରେ ବାଧା କ୍ଷତି କରୁଥିବା ପଦକ୍ଷେପକୁ ନିଷେଧ କରୁଥିବା ନୀତି) ବିରୋଧ ପ୍ରଦର୍ଶନ କରୁଥିବା ନାଗରିକଙ୍କ ସଂଖ୍ୟା ଓ ଅନ୍ୟମାନଙ୍କ ଅସନ୍ତୋଷ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ଚେଷ୍ଟା କରିବା ଦରକାର। ଯଦି ୧୦ଲକ୍ଷ ଲୋକ ଏକ ବିକ୍ଷୋଭ ପଦଯାତ୍ରାରେ ଯୋଗ ଦିଅନ୍ତି, ତେବେ ଏହା ଅନିବାର୍ଯ୍ୟ ଯେ, ସେମାନେ ରାସ୍ତାରେ ଭିଡ଼ କରିବା ସହ ଟ୍ରାଫିକ୍‌ ଜାମ୍‌ କରିଦେବେ।
ପ୍ରିନ୍ସଟନ୍‌ ୟୁନିଭର୍ସିଟିର ପ୍ରଫେସର ଜିନେପ୍‌ ଟୁଫେକି କହନ୍ତି ଯେ, ସମସାମୟିକ ଗଣପ୍ରତିବାଦ ଗମ୍ଭୀରତା ହରାଇଛି, କାରଣ ସୋସିଆଲ ମିଡିଆ ସେମାନଙ୍କୁ ସଙ୍ଗଠିତ କରିବାରେ ବହୁ ସହଜ କରିଦେଇଛି। କମ୍‌ ସମୟରେ ସମାନ ଚିନ୍ତାଧାରାର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇପାରୁଛି ଏବଂ ତା’ ପରେ ଏକ ଜାତୀୟ ସ୍ତରର ପ୍ରତିବାଦକୁ ଅନ୍ତିମ ସ୍ତରରେ ପହଞ୍ଚାଇବା ପାଇଁ ଏଭଳି ତୃଣମୂଳ ପଦକ୍ଷେପଗୁଡ଼ିକୁ ଉପଯୋଗ କରାଯାଇ ଲାଭ ଉଠାଯାଉଛି। ଏଥିପାଇଁ ଆୟୋଜକମାନେ ସମୟ ଏବଂ ସ୍ଥାନ ସମ୍ପର୍କରେ କେବଳ ଏକ ଟୁଇଟ୍‌ ପଠାଇପାରିବେ। ତଥାପି ଯୋଗାଯୋଗର ଏହି ସହଜ ଧାରା ୫ ଜଣ ଏବଂ ୫,୦୦,୦୦୦ ପ୍ରଦର୍ଶନକାରୀ ମଧ୍ୟରେ ଥିବା ପାର୍ଥକ୍ୟକୁ ଅସ୍ବୀକାର କରେ ନାହିଁ। ତଥାପି ଲୋକେ ସମୟ ଦେଇ ପ୍ରତିବାଦକୁ ସଫଳ କରିବାକୁ ପ୍ରସ୍ତୁତ ହେବାକୁ ପଡ଼ୁଛି।
ପ୍ରତିବାଦ ଆନୁପାତିକତା ନୀତିର ଦ୍ୱିତୀୟ ଭାଗ ହେଉଛି ଅସୁବିଧା ସମ୍ବନ୍ଧିତ ପ୍ରସଙ୍ଗର ଗୁରୁତ୍ୱ। ପ୍ରତିବାଦକାରୀଙ୍କ ସଂଖ୍ୟା କମ୍‌ ଥିବାରୁ ସେମାନଙ୍କ କାର୍ଯ୍ୟ ଭୁଲ୍‌ ହେବାର ଆଶଙ୍କା ନାହିଁ। କଳାସ୍ଥାପତ୍ୟ ଉପରେ ଆକମଣ କରୁଥିବା ପ୍ରତିବାଦକାରୀମାନେ ଅନେକ ଲକ୍ଷ ଲୋକଙ୍କ କ୍ଷତି କରୁଥିବା ଏକ ସଙ୍କଟ ବିରୋଧରେ ପଦକ୍ଷେପ ନେବାକୁ ଆମକୁ ପ୍ରେରିତ କରୁଛନ୍ତି, ଯାହା ଉପରେ ପଦକ୍ଷେପ ନ ନେଲେ ଆମ ପୃଥିବୀର ଜଳବାୟୁକୁ ପୂରା ପରିବର୍ତ୍ତନ କରିଦେବ ଓ ଅନେକ କୋଟି ଲୋକଙ୍କର କ୍ଷତି ଘଟାଇବ। ବିକ୍ଷୋଭକାରୀମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କ ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ।
ତୃତୀୟ ବିଚାର ହେଉଛି, କାର୍ଯ୍ୟକର୍ତ୍ତାମାନେ ଅତ୍ୟଧିକ ଅସୁବିଧା ସୃଷ୍ଟି କରିବାକୁ ଚାହଁୁଛନ୍ତି ନା ବାଧା ହ୍ରାସ କରିବା ଚାହୁଁଛନ୍ତି? ବିକ୍ଷୋଭକାରୀମାନେ ଅନୁଭବ କରନ୍ତି ଯେ ସେମାନେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱନ୍ଦ୍ୱରେ ଫସି ରହିଛନ୍ତି। ପ୍ରଚାର କରିବାର ସହଜ ଉପାୟ ହେଉଛି ଏକ ବିଭ୍ରାନ୍ତିକର ଢଙ୍ଗରେ ବିରୋଧ କରିବା, ଯାହାକି ସେମାନଙ୍କ ବିଚାର ବିରୋଧରେ ଜନମତକୁ ବଦଳାଇପାରେ। ସେମାନେ ବିଶ୍ୱସ କରନ୍ତି ଯେ, ଗଣମାଧ୍ୟମକୁ ଜାଗ୍ରତ କରିବା ପାଇଁ ଲୋକଙ୍କ ଲାଗି ଅସୁବିଧା ସୃଷ୍ଟି କରିବା ଦରକାର। ତେବେ ଲୋକଙ୍କ ଜୀବନରେ ଅସୁବିଧା ନ ଆଣି ଅନ୍ୟାୟ ସମ୍ପର୍କରେ ସେମାନଙ୍କୁ ଜଣାଇବା ପାଇଁ ସୃଜନଶୀଳ ପଥ ସୃଷ୍ଟି ବିଷୟ ଚିନ୍ତା କରିବା କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ଏହା କରାଯାଇପାରିବ। ପିଲାମାନଙ୍କୁ ଆଲୋକ ଦେଉଥିବା ଖ୍ରୀଷ୍ଟମାସ ଟ୍ରିକୁ ବାଧାଦେବା ପରିବର୍ତ୍ତେ ବିକ୍ଷୋଭକାରୀମାନେ ଏକ ସର୍ବସାଧାରଣ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିପାରନ୍ତି। ଏହିପରି ବିରୋଧର ବାସ୍ତବତା ଭାଇରାଲ ହୋଇପାରେ। ଚତୁର୍ଥ ବିଷୟ ହେଉଛି, ଜାଣିଶୁଣି ସୃଷ୍ଟି କରାଯାଉଥିବା ଅସୁବିଧାକୁ ଅନ୍ୟ ପ୍ରତିବାଦର ଆନୁପାତିକ କାରକଗୁଡ଼ିକ ସହିତ ମୂଲ୍ୟାୟନ କରାଯିବା ଆବଶ୍ୟକ, ଏପରିକି ଏଥିରେ କିଏ ଅସୁବିଧା ଭୋଗୁଛନ୍ତି ତାହା ଦେଖିବା ଦରକାର। ଗ୍ରୀନ୍‌ହାଉସ-ଗ୍ୟାସ୍‌ ନିର୍ଗମନ ହ୍ରାସ କରିବାର କ୍ଷମତା ଥିବା ଲୋକଙ୍କ ନିତିଦିନଆ କାର୍ଯ୍ୟରେ ବାଧା ନ ଦେଇ ନିଜ ପିଲାମାନଙ୍କୁ ସ୍କୁଲକୁ ନେଇଯାଉଥିବା କିମ୍ବା କାମକୁ ଯାଉଥିବା ହଜାର ହଜାର ଲୋକଙ୍କ ପଥରେ କେତେକ ଜଳବାୟୁ ପ୍ରଦର୍ଶନକାରୀ ବାଧା ସୃଷ୍ଟି କରିବା ନୈତିକତା ଦୃଷ୍ଟିରୁ ଅଧିକ ଚିନ୍ତାଜନକ।
ଜନସାଧାରଣଙ୍କ ଅପେକ୍ଷା ରାଜନେତିକ ତଥା ଅମଲାତାନ୍ତ୍ରିକ କାର୍ଯ୍ୟରେ ଅସୁବିଧା ସୃଷ୍ଟି କରିବା ଅଧିକ ଯୁକ୍ତିଯୁକ୍ତ। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକୁ କାର୍ଯ୍ୟ କରିବା ପାଇଁ ସରକାରୀ କର୍ମଚାରୀମାନେ ନାଗରିକଙ୍କ ଦୃଷ୍ଟିକୋଣ ଜାଣିବା ଜରୁରୀ। ତଥାପି ବିକ୍ଷୋଭକାରୀମାନେ ବାଧା ଉପୁଜାଉଥିବା ସେବାଗୁଡ଼ିକର ଗୁରୁତ୍ୱ ଉପରେ ବିଚାରକରିବା ଆବଶ୍ୟକ। ସାଧାରଣ ସେବା ପ୍ରଦାନରେ ବାଧା ଆଣିବା ତୁଳନାରେ କର୍ପୋରେଟ ଲବିଷ୍ଟ ତଥା ରାଜନେତାଙ୍କ ବୈଠକରେ ବାଧା ସୃଷ୍ଟିକରିବା ଅଧିକ ଯଥାର୍ଥ। ଆମେ ଅନ୍ତର୍ଜାତୀୟ ସଂଘର୍ଷ କିମ୍ବା ହିଂସାମତ୍କ ପ୍ରତିବାଦର ମୂଲ୍ୟାଙ୍କନ କରୁନାହଁୁ। ତେଣୁ ପ୍ରିନ୍ସିପୁଲ ଅଫ୍‌ ପ୍ରପର୍ସନାଲିଟିର ଗୁରୁତ୍ୱ ରହିବ ନାହିଁ। ତଥାପି ନୈତିକ ବିଚାର ଗୁରୁତ୍ୱପୂର୍ଣ୍ଣ ହୋଇ ରହିଛି। ଅନୈତିକ କାର୍ଯ୍ୟକଳାପ, ଏପରିକି ଅହିଂସାମତ୍କ ହେଲେ ମଧ୍ୟ ସହଜରେ ପ୍ରତିବାଦକୁ ପ୍ରୋତ୍ସାହନ ଦେଇପାରେ ଯାହା ହିଂସାରେ ପରିଣତ ହୁଏ। ପ୍ରିନ୍ସିପୁଲ ଅଫ୍‌ ପ୍ରପର୍ସନାଲିଟି ଅନେକ ବିଷୟରେ ଏକ ଉପଯୋଗୀ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିପାରିବ ଯାହା ଉପରେ ପ୍ରତିବାଦକାରୀମାନେ ବିଚାର କରିବା ଉଚିତ। ଏହା ମଧ୍ୟ ପ୍ରତିରୋଧ ଅଧିକାର ରକ୍ଷା କରିବାରେ ଆମକୁ ସକ୍ଷମ କରାଇବା ସହ ପ୍ରତିବାଦକରୀଙ୍କ ନୈତିିକ ଦାୟିତ୍ୱ ମଧ୍ୟ ନିର୍ଦ୍ଦିଷ୍ଟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri