Categories: ଫୁରସତ

ଜଳବାୟୁ ପରିବର୍ତ୍ତନ ବଢାଉଛି ସଙ୍କଟ

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସଙ୍କଟ ଘନେଇ ଆସୁଛି। ଏ କ୍ଷେତ୍ରରେ ବିଶ୍ୱତାପନକୁ ମୁଖ୍ୟ କାରଣ ଭାବେ ଉଭା ହୋଇଛି। ଦୈନନ୍ଦିନ ଜୀବନରେ ମଣିଷ ବ୍ୟବହାର କରୁଥିବା ବିଭିନ୍ନ ବିଳାସପୂର୍ଣ୍ଣ ଆସବାବପତ୍ର, ଯାନବାହନ, ଶିଳ୍ପ ସଂସ୍ଥାରୁ ନିର୍ଗତ ବିଷାକ୍ତ ବାଷ୍ପ, ବାୟୁରେ ଉତ୍ତାପ ସୃଷ୍ଟିକାରୀ ଅଙ୍ଗାରକାମ୍ଳ ଗ୍ୟାସ୍‌ ଯୋଗୁ ବିଶ୍ୱତାପନ ବଢ଼ି ଚାଲିଛି। ଏହାର ପ୍ରଭାବରେ ମେରୁ ଅଞ୍ଚଳରେ ଥିବା ହିମବାହ ଧୀରେ ଧୀରେ ତରଳିବା ଆରମ୍ଭ କରିଛି। ଏଥିଯୋଗୁ ଭୌଗୋଳିକ ସଂରଚନାରେ ବଡ଼ ଧରଣର ପରିବର୍ତ୍ତନର ଆଶଙ୍କା ରହିଥିବା ଭୂବିଜ୍ଞାନୀ ମତପୋଷଣ କରିଛନ୍ତି। ଏଭଳି ଧାରା ଜାରି ରହିଲେ ସମୁଦ୍ରର ଜଳପତ୍ତନ ବଢ଼ିବା ଦ୍ୱାରା ବହୁ ଉପକୂଳ ଅଞ୍ଚଳ ଜଳାର୍ଣ୍ଣବ ହୋଇଯିବ। ପୃଥିବୀରେ ଥିବା ପ୍ରାୟ ୩୦ ପ୍ରତିଶତ ସ୍ଥଳଭାଗରୁ ବହୁ ଅଂଶ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ଥିତ୍ବା ପରିବେଶ ବିଜ୍ଞାନୀମାନେ ବାରମ୍ବାର ସତର୍କ କରାଇ ଚାଲିଛନ୍ତି। ମେରୁ ଅଞ୍ଚଳରେ ବରଫ ତରଳୁଥିବାରୁ ଏହା ତଳେ ଥିତ୍ବା ବହୁ ପୁରାତନ ରୋଗ ସୃଷ୍ଟିକାରୀ ଭୂତାଣୁ ପୁଣି ମାନବ ସମାଜ ପାଇଁ ଏକ ଆହ୍ବାନ ସୃଷ୍ଟି କରିବାର ଆଶଙ୍କା ରହିଥିବା ପରିବେଶ ବିଜ୍ଞାନୀମାନେ କହୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଲ୍‌ -ନିନୋ ଭଳି ସମସ୍ୟା ଦେଖା ଦେଉଛି। ଫଳରେ ପୂର୍ବାପେକ୍ଷା ବାତ୍ୟା ଅଧିକ ସଂଘଠିତ ହେଉଛି। ଏହା ଆର୍ଥିକ ମେରୁଦଣ୍ଡକୁ ବି ଦୋହଲାଇ ଦେଉଛି। ତେବେ ଏ ସମ୍ପର୍କରେ ସଚେତନତା ଅବଲମ୍ବନ କଲେ ଆଶଙ୍କା ଥିବା ବିପଦରୁ ପୃଥିବୀକୁ ଦୂରେଇ ରଖିହେବ ବୋଲି ପରିବେଶ ବିଜ୍ଞାନୀ ମତପୋଷଣ କରିଛନ୍ତି।

Share