Posted inଜାତୀୟ

ପ୍ରାଣୀ-ମଣିଷ ସଂଘର୍ଷ କରାଇବ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୫।୪: ଜଳବାୟୁ ପରିବର୍ତ୍ତନ ଫଳରେ ଜଙ୍ଗଲରେ ନିଆଁ ଲାଗିବା ସାଙ୍ଗକୁ ବନସ୍ପତି ମାତ୍ରା କମିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲରେ ବାସ କରୁଥିବା ଜୀବଙ୍କ ଉପରେ ପଡ଼ିଛି। ଜଙ୍ଗଲ କ୍ଷୟ ଯୋଗୁ ପଶୁ ଖାଦ୍ୟ ଓ ବାସ ଅନ୍ବେଷଣରେ ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି। ଏହାଫଳରେ ମାନବ ଓ ଜୀବଙ୍କ ମଧ୍ୟରେ ସଂଘର୍ଷ ଦେଖାଯିବ ବୋଲି ପ୍ରକୃତି ସଂରକ୍ଷକମାନେ ମତ ପ୍ରକାଶ କରିଛନ୍ତି।
ଜଳବାୟୁ ପ୍ରଭାବରେ ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବାକୁ ବସିଛି। ଖାଦ୍ୟାଭାବରୁ ପ୍ରାଣୀଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ଁ ସୁନ୍ଦରବନର ବ୍ୟାଘଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିବା ସକାଶେ ଓ୍ବେଷ୍ଟର୍ନ ଘାଟରେ ଏହା ଏକ ବଡ଼ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇଛି। ୨୦୧୮ ସୁନ୍ଦରବନରେ ମୋଟ ୯୮୧ ବାଘ ଗଣାନା କରାଯାଇଥିଲା। ୨୦୨୨ରେ ଏହି ସଂଖ୍ୟା କମି ୮୨୪ରେ ପହଞ୍ଚତ୍ଛି। ଜଳବାୟୁ ପରିବର୍ତ୍ତନ କାରଣରୁ ତରୁଲତା କୀଟ ପତଙ୍ଗ ଦ୍ୱାରା ବହୁ ରୋଗର ଶିକାର ହେଉଛନ୍ତି, ଯାହା ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁଙ୍କଠାରେ ଖାଦ୍ୟର ଘୋର ଅଭାବ ଦେଖାଯାଉଥିବା ଜାତୀୟ ବ୍ୟାଘ୍ର ସୁରକ୍ଷା ସଂସ୍ଥା (ଏନ୍‌ଟିସିଏ)ର ଏଆଇଜି ମହମ୍ମଦ ସାଜିଦ୍‌ ସୁଲ୍‌ତାନ କହିଛନ୍ତି। ପୂର୍ବ ଦିନଗୁଡ଼ିକ ତୁଳନାରେ ବର୍ତ୍ତମାନ ବର୍ଷା ମଧ୍ୟ କମିଛି। ଠିକ୍‌ ସମୟରେ ଆବଶ୍ୟକ ପରିମାଣର ବର୍ଷା ନ ହେବା କାରଣରୁ ଜଙ୍ଗଲ ଶୁଖିଲା ପଡ଼ୁଛି ଏବଂ ତାପମାତ୍ରା ବୃଦ୍ଧି ଯୋଗୁ ସେଠାରେ ନିଆଁ ଲାଗିଯାଉଛି। ଜଳବାୟୁ ପରିବର୍ତ୍ତନ ପ୍ରଜନନ ଚକ୍ରକୁ ପ୍ରଭାବିତ କରିଛି। ଅନ୍ୟପକ୍ଷେ ବିଭିନ୍ନ ରୋଗ ଫସଲକୁ ଆକ୍ରମଣ କରିବା ଦ୍ୱାରା ଫସଲ ନଷ୍ଟ ହେବାରେ ଲାଗିଛି। ଫସଲ ଉଜୁଡ଼ିବା ଯୋଗୁ କ୍ଷୁଦ୍ରଚାଷୀ ଏବେ ଜଙ୍ଗଲ ଉପରେ ଅଧିକ ନିର୍ଭରଶୀଳ ହେବାକୁ ବସିଲେଣି। ଜଙ୍ଗଲ ଉପରେ ଉଭୟ ପଶୁ ଓ ମଣିଷ ନିର୍ଭର କରିବା ଦ୍ୱାରା ଉଭୟଙ୍କ ମଧ୍ୟରେ ସଂଘର୍ଷ ଦେଖାଯିବ ବୋଲି ପ୍ରକୃତି ସଂରକ୍ଷକମାନେ ଚେତାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri