କ୍ଲାଇମେଟ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌

ଧରିତ୍ରୀ ପକ୍ଷରୁ ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରଠାରେ ଯୁବ ସମ୍ମିଳନୀ(ୟୁଥ୍‌ କନ୍‌କ୍ଲେଭ) ଅନୁଷ୍ଠିତ ହେବାକୁ ଯାଉଛି। ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀରେ ରାଜ୍ୟର ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନର ବହୁ ଯୁବ ବକ୍ତା ଯୋଗଦେଇ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ୟାକୁ କିପରି ସେମାନେ ଦେଖୁଛନ୍ତି ସେନେଇ ବକ୍ତବ୍ୟ ରଖିବେ। ସେହି ଯୁବବକ୍ତାଙ୍କ ସମ୍ପର୍କରେ କିଛି…

ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଶ୍ୱେତାଲିନା ମହାନ୍ତି। ସେ ପ୍ରାଣୀ ବିଜ୍ଞାନରେ ସ୍ନାତକ କରୁଛନ୍ତି। ତାଙ୍କର ସାହିତ୍ୟ ଏବଂ କବିତା ପ୍ରତି ଆଗ୍ରହ ରହିଛି।
ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟରେ ସନଥ କୁମାର ସ୍ବାଇଁ ଏମ୍‌ବିଏ କରୁଛନ୍ତି। ସେ ଭ୍ରମଣ ପ୍ରତି ଆଗ୍ରହ ରଖିଥିବାବେଳେ ସଙ୍ଗୀତ ଏବଂ ଅଣକାଳ୍ପନିକ(ନନ୍‌-ଫିକ୍ସନାଲ) ବହି ପଢ଼ିବାକୁ ମଧ୍ୟ ବେଶ୍‌ ପସନ୍ଦ କରନ୍ତି।
କିଟ୍‌ ବିଶ୍ୱବିଦ୍ୟାଳୟର ବିଟେକ୍‌ର ତୃତୀୟ ବର୍ଷ ଛାତ୍ର ଶୁୁଭ୍ରନିଲ ଚଟୋପାଧ୍ୟାୟ। ସାଧାରଣରେ ବକ୍ତବ୍ୟ ଦେବା ପାଇଁ ଆଗ୍ରହ ଥିବା ଶୁଭ୍ରନିଲ ନିଜ ପ୍ରତିଭାକୁ ଦେଖାଇବା ପାଇଁ ଉଚିତ୍‌ ସୁଯୋଗକୁ ଅପେକ୍ଷା କରିଛନ୍ତି।
କଟକ ଏସ୍‌ସିବି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ କରୁଛନ୍ତି ଆଶୁତୋଷ ଅରୁଣ ମଲ୍ଲିକ। ସେ ତୃତୀୟ ବର୍ଷର ଛାତ୍ର। ସାମ୍ପ୍ରତିକ ବିଷୟବସ୍ତୁ ପଢ଼ିବା ଏବଂ କ୍ରୀଡ଼ା ଇତିହାସ ଜାଣିବା ପାଇଁ ତାଙ୍କର ବେଶ୍‌ ଆଗ୍ରହ ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଛାତ୍ର ଅଂଶୁମାନ ସାହୁ। କବିତା, କ୍ଷୁଦ୍ର କାହାଣୀ ଲେଖିବାକୁ ଭଲ ପାଆନ୍ତି। ଏଥିସହ ସେ ଜଣେ ପକୃତିପ୍ରେମୀ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ର ମହମ୍ମଦ ଫହିମ ଫୈଜଲ୍‌। ସେ ବକ୍ତୃତା ଦେବା ଏବଂ ବହୁ ସମ୍ମିଳନୀରେ ଯୋଗଦେଇ ନିଜ ଶିକ୍ଷାନୁଷ୍ଠାନରୁ ପ୍ରତିନିଧିତ୍ୱ କରିଛନ୍ତି।
ଭୁବନେଶ୍ୱର ଏମ୍ସର ଏମ୍‌ବିବିଏସ୍‌ର ପ୍ରଥମ ବର୍ଷ ଛାତ୍ର ଦେବାଞ୍ଜନ ରୁଜ୍‌। ବିତର୍କକୁ ଭଲ ପାଉଥିବା ଦେବାଞ୍ଜନ ବିଶ୍ୱ ରାଜନୀତି ବିଷୟରେ ପଢ଼ିବାକୁ ପସନ୍ଦ କରନ୍ତି।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୟୁଜି(ଅର୍ଥନୀତି) ତୃତୀୟ ବର୍ଷ ଛାତ୍ରୀ ଅପରାଜିତା ଦାସ। ସେ ଖବରକାଗଜ, କାଳ୍ପନିକ ଗଳ୍ପ ପଢ଼ିବାକୁ ପସନ୍ଦ କରନ୍ତି। ରୋଷେଇ କରିବା ତାଙ୍କୁ ଭଲଲାଗେ।