‘କ୍ଲାଇମେଟ୍‌ ଚେଞ୍ଜ୍‌: ଫୋକସ୍‌ ଓଡ଼ିଶା’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅପରିଣାମଦର୍ଶୀ ମଣିଷ ଏହାର ଭୟାବହତାକୁ ତଥାପି ବୁଝିବାକୁ ନାରାଜ। ପୃଥିବୀର ସମ୍ବଳଗୁଡ଼ିକର ଅପବ୍ୟବହାର କରି ଜଙ୍ଗଲ, ଖଣି, ନଦୀ, ହ୍ରଦ ସବୁକୁ ମଣିଷ ନଷ୍ଟ କରିଚାଲିଛି। ତାପମାତ୍ରା ବଢ଼ିବାରୁ ମେରୁ ଅଞ୍ଚଳରେ ତୁଷାର ବା ବରଫ ଖଣ୍ଡମାନ ତରଳିବାରୁ ସାରା ପୃଥିବୀରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ ଅନୁରୂପ ଭାବରେ ହିମାଳୟର ଗ୍ଲାସିୟର ତରଳିବା ଦ୍ୱାରା ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହି ପାରୁନାହିଁ। ପ୍ରାୟ ପ୍ରତିବର୍ଷ ବଡ଼ ବଡ଼ ବାତ୍ୟା ଖାଲି ଭାରତ କାହିଁକିି ଅନେକ ଦେଶରେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣିି। ଏହି ସମସ୍ୟାରୁ ମୁକୁଳି ପାରିନି ଓଡ଼ିଶା। ଓଡ଼ିଶାରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦୀର୍ଘ ବର୍ଷ ହେଲାଣି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲାରେ ୧୯୯୩ ମସିହାରୁ ସାତଭାୟା ଅଞ୍ଚଳରେ ଏକ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି। ଅସ୍ତରଙ୍ଗରେ ଏବେ କିଛି ଗାଁକୁ ସମୁଦ୍ର ଗିଳିଦେବା ଭୟ ଲୋକଙ୍କୁ ଘାରିଲାଣି। ଖାଲି ସେତିକି ନୁହେଁ, ବର୍ଷକୁ ଏକାଧିକ ଘୂର୍ଣ୍ଣିବଳୟ ସହିତ ମରୁଡ଼ି, ବନ୍ୟା, ଜଙ୍ଗଲରେ ଅଗ୍ନିକାଣ୍ଡ ଏବଂ ବଜ୍ରପାତ ଓଡ଼ିଶାକୁ କ୍ଷତି ପହଞ୍ଚାଇଛି। ରାଜ୍ୟରେ ଅଧିକାଂଶ ଲୋକ ଜଳବାୟୁ ପରିବର୍ତ୍ତନର ଶିକାର ହୋଇଛନ୍ତି। ତେଣୁ ଏବେଠାରୁ ଉପଯୁକ୍ତ ପଦକ୍ଷେପ ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସମୟ ସହିତ ସ୍ଥିତି ଆହୁରି ବିଗିଡ଼ିଯିବ। ଏହି ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ‘ଧରିତ୍ରୀ’ ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେଇଛି। ଆସନ୍ତା ୨୪ ତାରିଖରେ ‘ଧରିତ୍ରୀ’ ତା’ର ୪୮ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’ ଆୟୋଜନ କରିିବ। ଏହାର ବିଷୟବସ୍ତୁ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ୍‌: ଫୋକସ୍‌ ଓଡ଼ିଶା’। ଏଥିରେ ରାଜ୍ୟର ବହୁ ବଡ଼ ବଡ଼ ଉଚ୍ଚଶିକ୍ଷାନୁଷ୍ଠାନର ଯୁବ ବକ୍ତାମାନେ ଯୋଗଦେବେ। ଏଥିସହିତ ଏହି କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନେ ମଧ୍ୟ ଯୋଗଦେଇ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଉପରେ ସେମାନଙ୍କର ସୁଚିନ୍ତିତ ମତାମତ ଏବଂ ସମାଧାନର ବାଟ ଉପସ୍ଥାପନ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ, ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମାନ କାରଣ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଏକତ୍ରିତ କରିବା ଏବଂ ପରସ୍ପର ମଧ୍ୟରେ ଏକ ସାମୂହିକ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବା ହେଉଛି ଏହି କନ୍‌କ୍ଲେଭ୍‌ର ମୂଳ ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri