Categories: ଜାତୀୟ

ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଛି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ…

ହାଇଦ୍ରାବାଦ୍‌, ୫।୨ : ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ହେବାରେ ଲାଗିଛି। ଏହା ଦ୍ୱାରା ବଡ଼ ଧରଣର ଆହ୍ବାନ ସୃଷ୍ଟି ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦ୍‌ ସ୍ଥିତ ପାଟନଚେରୁରେ ଅନ୍ତରାଷ୍ଟ୍ରୀୟ ଫସଲ ଅନୁସନ୍ଧାନ ସଂସ୍ଥାନ(ଆଇସିଆରଆଇଏସଏଟି)ର ୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଆସନ୍ତା ୫ ବର୍ଷ ସଂସ୍ଥା ପାଇଁ ଗୁରୁତ୍ୱପୁୂର୍ଣ୍ଣ। ଭାରତ ବିକାଶ କ୍ଷେତ୍ରରେ ଏହି ସଂସ୍ଥା କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ୨୦୭୦ ପର୍ଯ୍ୟନ୍ତ ଶୂନ୍ୟ ନିଗର୍ମନ ଲକ୍ଷ୍ୟ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Share