ଜଳବାୟୁଭିତ୍ତିକ ଶିକ୍ଷା ପ୍ରଣାଳୀ

ଈପ୍ସିତା ମହାନ୍ତି

 

ଜୀବନଧାରଣ ପାଇଁ ପ୍ରକୃତି ଆମକୁ ସବୁକିଛି ଦେଇଛି। ପ୍ରକୃତି ସହ ଆମର ଏହି ନିବିଡ଼ତା ପରିପ୍ରେକ୍ଷୀରେ ଏକ ଅଧା ଅଧୁରା ବିକାଶର ଅବଧାରଣାକୁ ଆପଣାଇବା ପରିବର୍ତ୍ତେ ଭାରତ ପୃଥିବୀ ଗ୍ରହ ଏବଂ ଏହା ଉପରେ ବସବାସ କରୁଥିବା ଲୋକଙ୍କ ପାଇଁ ଉତ୍ତମ ଦୃଷ୍ଟିରେ ଆଗକୁ ବଢିପାରିବ। ସଶକ୍ତ ଜଳବାୟୁଭିତ୍ତିକ ଶିକ୍ଷା ବ୍ୟବସ୍ଥା ଏହି ସୁଯୋଗକୁ ଯଥାର୍ଥ ରୂପ ଦେଇପାରିବ। ଯାହା ଭାରତୀୟଙ୍କୁ ଅତିସମ୍ବେଦନଶୀଳତା ପରିହାର କରିବା, ପ୍ରତିନିଧିତ୍ ଦିଗରେ ଅଗ୍ରସର ହେବା, ପ୍ରକୃତିଭିତ୍ତିକ ଅର୍ଥନୀତିରେ ଯୁବ ଉଦ୍ୟୋଗୀ ହେବା, ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଦ୍ୱାରା ବିସ୍ଥାପିତ ପିଲାମାନଙ୍କୁ ପରିବର୍ତ୍ତନଶୀଳ ଶିକ୍ଷା ପ୍ରଦାନ କରିବା ଏବଂ ଗ୍ରୀନ୍‌ ଇନ୍‌କମ(ସବୁଜିମା ରୋଜଗାର) ଦିଗରେ ଅଗ୍ରସର ହେବା ପାଇଁ ସୁଯୋଗ ଆଣିଦେବ।
ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କୋପ୍‌-୨୭ରେ ଭାରତ ନିଜ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ବଳ୍ପ କାର୍ବନ ଉତ୍ସର୍ଜନ ଏବଂ ବିକାଶ କୌଶଳ ବିଷୟ ଉତ୍‌ଥାପନ କରିଥିଲା। ଏଥିରେ ବିଦ୍ୟୁତ୍‌ ଉଦ୍ୟୋଗ ଏବଂ ପରିବହନ ଭଳି କାର୍ବନ ନିର୍ଗମନ ସମ୍ବନ୍ଧୀୟ କ୍ଷେତ୍ରକୁ ପ୍ରାଥମିକତା ସ୍ବରୂପ ଦର୍ଶାଇଥିଲା। ଦୀର୍ଘକାଳୀନ ଉପଭୋଗ ଏବଂ ଉତ୍ପାଦନ ପାଇଁ ଜନ ଆନ୍ଦୋଳନ ସ୍ବରୂପ ‘ଲାଇଫ୍‌ ଷ୍ଟାଇଲ ଫର୍‌ ଏନ୍‌ଭାଇରନମେଣ୍ଟ’ (ପରିବେଶ ପାଇଁ ଜୀବନଶୈଳୀ) ଅର୍ଥାତ୍‌ ଲାଇଫ୍‌(ଜୀବନ)ର ଭୂମିକା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲା। ଯେଉଁଥିରେ ପୃଥିବୀକୁ ଉତ୍ତପ୍ତ କରୁଥିବା ବାୟୁ ହ୍ରାସର ସମ୍ଭାବନା ରହିଛି। ଦୁବାଇରେ ଅନୁଷ୍ଠିତ କୋପ୍‌-୨୮ରେ ଭାରତ ନିଜ ଦୃଷ୍ଟିକୋଣ ସ୍ପଷ୍ଟ କରିବା ସହିତ କାର୍ବନ ଏବଂ ମିଥେନ ନିର୍ଗମନ ହ୍ରାସ ଦିଗରେ ସମସ୍ତଙ୍କର ସମାନ ସହଭାଗିତା ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାରରେ ନ୍ୟାୟପୂର୍ଣ୍ଣ ସର୍ତ୍ତ ଧାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲା।
ଆନ୍ତଃ-ସରକାରୀ ପେନାଲ(ଆଇପିସିସି) ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଓ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ୨୦୫୦ ସୁଦ୍ଧା ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୪୦ରୁ ୭୦ ପ୍ରତିଶତ ହ୍ରାସ କରିହେବ। ତଥାପି ଏଥିଯୋଗୁ ଶିକ୍ଷା କ୍ଷେତ୍ର ଏବଂ ଶିକ୍ଷାର୍ଥୀଙ୍କ ସମ୍ମୁଖରେ ନୂତନ ସମସ୍ୟାମାନ ଉଭା ହେଉଛି। ପ୍ରଥମତଃ କରୋନା ମହାମାରୀ ହେତୁ ବିଦ୍ୟାଳୟ ବନ୍ଦ କାରଣରୁ ପିଲାଙ୍କ ଶିକ୍ଷଣ ଦକ୍ଷତା ହ୍ରାସ ପାଇଛି। ଯାହା ଦୀର୍ଘ ସମୟ ଧରି ଉତ୍ପାଦନ ଏବଂ ମୁଣ୍ଡପିଛା ଆୟ ସ୍ତରକୁ ପ୍ରଭାବିତ କରିବ। ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନର ଗବେଷଣାତ୍ମକ ତଥ୍ୟର ଆକଳନ ଅନୁଯାୟୀ ଦୀର୍ଘ ଏକ ବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବାରୁ ଚଳିତ ଶତାବ୍ଦୀର ମଧ୍ୟଭାଗ ଯାଏ ଜିଡିପି ସ୍ତର ୧.୧ରୁ ୪.୭ ପ୍ରତିଶତ ହ୍ରାସ ପାଇବ। କୋଭିଡ୍‌-୧୯ର ଦୁଷ୍ପ୍ରଭାବ ହେତୁ ଗୋଟିଏ ପିଢିର ଭାରତୀୟଙ୍କ ଆର୍ଥିକ ପ୍ରଗତି ପ୍ରଭାବିତ ହେବ। ଦ୍ୱିତୀୟତଃ ଜଳବାୟୁ ପରିବର୍ତ୍ତନ ହେତୁ ପିଲାଙ୍କ ଶିକ୍ଷଣ ଦକ୍ଷତା ଏବଂ ସ୍ବାସ୍ଥ୍ୟ ପୂର୍ବରୁ ପ୍ରଭାବିତ ହୋଇଛି। ଅତ୍ୟଧିକ ତାପମାତ୍ରା ଶିକ୍ଷାର୍ଥୀଙ୍କ ଶିଖିବା କ୍ଷମତାକୁ ହ୍ରାସ କରିବା ସହ ସେମାନଙ୍କ ଶାରୀରିକ କ୍ଷତି ଘଟାଉଛି। ଗମ୍ଭୀର ବନ୍ୟା ପରିସ୍ଥିତି ଯୋଗୁ ଅନେକ ପରିବାର ସ୍ଥାୟୀ ଭାବେ ବିସ୍ଥାପିତ ହେଉଛନ୍ତି। ଏହା ପିଲାମାନଙ୍କୁ ବିଶେଷକରି ବାଳିକାମାନଙ୍କୁ ବିଦ୍ୟାଳୟଠାରୁ ଦୂରେଇ ରହିବାକୁ ବାଧ୍ୟ କରୁଛି। ଯେହେତୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଘଟୁଛି, ଦିନକୁଦିନ ଏହାର ସଂଖ୍ୟା ମଧ୍ୟ ବଢୁଛି; ତେଣୁ ଭିତ୍ତିଭୂମି, ସାମଗ୍ରୀ ଏବଂ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ପଡିବ। ତା’ହେଲେ ସମାଜର ସବୁଠାରୁ ଅସୁରକ୍ଷିତ ନାଗରିକଙ୍କୁ ସୁରକ୍ଷା ଦେଇପାରିବା। ଏହି ଶ୍ରେଣୀରେ ଅଧିକାଂଶ ଜଳବାୟୁ ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତ ତଥା ବିସ୍ଥାପିତ ଶରଣାର୍ଥୀ ରହିବେ। ତୃତୀୟରେ ଜଳବାୟୁ କାରଣରୁ ମାଡି ଆସୁଥିବା ବିପର୍ଯ୍ୟୟ, ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଯୁବକମାନଙ୍କ ମନରେ ନିରାଶ ଓ ଭୟର ବାତାବରଣ ସୃଷ୍ଟି କରୁଛି। ଏପରି ସ୍ଥଳେ ଅକ୍ଷୟ ଶକ୍ତିର ବ୍ୟବହାର ଦିଗରେ ଉଲ୍ଲେଖନୀୟ ବୃଦ୍ଧି ଆବଶ୍ୟକ।
ମିଶନ ‘ଲାଇଫ୍‌’ରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ବ୍ୟବସ୍ଥା ଏପରି ହେବା ଉଚିତ ଯାହା ବିପର୍ଯ୍ୟୟକୁ ଏଡାଇ ସୃଜନ ପାଇଁ ସୁଯୋଗ ସୃଷ୍ଟି କରିବ। ଜାତୀୟ ସ୍ତରରେ ଜଳବାୟୁଭିତ୍ତିକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଜରୁରୀ ଏକ ସୁଦୃଢ ନିୟମାବଳୀ। ଏଥିରେ ଜଳବାୟୁ ପରିବର୍ତ୍ତିତ ବିଶ୍ୱର ପାଠ୍ୟକ୍ରମ, ପୋଷଣ ଏବଂ ବିଦ୍ୟାଳୟ ନିର୍ମାଣ ଆଦି ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରାଯାଇପାରେ। ୟୁନିସେଫର ତଥ୍ୟ ଅନୁଯାୟୀ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ଶିକ୍ଷକ, ଅଧ୍ୟାପକ, ଶିକ୍ଷାର୍ଥୀ, ନୃତତ୍ତ୍ୱବିତ୍‌, ବିଜ୍ଞାନ ବିଶେଷଜ୍ଞ ତଥା ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗର ପରାମର୍ଶ କ୍ରମେ ଭାରତ ପାଇଁ ଏକ ଉତ୍ତମ ଖସଡା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ଏଥିରେ ଭିତ୍ତିଭୂମି ବିନିଯୋଗକୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବା। ଯଦ୍ଦ୍ବାରା ବାତ୍ୟା ପ୍ରବଣ ଅଞ୍ଚଳର ବିଦ୍ୟାଳୟ କୋଠରିଗୁଡିକ ଜରୁରିକାଳୀନ ଆଶ୍ରୟସ୍ଥଳ ଭାବରେ ବ୍ୟବହୃତ ହୋଇପାରିବ। ସେହିଭଳି ଜଳବାୟୁ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ପ୍ରବାସୀଙ୍କ ଗନ୍ତବ୍ୟସ୍ଥଳ ଭାବରେ ତଥା ବ୍ୟବହାର ପାଇଁ ବଡବଡ ସହରର ସରକାରୀ ବିଦ୍ୟାଳୟଗୁଡ଼ିକର କ୍ଷମତାକୁ ବୃଦ୍ଧି କରାଯାଇ ପାରିବ। ଯେଉଁଠାରେ ପିଲାମାନଙ୍କର ଏକୀକରଣ ସହିତ ସଶକ୍ତୀକରଣ ମଧ୍ୟ ସମ୍ଭବ ହୋଇପାରିବ।
ଏଥିପାଇଁ ଜରୁରୀ ବୈଜ୍ଞାନିକ ଜ୍ଞାନକୌଶଳ ସହ ସ୍ବଦେଶୀ ଏବଂ ସ୍ଥାନୀୟ ସୂଚନାର ଏକ ସମ୍ମିଳିତ ପାଠ୍ୟକ୍ରମ। ପୂର୍ବରୁ ଅନେକ ଅଭିନବ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ଜନସାଧାରଣ, ବେସରକାରୀ ସଂଗଠନ ଏବଂ କାର୍ଯ୍ୟକର୍ତ୍ତାଙ୍କ ମିଳିତ ପ୍ରୟାସରେ ଏ ଦିଗରେ ଅନେକ ଭଲ କାମ ମଧ୍ୟ ହେଉଛି। କାହ୍ନା ଜାତୀୟ ଉଦ୍ୟାନ (ଯେଉଁଠାରେ ଛାତ୍ରମାନେ କୃଷି ଉତ୍ପାଦନ ସହିତ ଜୈବ ବିବିଧତାର ସଂରକ୍ଷଣ ବିଷୟ ଶିଖୁଛନ୍ତି) ଠାରୁ ଆରମ୍ଭ କରି ବେଙ୍ଗାଲୁରୁ (ଯେଉଁଠାରେ ଯୁବକମାନେ ବର୍ଜ୍ୟବସ୍ତୁ ପରିଚାଳନାଠାରୁ ଆରମ୍ଭ କରି ହ୍ରଦର ପୁନରୁଦ୍ଧାର ପର୍ଯ୍ୟନ୍ତ ନିଜ ସହରକୁ ପୁନର୍ଜୀବିତ କରିବା ପାଇଁ ପ୍ରୟାସ କରୁଛନ୍ତି) ଯାଏ ଏଭଳି ପ୍ରୟାସ ଜାରି ରହିଛି। ବଡକଥା ହେଉଛି ପ୍ରଶିକ୍ଷଣ ପଦ୍ଧତିକୁ ଅବଲମ୍ବନ କରିବା ସହିତ ସମାଲୋଚିତ ଚିନ୍ତାଧାରାକୁ ମଧ୍ୟ ପ୍ରତିପୋଷଣ କରିବା। ଏହାଦ୍ବାରା ପରବର୍ତ୍ତୀ ପିଢି ଏକ ସ୍ପଷ୍ଟ ବିକଳ୍ପ ପାଇପାରିବେ।
ବୈପାରୀଗୁଡ଼ା, କୋରାପୁଟ
ମୋ:୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri