‘କ୍ଲାଇମେଟ୍‌ ଚେଞ୍ଜ୍‌: ଫୋକସ୍‌ ଓଡ଼ିଶା’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅପରିଣାମଦର୍ଶୀ ମଣିଷ ଏହାର ଭୟାବହତାକୁ ତଥାପି ବୁଝିବାକୁ ନାରାଜ। ପୃଥିବୀର ସମ୍ବଳଗୁଡ଼ିକର ଅପବ୍ୟବହାର କରି ଜଙ୍ଗଲ, ଖଣି, ନଦୀ, ହ୍ରଦ ସବୁକୁ ମଣିଷ ନଷ୍ଟ କରିଚାଲିଛି। ତାପମାତ୍ରା ବଢ଼ିବାରୁ ମେରୁ ଅଞ୍ଚଳରେ ତୁଷାର ବା ବରଫ ଖଣ୍ଡମାନ ତରଳିବାରୁ ସାରା ପୃଥିବୀରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ ଅନୁରୂପ ଭାବରେ ହିମାଳୟର ଗ୍ଲାସିୟର ତରଳିବା ଦ୍ୱାରା ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣରେ ରହି ପାରୁନାହିଁ। ପ୍ରାୟ ପ୍ରତିବର୍ଷ ବଡ଼ ବଡ଼ ବାତ୍ୟା ଖାଲି ଭାରତ କାହିଁକିି ଅନେକ ଦେଶରେ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣିି। ଏହି ସମସ୍ୟାରୁ ମୁକୁଳି ପାରିନି ଓଡ଼ିଶା। ଓଡ଼ିଶାରେ ମଧ୍ୟ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦୀର୍ଘ ବର୍ଷ ହେଲାଣି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲାରେ ୧୯୯୩ ମସିହାରୁ ସାତଭାୟା ଅଞ୍ଚଳରେ ଏକ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି। ଅସ୍ତରଙ୍ଗରେ ଏବେ କିଛି ଗାଁକୁ ସମୁଦ୍ର ଗିଳିଦେବା ଭୟ ଲୋକଙ୍କୁ ଘାରିଲାଣି। ଖାଲି ସେତିକି ନୁହେଁ, ବର୍ଷକୁ ଏକାଧିକ ଘୂର୍ଣ୍ଣିବଳୟ ସହିତ ମରୁଡ଼ି, ବନ୍ୟା, ଜଙ୍ଗଲରେ ଅଗ୍ନିକାଣ୍ଡ ଏବଂ ବଜ୍ରପାତ ଓଡ଼ିଶାକୁ କ୍ଷତି ପହଞ୍ଚାଇଛି। ରାଜ୍ୟରେ ଅଧିକାଂଶ ଲୋକ ଜଳବାୟୁ ପରିବର୍ତ୍ତନର ଶିକାର ହୋଇଛନ୍ତି। ତେଣୁ ଏବେଠାରୁ ଉପଯୁକ୍ତ ପଦକ୍ଷେପ ଏବଂ ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ସମୟ ସହିତ ସ୍ଥିତି ଆହୁରି ବିଗିଡ଼ିଯିବ। ଏହି ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ‘ଧରିତ୍ରୀ’ ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଏକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେଇଛି। ଆସନ୍ତା ୨୪ ତାରିଖରେ ‘ଧରିତ୍ରୀ’ ତା’ର ୪୮ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’ ଆୟୋଜନ କରିିବ। ଏହାର ବିଷୟବସ୍ତୁ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ୍‌: ଫୋକସ୍‌ ଓଡ଼ିଶା’। ଏଥିରେ ରାଜ୍ୟର ବହୁ ବଡ଼ ବଡ଼ ଉଚ୍ଚଶିକ୍ଷାନୁଷ୍ଠାନର ଯୁବ ବକ୍ତାମାନେ ଯୋଗଦେବେ। ଏଥିସହିତ ଏହି କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନେ ମଧ୍ୟ ଯୋଗଦେଇ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଉପରେ ସେମାନଙ୍କର ସୁଚିନ୍ତିତ ମତାମତ ଏବଂ ସମାଧାନର ବାଟ ଉପସ୍ଥାପନ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ, ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସମାନ କାରଣ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଏକତ୍ରିତ କରିବା ଏବଂ ପରସ୍ପର ମଧ୍ୟରେ ଏକ ସାମୂହିକ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବା ହେଉଛି ଏହି କନ୍‌କ୍ଲେଭ୍‌ର ମୂଳ ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri