Posted inଜାତୀୟ

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ୨ ପାଦ ଉଠିଲା ଭାରତ

ନୂଆଦିଲ୍ଲୀ,୨୩।୧୧(ଆଇଏଏନ୍‌ଏସ୍‌): ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (ସିସିପିଆଇ-୨୦୨୩)ରେ ଭାରତ ୨ ପାଦ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି। ଜର୍ମାନ ଓ୍ବାଚ୍‌, ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ କ୍ଲାଇମେଟ୍‌ ଆକ୍ସନ ନେଟ୍‌ଓ୍ବର୍କ ପକ୍ଷରୁ ମଙ୍ଗଳବାର ଜାରି ସୂଚକାଙ୍କରେ ଏହି ବିଷୟ ପ୍ରକାଶ ପାଇଛି।
କପ୍‌୨୭ରେ ସଦ୍ୟ ପ୍ରକାଶିତ ସିସିପିଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୪ ଛୋଟ ଦେଶ ଡେନ୍‌ମାର୍କ, ସୁଇଡେନ୍‌, ଚିଲି ଓ ମରକ୍କୋର ସ୍ଥାନ ଭାରତ ଉପରେ ରହିଛି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୌଣସି ଦେଶକୁ ରଖାଯାଇ ନାହିଁ। ତେଣୁ ସମସ୍ତ ବୃହତ୍‌ ଅର୍ଥନୀତି ମଧ୍ୟରେ ଭାରତ ମଜଭୁତ ସ୍ଥିତିରେ ରହିଥିବା ଆନୁଷ୍ଠାନିକ ଭାବେ କୁହାଯାଇଛି। ସେହିପରି ଜି୨୦ର ସର୍ବୋତ୍ତମ ୫ ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ୧ ନମ୍ବରରେ ରହିଛି।
ଅନ୍ତର୍ଜାତୀୟ ଜଳବାୟୁ ରାଜନୀତିରେ ସ୍ବଚ୍ଛତାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ସିସିପିଆଇ କାର୍ଯ୍ୟ କରିଥାଏ। ଏଥିସହ ପ୍ରତ୍ୟେକ ଦେଶ ପକ୍ଷରୁ କରାଯାଉଥିବା ଜଳବାୟୁ ସୁରକ୍ଷା ଉଦ୍ୟମ ଓ ବିକାଶର ତୁଳନାମତ୍କ ଚିତ୍ର ଆଙ୍କିଥାଏ। ୨୦୦୫ ମସିହାରୁ ପ୍ରତିବର୍ଷ ପ୍ରକାଶ ପାଉଥିବା କ୍ଲାଇମେଟ୍‌ ଚେଞ୍ଜ ପରଫରମାନ୍ସ ଇଣ୍ଡେକ୍ସ ହେଉଛି ଏକ ସ୍ବାଧୀନ ନିରୀକ୍ଷଣକାରୀ ଟୁଲ୍‌, ଯାହା ଜରିଆରେ ୫୯ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘ (ଇୟୁ)ର ଜଳବାୟୁ ସୁରକ୍ଷା ପ୍ରଦର୍ଶନକୁ ଟ୍ରାକ୍‌ କରାଯାଏ। ବୈଶ୍ୱିକ ସବୁଜଗୃହ (ଜିଏଚ୍‌ଜି) ଉତ୍ସର୍ଜନର ୯୨% ଏହି ୫୯ ରାଷ୍ଟ୍ରରେ ହୋଇଥାଏ। ଜଳବାୟୁ ସୁରକ୍ଷା ପ୍ରଦର୍ଶନର ସମୀକ୍ଷା ୪ଟି ବର୍ଗରେ କରାଯାଇଥାଏ। ଜିଏଚ୍‌ଜି ଉତ୍ସର୍ଜନ (୪୦%), ନବୀକରଣୀୟ ଶକ୍ତି (୨୦%), ଶକ୍ତି ବ୍ୟବହାର (୨୦%) ଏବଂ ଜଳବାୟୁ ନୀତି (୨୦%) ଆଧାରରେ ଦେଶଗୁଡ଼ିକର ସ୍କୋର ନିର୍ଦ୍ଧାରଣ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri