ଜଳବାୟୁ ପରିବର୍ତ୍ତନ ଯୋଗୁ ଆସିବ ଭବିଷ୍ୟତରେ ନୂଆ ମହାମାରୀ…

ଓ୍ବାଶିଂଟନ,୨୬।୧୦ : ପରବର୍ତ୍ତୀ ମହାମାରୀ କୌଣସି ବାଦୁଡି କିମ୍ବା ପ୍ରାଣୀଙ୍କଠାରୁ ଆସି ନପାରେ। ଏହା ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନରୁ ଆସିବାର ଯଥେଷ୍ଟ ଆଶଙ୍କା ରହିଛି। ସମଗ୍ର ବିଶ୍ୱରେ ତରଳୁଥିବା ବରଫରୁ ନୂଆ ଭୂତାଣୁ ଆସିପାରେ ବୋଲି ପ୍ରାଣୀ ବିଜ୍ଞାନୀ ପତ୍ରିକା ‘ପ୍ରୋସିଡିଙ୍ଗସ ଅଫ ଦି ରୟାଲ ସୋସାଇଟି ବି’ରେ ପ୍ରକାଶିତ ଏକ ଅନୁସନ୍ଧାନରେ ଏହି ଦାବି କରାଯାଇଛି। ବାସ୍ତବରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ, ଗ୍ଲାସିୟର ତରଳିବାରେ ଲାଗିଛି। ଏହି କାରଣରୁ ବହୁ ମାରାତ୍ମକ ରୋଗସୃଷ୍ଟିକାରୀ ଅଣୁଜୀବ ବାହାରକୁ ଆସି ଏଥିରେ ବ୍ୟାପିବାର ଆଶଙ୍କା ରହିଛି।

ଭାଇରାଲ ସ୍ପିଲ ଓଭର ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ଭୂତାଣୁ ଏକ ନୂତନ ହୋଷ୍ଟ ମିଳିଥାଏ। ହୋଷ୍ଟ ମଣିଷ, ପ୍ରାଣୀ, ଉଦ୍ଭିଦ ଯେ କେହି ବି ହୋଇପାରନ୍ତି। ଏହି ଭୂତାଣୁ ହୋଷ୍ଟକୁ ସଂକ୍ରମିତ କରି ମହାମାରୀର ବିସ୍ତାର କରିଥାଏ। ମୃତ୍ତିକାର ଜେନେଟିକ ବିଶ୍ଳେଷଣରୁ ଜଣାପଡିଛି ଯେ ବରଫର ଦ୍ରୁତ ତରଳିବା କାରଣରୁ ପୃଥିବୀରେ ନୂତନ ଭୂତାଣୁ ବିସ୍ତାର କରିବାର ଆଶଙ୍କା ରହିଛି।

୨୦୨୧ ମସିହାରେ ହୋଇଥିବା ଏକ ଅଧ୍ୟୟନ ସମୟରେ ବୈଜ୍ଞାନିକମାନେ ତିବ୍ଦତର ଗ୍ଲାସିଅରରେ ୩୩ଟି ଭୂତାଣୁ ଆବିଷ୍କାର କରିଥିଲେ। ଗତ ୧୫ ହଜାର ବର୍ଷ ଧରି ସେମାନେ ବରଫ ତଳେ ରହିଥିଲେ। ସେଥିମଧ୍ୟରୁ ୨୮ ଟି ଭାଇରସ ନୂତନ ଥିଲା। ଅର୍ଥାତ ଏହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଏସବୁ ତିବ୍ଦତର ଗ୍ଲାସିୟରରୁ ସୃଷ୍ଟି ହୋଇଥିଲେ। ଗ୍ଲୋବାଲ ୱାର୍ମିଂ ଯୋଗୁଁ ଏହି ଗ୍ଲାସିୟର ତରଳିବାରେ ଲାଗିଛି।

ଭାଇରସ ପୃଥିବୀର ପ୍ରତ୍ୟେକ କୋଣରେ ଅଛି। ଏହି ଅନୁସନ୍ଧାନ ପାଇଁ ବୈଜ୍ଞାନିକ ଦଳ ଆର୍କଟିକ ସର୍କଲର ହାଜେନ ହ୍ରଦରୁ ନମୁନା ସଂଗ୍ରହ କରିଥିଲେ। ଏହି ମଧୁର ଜଳ ହ୍ରଦ କାନାଡାରେ ଅବସ୍ଥିତ। ଏଥିରେ ମିଳୁଥିବା ଆରଏନଏ ଏବଂ ଡିଏନଏ ଏପର୍ଯ୍ୟନ୍ତ ମିଳିଥିବା ଭୂତାଣୁ ସହିତ ମେଳ ଖାଉଥିଲା ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଗ୍ଲେସିୟର ତରଳିବା ସହିତ ସେଥିରେ ଥିବା ଭୂତାଣୁ ବାହାରକୁ ଆସି ମଣିଷଙ୍କୁ ସଂକ୍ରମିତ କରିବେ। ଅନୁସନ୍ଧାନରେ, ଆର୍କଟିକ ଅଞ୍ଚଳକୁ ଚୟନ କରାଯାଇଥିଲା କାରଣ ଅନ୍ୟ ବରଫ ଅଞ୍ଚଳ ଅପେକ୍ଷା ଏଠାରେ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏଠାରେ ତାପମାତ୍ରା ଅଧିକ ଥିବାରୁ ଭାଇରାଲ ସ୍ପିଲ ଓଭର ହେବାର ଆଶଙ୍କା ମଧ୍ୟ ବେଶୀ ରହିଛି।

Share