ମାଗଣା ରାଶନ ଯୋଜନା : ରାଜକୋଷ-ଖାଦ୍ୟ ଶସ୍ୟ ଭଣ୍ଡାରର ବଢ଼ାଇଛି ଚିନ୍ତା…

ନୂଆଦିଲ୍ଲୀ,୧।୧୦ : ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ଯୋଜନା ଅର୍ଥାତ୍‌ ପ୍ରଧାନ ମନ୍ତ୍ର ଗାରିବ କଲ୍ୟାଣ ଯୋଜନାକୁ କେନ୍ଦ୍ର ସରକାର ସପ୍ତମ ଥର ପାଇଁ ବୃଦ୍ଧି କରିଛନ୍ତି। କିନ୍ତୁ ଏହା ପରେ କେନ୍ଦ୍ର ସରକାରଙ୍କ ନିକଟରେ ଦୁଇଟି ବଡ଼ ଆହ୍ବାନ ସୃଷ୍ଟି ହୋଇଛି ବୋଲି ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ପ୍ରଥମେ, ରାଜକୋଷ ଉପରେ ସବସିଡି ବୋଝ ପୁଣି ଥରେ ବୃଦ୍ଧି ପାଇଛି । ଅପରପକ୍ଷରେ, ଦ୍ୱିତୀୟ ଆହ୍ବାନଟି ହେଉଛି ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରର ସ୍ଥିତି। ପୂରା ବର୍ଷ ପାଇଁ ଯୋଜନାର ବ୍ୟାପକ ବିସ୍ତାର ପରିବର୍ତ୍ତେ ମାତ୍ର ତିନି ମାସର ସମ୍ପ୍ରସାରଣ ସୂଚାଇ ଦେଉଛି ଯେ କେନ୍ଦ୍ରୀୟ ରାଜକୋଷରେ ଏବଂ ଖାଦ୍ୟଶସ୍ୟ ଭଣ୍ଡାର ସ୍ଥିତି ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ବଜାର ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା କରାଯାଇଥିବା ଦୁଇଟି ଏବଂ ସାଧାରଣ ଆକଳନ ଏବଂ ସରକାରୀ ତଥ୍ୟ ଅନୁଯାୟୀ ୧୬ ସେପ୍ଟେମ୍ବର ୨୦୨୨ସୁଦ୍ଧା କେନ୍ଦ୍ରୀୟ ଭଣ୍ଡାରରେ ଖାଦ୍ୟ ଶସ୍ୟ ସଂରକ୍ଷଣ ପ୍ରାୟ ୫.୬୧ କୋଟି ଟନ ଥିଲା। ଏଥିରେ ୯୫.୮ ଲକ୍ଷ ଟନ ପେଡ଼ା ହୋଇ ନଥିବା ଧାନ ମଧ୍ୟ ରହିଛି। ଯେତେବେଳେ ଅକ୍ଟୋବର ୧ ସୁଦ୍ଧା ୩.୦୭ କୋଟି ଟନ ଖାଦ୍ୟ ଶସ୍ୟ କାର୍ଯ୍ୟକ୍ଷମ ଷ୍ଟକ ଏବଂ ନୀତି ସୁରକ୍ଷା ପାଇଁ ରହିବା ଜରୁରୀ। ବଫର୍‌ ନିୟମ ଅନୁଯାୟୀ, ପ୍ରତିବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଭାରତରେ ପ୍ରାୟ ୨.୧୪ କୋଟି ଟନ ଖାଦ୍ୟ ଶସ୍ୟ ଚାଉଳ ଏବଂ ଗହମ ଷ୍ଟକରେ ରହିବା ଉଚିତ।

ହିସାବ ଅନୁଯାୟୀ, ଜୁଲାଇରୁ ପ୍ରସ୍ତୁତ ଚାଉଳ ଏବଂ ଗହମ ମଧ୍ୟରେ ପରିବର୍ତ୍ତିତ ମିଶ୍ରଣ ଉପରେ ଆଧାର କରି ଶସ୍ୟ ଷ୍ଟକର ମାସିକ ହ୍ରାସ ଉଭୟ ନିୟମିତ ପିଡିଏସ ଏବଂ ପିଏମଜିକେଏଓ୍ବାଇ ପାଇଁ ପ୍ରାୟ ୮୦ ଲକ୍ଷ ଟନ ରହିବା କଥା। ସେଥିମଧ୍ୟରେ ୨୦ ଲକ୍ଷ ଟନ ଗହମ ଏବଂ ୬୦ ଲକ୍ଷ ଟନ ଚାଉଳ ରହିବା ଅବାଶ୍ୟକ। ଏହାର ଅର୍ଥ ହେଉଛି ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଆସନ୍ତା ଛଅ ମାସ ମଧ୍ୟରେ ଭାରତ ପାଇଁ ପ୍ରାୟ ୪.୮ କୋଟି ଟନ ଖାଦ୍ୟ ଶସ୍ୟର ଆବଶ୍ୟକତା ରହିବ। ତିନିମାସ ମଧ୍ୟରେ ଏହି ସଂଖ୍ୟା କମି ୨.୫ କୋଟି ଟନକୂ ଖସିଯିବ।

ଯଦି ଏହି ଯୋଜନା ଏକ ସମୟରେ ଛଅ ମାସ ପାଇଁ ବୃଦ୍ଧି କରାଯାଇଥାନ୍ତା, ତେବେ ଆର୍ଥିକ ବର୍ଷର ଷ୍ଟକ ସ୍ତରରେ ପ୍ରଶ୍ନ ଉଠାଯାଇଥାନ୍ତା, ଯାହାକୁ ୨.୧ କୋଟି ଟନରେ ରଖିବାକୁ ପଡିବ । ତେଣୁ, କେନ୍ଦ୍ର ସରକାରଙ୍କ ତିନି ମାସର ବୃଦ୍ଧି ଏକ ଭଲ ନିଷ୍ପତ୍ତି ବୋଲି ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ତେବେ ମଧ୍ୟ ରାଜକୋଷ ଏବଂ ଖାଦ୍ୟଭଣ୍ଡାର ଉପରେ ଚାପ ବଢୁଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲସ୍କର ଆତଙ୍କୀ ଶବିର ଲୋନ ଗିରଫ, ISIର ନିର୍ଦ୍ଦେଶରେ ରଚୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ,୩୦ା୩: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦିଲ୍ଲୀ ସୀମାରୁ ଲସ୍କର ଆତଙ୍କବାଦୀ ଶବିର ଅହମ୍ମଦଙ୍କୁ ଗିରଫ…

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri