ଚତୁର ଚୋର

‘ବେଙ୍ଗ କହେ ବେଙ୍ଗୁଲୀ ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ’। ଏହି ଓଡ଼ିଆ ଆପ୍ତବାକ୍ୟର ଏବକା ସମୟରେ ପ୍ରାସଙ୍ଗିକତା ଅନୁଭବ ହେଉଛି ଜମ୍ମୁ ଓ କଶ୍ମୀର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଭାଷଣ ଶୁଣି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯାଇଥିବାରୁ ଏଭଳି ଘଡ଼ିସନ୍ଧି ବେଳେ ସେ କେନ୍ଦ୍ର ଶାସିତ ଅଞ୍ଚଳରୁ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ନିକଟରେ ଆଉ କଦାପି ଦାବି ଉପସ୍ଥାପନ କରିପାରିବେ ନାହିଁ ବୋଲି କହିଛନ୍ତି। ସୂଚନା ଦିଆଯାଇପାରେ ଯେ, ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରକୁ ସମ୍ବିଧାନର ଅନୁଚ୍ଛେଦ ୩୭୦ରେ ମିଳୁଥିବା ସୁବିଧାକୁ ହଟେଇ ଦେବା ଲାଗି ଏହାର ଉଚ୍ଛେଦ କରିଥିଲେ। କେବଳ ସେତିକି ନୁହେଁ, ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଭାଙ୍ଗି ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି କରିଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ସେତେବେଳେ ଜମ୍ମୁ ଓ କଶ୍ମୀରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ଆଜିର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ତାଙ୍କ ପିତା ଫାରୁକ୍‌ ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କଠାରୁ ଆରମ୍ଭ କରି ବହୁ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ସେତେବେଳେ ସମସ୍ତେ ଏକସ୍ବରରେ କହିଥିଲେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ। ଏପରି କି ଜମ୍ମୁ ଓ କଶ୍ମୀର ବିଧାନସଭା ପାଇଁ ହୋଇଥିବ ନିର୍ବାଚନରେ ରାଜ୍ୟ ମାନ୍ୟତାକୁ ଏକ ପ୍ରସଙ୍ଗ ରଖି ଭୋଟରଙ୍କ ପାଖକୁ ଯାଇଥିବା ଓମାର ଜନସମର୍ଥନ ମଧ୍ୟ ପାଇଥିଲେ। ହେଲେ ପରିବର୍ତ୍ତିତ ପରିସ୍ଥିତିରେ ଓମାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପିଠି ପଟକୁ ଟେକି ଦେଇ ନିଜେ ସେଥିରୁ ଓହରିଗଲେଣି। ଓମାର ଭୁଲିଯାଉଛନ୍ତି ଯେ ଜମ୍ମୁ ଓ କଶ୍ମୀର ଭୋଟର ତାଙ୍କ ଚାଲାକିକୁ ଅତି ଭଲ ଭାବେ ବୁଝିପାରୁଥିବେ। କେନ୍ଦ୍ର ସହିତ ସାଲିସ କରି ବକେୟା ଥିବା ବିଧାନସଭାର ଜୀବନକାଳରେ ସରକାର ଚଳାଇବା ପାଇଁ ସହଜରେ ବାଟ ବାହାର କରିଦେଲେ। ନେତାମାନେ ଯେତେବେଳେ ଭାବପ୍ରବଣତାର ‘ବୋଲି’ ଶୁଣାନ୍ତି ସେତେବେଳେ ସାଧାରଣ ନାଗରିକ କ୍ଷଣକ ପାଇଁ ବିଚଳିତ ହୋଇଯାଇପାରନ୍ତି, କିନ୍ତୁ ଅତି ଶୀଘ୍ର ଗଭୀର ମସୁଧା ବୁଝିବା ପାଇଁ ଆଜିକାର ପିଢ଼ି କୌଣସି ଭାବେ ଅକ୍ଷମ ନୁହେଁ। ଓମାରଙ୍କ ଏହି ବାଣୀରୁ ସମସ୍ତେ ବୁଝିପାରୁଛନ୍ତି ଯେ, ଦେଶର ରାଜନୀତି ଓ ଶାସନ ଏବେ କେବଳ ପରିଚାଳନା ଓ ଭାବମୂର୍ତ୍ତି ସୃଷ୍ଟିକରିବା ଉଦ୍ଦେଶ୍ୟରେ ପରସ୍ପରର ପିଠି ଆଉଁଶିବାର ବ୍ୟବସ୍ଥା ଏକମାତ୍ର ଲକ୍ଷ୍ୟ ହୋଇଗଲାଣି। ଦେଶବାସୀ ପୋଖରୀକୁ ଯାଆନ୍ତୁ ଗାଧେଇବାକୁ।
ଓମାର ବିଧାନସଭାରେ ଦେଇଥିବା ଭାଷଣରେ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବା ଲାଗି ଦାବି ଭବିଷ୍ୟତ ପାଇଁ ରହିପାରେ। କିନ୍ତୁ ଦେଶ ଯେତେବେଳେ ୨୬ ଜଣଙ୍କ ମୃତ୍ୟୁରେ ଶୋକ ପାଳନ କରୁଛି ସେତେବେଳେ ଏହି ପ୍ରସଙ୍ଗ ଉଠାଇବା ଠିକ୍‌ ନୁହେଁ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜମ୍ମୁ ଓ କଶ୍ମୀରେ ଅନେକ ଆକ୍ରମଣ ଘଟିଯାଇଛି। କାହିଁ କେତେବେଳେ ଅବଦୁଲ୍ଲା ପରିବାରଙ୍କ ସମବେଦନା ଆଜିର ଶରଣାପନ୍ନ ହେଲା ଭଳି ସ୍ଥିତି ସୃଷ୍ଟି କରିଥିଲା ବୋଲି କାହାରି ମନେ ନ ଥିବ। ଗୋଟିଏ ବାକ୍ୟରେ କହିଲେ ଚୌକି ରକ୍ଷା କରିବା ଲାଗି ମୁଣ୍ଡ ନୁଆଁଇ ସାଲିସ କରିବା ଏବେ ଯେମିତି ହୋଇଯାଇଛି ‘ନ୍ୟୁ ନର୍ମାଲ’ ବା ନୂଆ ଧାରା।
ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ଯିବା ନିଶ୍ଚିତ ଭାବେ ଦେଶକୁ ବ୍ୟଥିତ କରିଛି। କିନ୍ତୁ ତାହାକୁ ଆଳ କରି ସବୁ ପ୍ରକାର ଫାଇଦା ନେବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବା ବର୍ଗ କଦାପି ଉଦାହରଣୀୟ ସ୍ଥାନରେ ନିଜକୁ ନେଇ ଥୋଇପାରିବେ ନାହିଁ। ଓମାରଙ୍କ ରାଜନୈତିକ ସ୍ତରରେ ଏଭଳି ଖେଳ ବୁଝାପଡୁଛି। ଅପରପକ୍ଷରେ ହପଲଗାମ୍‌ର ଏହି ଘଟଣାକୁ ନେଇ ଏବେ ଦେଶବାସୀଙ୍କୁ ବିଭିନ୍ନ ବାଟରେ ଠକିବାର ଉପାୟ ବାହାର କଲେଣି ଚତୁର ଚୋର। ଉଦାହରଣ ସ୍ବରୂପ ବାଲେଶ୍ୱର ଜିଲାରୁ କଶ୍ମୀର ବୁଲିବାକୁ ଯାଇଥିବା ପ୍ରଶାନ୍ତ ଶତପଥୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାମରେ ଏକ ଠକ ପାଣ୍ଠି ସୃଷ୍ଟି କରାଯାଇ ଲୋକଙ୍କୁ ଅର୍ଥଦାନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ନିବେଦନ କରାଯାଇଛି। ଏହି ପାଣ୍ଠିକୁ ମିଥ୍ୟା କହି ପ୍ରଶାନ୍ତଙ୍କ ପରିବାର ସେଥିରୁ ନିଜକୁ ଦୂରେଇ ନେଇଛନ୍ତି। ସେହିଭଳି ଭାରତର ସେନାକୁ ଯୁଦ୍ଧ ଲଢ଼ିବା ପାଇଁ ସହଯୋଗ ଦିଅନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ନିବେଦନ କରାଯାଇଥିଲା। ଅର୍ଥ ପଠାଇବା ପାଇଁ ମଧ୍ୟ କୁହାଯାଇଥିଲା। ତେବେ ଏହାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଖଣ୍ଡନ କରିଛି। ଏଥିରୁ ବୁଝିବାକୁ ହେବ ଯେ ଭାରତରେ ଶାସକଙ୍କଠାରୁ ଆରମ୍ଭ କରି ଶାସିତଙ୍କ ମଧ୍ୟରୁ ଅନେକେ ଚତୁର ଚୋର ପାଲଟି ଗଲେଣି। ତେଣୁ ଯେଉଁମାନେ ଏହିସବୁ ଖେଳକୁ ବୁଝିପାରୁଛନ୍ତି ସେମାନେ କଷ୍ଟ ସହୁଛନ୍ତି। ବଳକା ନାଗରିକ ଦେଶପ୍ରେମର ଦ୍ୱାହି ଦେଇ ଅଧିକାଂଶଙ୍କୁ ଠକୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?