ସଫା ଓ ସାଫା

ଯେଉଁଠି ରହିବା ସେଇଠି ସଫା ରହିବା ଉଚିତ। ଆମ ଚାରିପଟ ସଫାସୁତରା ରହିଲେ ପରିବେଶ ସୁସ୍ଥ ରହିବ। ଚାରିପଟର ଅର୍ଥ ଆମ ଘର ଓ ବାହାର ଅନ୍ତତଃ ସଫା ରଖିବା ଆମ ଦାୟିତ୍ୱ ଓ କର୍ତ୍ତବ୍ୟ। ଏଥିପାଇଁ ନିରନ୍ତର ପ୍ରୟାସ ରହିବା ବି ଲୋଡା। ନିଜେ ହେଉ ଅବା କାହା ଦ୍ୱାରା ହେଉ ସେସବୁ ସଫା ରଖିବା ଉଚିତ। ଏଥିପାଇଁ ବ୍ୟବସ୍ଥା ବି ରହିଛି। ଏଇ ଯେମିତି ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ଆମ ଦାଣ୍ଡ,ଗଳି, ନର୍ଦ୍ଦମା ସଫା ସହ ଅଳିଆ ଆବର୍ଜନାକୁ ବୋହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସକାଳୁ କର୍ମଚାରୀ ଆସି ଏହି କାମକୁ ତୁଲାଇଥାନ୍ତି। ଆମ ଘରେ ମାଆ କିମ୍ବା ଘରର ସ୍ତ୍ରୀଲୋକ ପ୍ରାୟତଃ ସକାଳୁ ସକାଳ ୁଝାଡୁମାରି ଘର ଓଳେଇ ସଫାକରନ୍ତି। ମଝିରେ ମଝିରେ ଚଟାଣ ଧୋଇ ଏବଂ ଅଳନ୍ଧୁ ସଫାକରି ଘର ପରିବେଶକୁ ସଫାରଖନ୍ତି। ମଇଳା ଲୁଗା, ବିଛଣା, ବାସନକୁସନ ଆଦିକୁ ଖୁବ୍‌ ସଫାରଖନ୍ତି ଘରର ସ୍ତ୍ରୀଲୋକମାନେ। ଏସବୁ ଆମ ଭିତରେ ଏକ ସକାରାତ୍ମକ ମନୋଭାବ ସୃଷ୍ଟିକରେ ଓ ଶରୀରକୁ ସୁସ୍ଥ ରଖେ। ଘର ଓ ଘର ପାଖ ପରିବେଶ ଅପରିଚ୍ଛନ୍ନ ରହିଲେ ନିଜକୁ ଅସ୍ବାଭାବିକ ଲାଗେ। ମନରେ ସରସତା ଆସେନି। ସେଥିପାଇଁ ଅନେକେ ଘରକୁ ସଜାଇଥାନ୍ତି। ବହୁ ଦାମୀ ଜିନିଷ କିଣି ପରିବେଶକୁ ଆକର୍ଷିତ କରିବାକୁ ଚେଷ୍ଟା କରିଥାନ୍ତି। ବାହାରେ ଛୋଟିଆ ବଗିଚା ବି କରିବାକୁ ପସନ୍ଦ କରିଥାନ୍ତି।
କିନ୍ତୁ ଆପଣ ଯଦି କୌଣସି ସରକାରୀ ଦପ୍ତରକୁ ଯିବେ ସେଠି କିଛି ଅଲଗା ରୂପ ଦେଖିବେ। ପୁରୁଣାକାଳିଆ ଆଲମାରୀ କିମ୍ବା ର଼୍ୟାକ୍‌ରେ ଥୁଆ ହୋଇଥିବ ଗଦା ଗଦା ଫାଇଲ ଓ କାଗଜ। ତା’ଉପରେ ଏକ ମଇଳାର ସ୍ତର ଲାଗିଥିବ। ନିୟମିତ ଝାଡୁହେଉ ନ ଥିବ। ମୋଡାଣିର କାନ୍ଥ କୋଣରେ ପାନ ଓ ଗୁଟ୍‌ଖାର ଚିହ୍ନସବୁ ଥିବ। ଭଙ୍ଗା ଦାନ୍ତ ଭଳି ପାହାଚଗୁଡିକ ଦାନ୍ତ ନିକୁଟି ଥିବେ। ଛାତରୁ ପଲସ୍ତରା ଖସିଥିବ କିମ୍ବା ପାଣି ଗଳୁଥିବ। ଅତି କଦର୍ଯ୍ୟ ଅବସ୍ଥାରେ ଥିବ କିଛି ଅଫିସ। ଯଦି ଏ ସମ୍ପର୍କରେ କାହାକୁ କିଛି ପଚାରିବେ ନିତି ଅନେକ ଲୋକଙ୍କ ଯାତାୟାତ ଯୋଗୁ ସବୁବେଳେ ସଫା ରଖିବା ସମ୍ଭବ ନୁହେଁ ବୋଲି ଉତ୍ତର ମିଳିବ। ଏସବୁ ସତ୍ତ୍ୱେ କିଛି ଅଫିସର ଓ କର୍ମଚାରୀ ନିଜ ଚାରିପଟକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ସକ୍ଷମ ଅଛନ୍ତି। ଅଫିସର ବାହାର ପରିବେଶରେ ବି ସୁନ୍ଦର ବଗିଚା ତିଆରି କରି ଆକର୍ଷଣୀୟ କରି ପାରିଛନ୍ତି। କର୍ପୋରେଟ ଅଫିସକୁ ଗଲେ ଲାଗିବ ଏକ ଅଦ୍ଭୁତ ଦୁନିଆ ଭିତରକୁ ପ୍ରବେଶ କଲି।
ତାରି ଭିତରେ ମଝିରେ ମଝିରେ ଖବର ଆସେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଗିରଫ ହେବା କଥା। ସାଧାରଣ କର୍ମଚାରୀ କୋଟିପତି ହେବାର ଖବର ଟିଭି ପରଦାରେ ଦିଶିବ। ଏକାଧିକ ଘର, ଗାଡି, ପ୍ଲଟ ସହ ଗଚ୍ଛିତ ଟଙ୍କା ଗଣିବାକୁ ଭିଜିଲାନ୍ସ ମେଶିନ ଲଗେଇବାକୁ ବାଧ୍ୟ ହେଉଥିବ। ଏସବୁ ଖବର ପଢିଲା ବେଳେ କିମ୍ବା ଦେଖିଲା ବେଳେ ହଠାତ୍‌ ଆମ ପାଟିରୁ ଶବ୍ଦ ଖସେ ସଫା କରିଦେଲା ବିଭାଗକୁ। କେତେକ ଅଞ୍ଚଳରେ ଏହାକୁ କହନ୍ତି ସାଫା। ଏହାର ଅର୍ଥ ମୂଳପୋଛ କରି ଲୁଟି ଖାଇବା, ସବୁ ସଫାସଫି କରି ଚଳୁ କରିବା। ସଫାକୁ ବ୍ୟଙ୍ଗାତ୍ମକ ଭାବରେ ଆଞ୍ଚଳିକ ସ୍ତରରେ ସାଧାରଣରେ ସାଫା କୁହାଯାଏ। ଏବେ ସରକାରୀ ସ୍ତରରେ ପ୍ରାୟ ସେଇ ଅବସ୍ଥା। ଯିଏ ଯେଉଁଠି ଅବସ୍ଥାପିତ ହେବେ ସେଥିରୁ ଅଧିକାଂଶ କର୍ମଚାରୀ ଓ ଅଧିକାରୀ ନିଜ ବିଭାଗ ଓ ପରିବେଶକୁ ସଫାରଖିବା ଅପେକ୍ଷା ସାଫା କରିବାକୁ ଅଧିକ ବ୍ୟଗ୍ର। ନିଜ ଅଫିସ ଚାରିପଟେ ସଫାସୁତରା ରଖି ଲୋକଙ୍କ ସେବା ଯୋଗାଇବାର ମାନସିକତା ଅପେକ୍ଷା ସେଇ ଅଫିସକୁ ବା ବିଭାଗକୁ କେଉଁ କେଉଁ ଦିଗରୁ ଅର୍ଥ ଆସୁଛି ସେ ସବୁକୁ ପହିଲେ ତର୍ଜମା ହେବ। ସେ ସବୁକୁ କିଭଳି ସତ୍‌ ଉପାୟରେ ସଫାକରି ହେବ ତା’ର ଗଳାବାଟକୁ ଖୋଜା ଚାଲିବ। ଅଫିସର ଓ ଅଧସ୍ତନ ମିଶି ନକ୍ସା ପ୍ରସ୍ତୁତ କରିବେ। ତେଣିକି ଆରମ୍ଭ ହେବ ସଫେଇ ପ୍ରକ୍ରିୟା। ସୁଚିନ୍ତିତ ଉପାୟରେ ସଫେଇ ଚାଲିବ ଭିତରେ ଭିତରେ। ନିର୍ମଳ ଭାବରେ ଅର୍ଥ ସଫେଇରେ ଆଦୌ ହେଳାହେବନି। ନଡିଆକୁ ଯେପରି କୋରାକୋରି କରି ସବୁ ମିଠା ଅଂଶ ବାହାରକଲା ପରେ ଟାଣ ଷଢେଇକୁ ଛାଡି ଦିଆଯାଏ ସେଇ ଅବସ୍ଥାକୁ ଆସିଲେ ପୁଣି ନୂଆ ଅର୍ଥର ସ୍ରୋତକୁ ଅପେକ୍ଷା ରହିବ। ପରିବେଶ ସଫା କଲେ ସମସ୍ତେ ଜାଣିବେ। ଏଥିରେ ଅନ୍ୟମାନେ ଭାଗୀଦାରି ରହିବେ। ମିଳିମିଶି ଅଫିସ ପରିବେଶକୁ ସଫା ରଖିହେବ। ଖବରକାଗଜରେ ଫଟୋ ସହ ସ୍ବଚ୍ଛ ଭାରତ ଅଭିଯାନର ଖବର ପ୍ରକାଶିତ ହେବ। ସାଫା କଲେ ବି କେତେକ ସ୍ଥାନରେ ଖବର ଅବଶ୍ୟ ଜୋରକରି ପ୍ରଘଟିତ ହୁଏ। ଏହି ଅଭିଯାନରେ କିନ୍ତୁ ପଣେ ନୁହେଁ ଜଣେ ଥାଏ। କିଭଳି ସାଫା କରିହୁଏ ତାହା କାନକୁ କାନ କଥା ଯାଇପାରେନା। ନିଜେ କିମ୍ବା ନିଜର ଏକାନ୍ତ ଅନୁଗତଙ୍କୁ ନେଇ ଏଇ ଅଦ୍ଭୁତ ସଫେଇ ଅଭିଯାନ ଚାଲେ। ଏହି ସଫେଇ ଅଭିଯାନ ଆରମ୍ଭରୁ ଶେଷ ପର୍ଯ୍ୟାୟ ଭିତରେ ହୁଏତ ଖବର ପ୍ରଘଟ ହୁଏ। କେବେ କେବେ ତାହା ପୁରୁଣା ଫାଇଲ ଉପରେ ମଇଳା ବସିଯିବା ଭଳି ଚାପିହୋଇ ରହିଯାଏ। ଯେଉଁଠି ହୁଏ କ୍ୱଚିତ ହୁଏ, କଥାଟା ଟିଭି ପରଦାକୁ ଆସିଯାଏ। ତେଣିକି ସାଫା ପ୍ରକ୍ରିୟାର ଗୁମର ଖୋଲିଯାଏ।
ସଫା ରଖିବା ଏକ ସ୍ବାଭାବିକ ପ୍ରକ୍ରିୟା। ଚାଳଘରେ ରହୁଥିବା ମଣିଷ ବି ମାଟି ଲେସି, ଗୋବର ଓ ଗେରୁମାଟିରେ ନିଜ ଘରକୁ ସଫାସୁତରା ରଖେ। ସୁରମ୍ୟ ବଙ୍ଗଳାରେ ରହୁଥିବା ମଣିଷ ଅନ୍ୟମାନଙ୍କ ସହାୟତାରେ ମେଶିନ ଲଗାଇ ନିଜ ଚାରିପାଖକୁ ସଫାରଖନ୍ତି। କିନ୍ତୁ କିଛି ମଣିଷଙ୍କ ଭିତରେ ଅତ୍ୟଧିକ ସଫେଇ ପ୍ରବଣତା ଜାଗ୍ରତ ହେବା ରୋଗର ଲକ୍ଷଣ ବୋଲି ବି ଡାକ୍ତରୀ ବିଦ୍ୟାରେ କୁହାଯାଏ। ଭାରତୀୟ ଗଣତନ୍ତ୍ରରେ ସାଫା କରିବା ଏକ ରୋଗ। ଏହାର ନିପାତ ଲାଗି ବହୁ ବ୍ୟବସ୍ଥା ହେଉଛି। ଅଥଚ ଏଯାବତ ତା’ର ନିରାକରଣ ସମ୍ଭବ ହୋଇପାରିନି। ସଫା ଓ ସାଫା ଏକା ପ୍ରକ୍ରିୟା ହେଲେ ମଧ୍ୟ ଦୁଇଟି ଭିତରେ ଅନେକ ଫରକ। ଗୋଟିଏ ସମାଜର ବୃହତ୍ତର ସ୍ବାର୍ଥ ରକ୍ଷାରେ ସହାୟକ ହୁଏ। ସମାଜ ଉପରେ ଅନୁକୂଳ ପ୍ରଭାବ ପକାଏ ଓ ସମାଜକୁ ସୁସ୍ଥ ରଖେ। ମଣିଷଙ୍କ ଅଭ୍ୟାସ ପରିବର୍ତ୍ତନରେ ବିଶେଷ ଯୋଗଦାନ ରହେ। ଅନ୍ୟଟି ନିଜସ୍ବ ସ୍ବାର୍ଥ ପୂରଣରେ ପ୍ରୟୋଗ ହୁଏ। ସମାଜର ପ୍ରଭୂତ ନଷ୍ଟ ହୁଏ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri