ଲାଞ୍ଚ ନେଇ ଧରାପଡ଼ିଲେ ପ୍ରାଣୀଧନ କିରାଣି

କେନ୍ଦୁଝର,୨୭ା୧(ସ୍ବ.ପ୍ର.): ଯୋଡ଼ା ପ୍ରାଣୀ ଚିକିତ୍ସକ ଡ. ଶୁଭାଶିଷ ମହାପାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର କିରାଣି ମହେନ୍ଦ୍ର କୁମାର ସେଠୀ ଶୁକ୍ରବାର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଛୁଟି ଦରମା ଟଙ୍କା ଅନୁମୋଦନ ପାଇଁ ଏହି ଟଙ୍କା ନେଉଥିବା ବେଳେ ଧରା ପଡ଼ିଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗ ଏହି ଘଟଣା ପରେ ତାଙ୍କ ଘର ପାଟନଈ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ ସୂଚନା ଦେଇଛନ୍ତି। ଉକ୍ତ ଛୁଟି ଟଙ୍କା ଅନୁମୋଦନ ପାଇଁ ହଇରାଣ ହରକତ କରୁଥିଲେ। ଏଥିପାଇଁ ଲାଞ୍ଚ ମାଗିଥିଲେ। ଏ ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଆଜି ଏହି ଟଙ୍କା ନେବା ସମୟରେ ଭିଜିଲାନ୍ସ ବିଭାଗ ଧରିଛି।