Posted inଫୁରସତ

ଜଳବାୟୁ ପରିବର୍ତ୍ତନ ଆଣୁଛି ଭୟଙ୍କର ଟର୍ବୁଲେନ୍ସ, ବିମାନ ଭିତରେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗୁଛନ୍ତି ଯାତ୍ରୀ…

ନୂଆଦିଲ୍ଲୀ,୨୩।୫:  ଯାତ୍ରାବେଳେ ଉଚ୍ଚ ଆକାଶରେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିବା ସ୍ବାଭାବିକ। କିନ୍ତୁ ଯାତ୍ରୀ ମୃତାହତ ହେବା ଭଳି ସିଭିଅର୍‌ ଟର୍ବୁଲେନ୍ସ ବିରଳ। ଏହି କାରଣରୁ ଲଣ୍ଡନରୁ ସିଙ୍ଗାପୁର ଫେରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଓ ଅନ୍ୟ ୩୦ ଆହତ ହେବା ଘଟଣାକୁ ନେଇ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିମାନଟି ୩୭,୦୦୦ ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରୁଥିବାବେଳେ ଏଭଳି ଅସ୍ବାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ବିମାନ ଭିତରେ ଯାତ୍ରୀମାନେ ନିଜ ସିଟ୍‌ରୁ ଉଡ଼ିବାରେ ଲାଗିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା ବୃଦ୍ଧି ଏଭଳି ଭୟଙ୍କର ଟର୍ବୁଲେନ୍ସର ପ୍ରମୁଖ କାରଣ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ବିମାନ ଉଡ଼ାଣ କରୁଥିବାବେଳେ ଆକାଶମାର୍ଗରେ ତାପମାତ୍ରା ଓ ପାଣିପାଗ ସହ ଖାପ ଖୁଆଇ ନ ପାରି ହଠାତ୍‌ ଅଶାନ୍ତ ହୋଇପଡ଼ିବାକୁ ଟର୍ବୁଲେନ୍ସ କୁହାଯାଏ। ସୀମାହୀନ ସାଗର ଭଳି ଅନ୍ତହୀନ ଆକାଶରେ ଟର୍ବୁଲେନ୍ସ ଏକ ଢେଉ ସଦୃଶ ବୋଲି ୟୁନିଭର୍ସିଟି ଅଫ୍‌ ମେଲ୍‌ବୋର୍ନର ଆଟମୋସ୍ଫେରିକ୍‌ ସାଇଣ୍ଟିଷ୍ଟ ପ୍ରଫେସର ଟୋଡ୍‌ ଲେନ୍‌ କହିଛନ୍ତି। ପ୍ରଫେସର ଲେନ୍‌ଙ୍କ ମତରେ ପବନ ସମାନ୍ତରାଳରୁ ତଳ ଉପର ହେଲେ ବିମାନ ଟର୍ବୁଲେନ୍ସକୁ ସାମ୍ନା କରିଥାଏ। ନିର୍ବିଘ୍ନରେ ଉଡ଼ାଣ କରୁଥିବା ବିମାନ ହଠାତ୍‌ ତଳ ଉପର ହେବାକୁ ଲାଗିଥାଏ। ପବନର ଗତି ହିଁ ତାକୁ ଏପରି କରିଥାଏ।

ପାର୍ବତ୍ୟମାଳା, ଝଡ଼ ଓ ଜେଟ୍‌ ଷ୍ଟ୍ରିମ୍ସକୁ ଟର୍ବୁଲେନ୍ସର କାରଣ ବୋଲି କୁହାଯାଏ। ଏଭଳି ସ୍ଥିତିରେ ପାଇଲଟ୍‌ ପର୍ବତ ଉପର ଦେଇ ବିମାନର ଉଡ଼ାଣକୁ ଏଡ଼ାଇ ସୁରକ୍ଷିତ ମାର୍ଗକୁ ମୋଡ଼ିନେବା ପାଇଁ ତତ୍କାଳ ଯୋଜନା କରିବା ଉଚିତ। ଉପର ବାୟୁମଣ୍ଡଳ ଦେଇ ବିମାନ ଯାତ୍ରା କରୁଥିବାବେଳେ ଖୁବ୍‌ ଜୋର୍‌ରେ ପବନ ବହିଲେ ତାକୁ ଜେଟ୍‌ ଷ୍ଟ୍ରିମ୍ସ କୁହାଯାଏ। ଜେଟ୍‌ ଷ୍ଟ୍ରିମ୍ସର ଉପରେ ଓ ତଳେ ବହୁଥିବା ପବନକୁ ଷ୍ଟ୍ରଙ୍ଗ୍‌ ଓ୍ବାଇଣ୍ଡ୍‌ ଶିଅର୍‌ କୁହାଯାଏ। ସେହି ସମୟରେ ପବନର ଗତିରେ ନାଟକୀୟ ପରିବର୍ତ୍ତନ ଆସିଥାଏ। ଏଭଳି ଷ୍ଟ୍ରଙ୍ଗ୍‌ ଓ୍ବାଇଣ୍ଡ୍‌ ଶିଅର୍‌ ରିଜିଅନ୍ସରେ ବିମାନ ଯାତ୍ରୀ ଅତ୍ୟଧିକ ଟର୍ବୁଲେନ୍ସର ଶିକାର ହୋଇଥାନ୍ତି। ମେଘ ନ ଥିବା ଆକାଶରେ ସୃଷ୍ଟି ହେଉଥିବା ଆଲୋଚନ ବା ଅସ୍ଥିରତାକୁ କ୍ଲିଅର ଏୟାର ଟର୍ବୁଲେନ୍ସ କୁହାଯାଏ। ତେବେ ସିଙ୍ଗାପୁର ଏୟାରଲାଇନ୍ସର ବିମାନଟି କେଉଁ ପର୍ଯ୍ୟାୟର ଟର୍ବୁଲାନ୍ସକୁ ସାମ୍ନା କରିଥିଲା ତାହା ଜଣା ପଡ଼ିନାହିଁ। ସେତେବେଳେ ସେହି ରୁଟ୍‌ରେ ଝଡ଼ ସୃଷ୍ଟି ହୋଇଥିବା ବିଷୟ ଟ୍ରାକିଙ୍ଗ୍‌ ସର୍ଭିସ୍‌ ଫ୍ଲାଇଟ୍‌ ରାଡାର ୨୪ ପକ୍ଷରୁ କୁହାଯାଇଛି।

ବିଶ୍ୱରେ ଜୀବାଶ୍ମ ଇନ୍ଧନର ବ୍ୟବହାର ବଢ଼ିବାରେ ଲାଗିଥିବାରୁ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହି କାରଣରୁ ଟର୍ବୁଲେନ୍ସ ସୃଷ୍ଟି ହେଉଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି। ନର୍ଥ ଆଟଲାଣ୍ଟିକ୍‌ ଆକାଶରେ ୨୦୫୦-୨୦୮୦ ବେଳକୁ ଜଳବାୟୁ ପରିବର୍ତ୍ତନଜନିତ ଟର୍ବୁଲେନ୍ସ ଦୁଇରୁ ତିନିଗୁଣା ବୃଦ୍ଧି ପାଇବ ବୋଲି ୨୦୧୭ର ଏକ ଅଧ୍ୟୟନରେ ସତର୍କ କରାଯାଇଥିଲା। ଅନ୍ୟ କେତେଜଣ ବିଶେଷଜ୍ଞ କହିଛନ୍ତି, ୨୦୫୦ ସୁଦ୍ଧା କ୍ଲିଅର ଏୟାର ଟର୍ବୁଲେନ୍ସ ୨୦୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଭାରତରେ ପ୍ରାକ୍‌ ମୌସୁମୀ ସମୟରେ ଫ୍ଲାଇଟ୍‌ ଟର୍ବୁଲେନ୍ସ ବୃଦ୍ଧି ପାଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

୩ ମିନିଟରେ ୬,୦୦୦ ଫୁଟ୍‌ ଖସିଥିଲା ସିଙ୍ଗାପୁର ବିମାନ

ସିଙ୍ଗାପୁର ଏୟାରଲାଇନ୍ସ ବୋଇଂ ୭୭୭ ସୋମବାର ରାତି ୧୦ଟା ପରେ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଉକ୍ତ ବିମାନରେ ୨୧୧ ଯାତ୍ରୀ ଓ ୧୮ କ୍ରିଉ ମେମ୍ବର ଥିଲେ। ଟେକ୍‌ଅପ୍‌ର ପ୍ରାୟ ଦେଢ଼ଘଣ୍ଟା ପରେ ଭାରତ ମହାସାଗର ଆକାଶରେ ବିମାନଟି ଏୟାର ଟର୍ବୁଲେନ୍ସର ଶିକାର ହୋଇ ଥରିବାରେ ଲାଗିଥିଲା। ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ। ଟର୍ବୁଲେନ୍ସ ଏତେ ଭୟଙ୍କର ଥିଲା ଯେ, ଫ୍ଲାଇଟ୍‌ ଏସ୍‌କ୍ୟୁ୩୨୧ ମାତ୍ର ୩ ମିନିଟ ମଧ୍ୟରେ ୬,୦୦୦ ଫୁଟ୍‌ ତଳକୁ ଖସିଯାଇଥିଲା। ଫଳରେ ବିମାନକୁ ମଙ୍ଗଳବାର ସ୍ଥାନୀୟ ସମୟ ରାତି ୩ଟା ୪୫ରେ ବ୍ୟାଙ୍କକ୍‌ର ସୁବର୍ଣ୍ଣଭୂମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଇବାକୁ ପାଇଲଟ ବାଧ୍ୟ ହୋଇଥିଲେ। ସେତେବେଳକୁ ବ୍ରିଟେନ୍‌ର ଜଣେ ୭୩ ବର୍ଷୀୟ ନାଗରିକ ଆତଙ୍କିତ ହୋଇ ହୃଦ୍‌ଘାତରେ ପ୍ରାଣ ହରାଇ ସାରିଥିଲେ। ଅନ୍ୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ସିଙ୍ଗାପୁର ଏୟାରଲାଇନ୍ସର ଏକ ରିଲିଫ୍‌ ପ୍ଲେନ୍‌ ବ୍ୟାଙ୍କକ୍‌ରୁ ଅଧିକାଂଶ ଆହତ ଯାତ୍ରୀଙ୍କୁ ନେଇ ବୁଧବାର ସକାଳ ୫ଟାରେ ସିଙ୍ଗାପୁର ଫେରିଛି। ସିଙ୍ଗାପୁର ଏୟାରଲାଇନ୍ସ ସିଇଓ ଗୋହ ଚୁନ୍‌ କହିଛନ୍ତି, ୭୯ ଯାତ୍ରୀ ଓ ୬ କ୍ରିଉ ମେମ୍ବର ଏବେ ବି ବ୍ୟାଙ୍କକ୍‌ରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଥିବା ୭୧ ଜଣଙ୍କୁ ଆଣିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ଦ୍ୱିତୀୟ ବିମାନ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri