ମାଗଣା ରାଶନ ଯୋଜନା : ରାଜକୋଷ-ଖାଦ୍ୟ ଶସ୍ୟ ଭଣ୍ଡାରର ବଢ଼ାଇଛି ଚିନ୍ତା…

ନୂଆଦିଲ୍ଲୀ,୧।୧୦ : ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ଯୋଜନା ଅର୍ଥାତ୍‌ ପ୍ରଧାନ ମନ୍ତ୍ର ଗାରିବ କଲ୍ୟାଣ ଯୋଜନାକୁ କେନ୍ଦ୍ର ସରକାର ସପ୍ତମ ଥର ପାଇଁ ବୃଦ୍ଧି କରିଛନ୍ତି। କିନ୍ତୁ ଏହା ପରେ କେନ୍ଦ୍ର ସରକାରଙ୍କ ନିକଟରେ ଦୁଇଟି ବଡ଼ ଆହ୍ବାନ ସୃଷ୍ଟି ହୋଇଛି ବୋଲି ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ପ୍ରଥମେ, ରାଜକୋଷ ଉପରେ ସବସିଡି ବୋଝ ପୁଣି ଥରେ ବୃଦ୍ଧି ପାଇଛି । ଅପରପକ୍ଷରେ, ଦ୍ୱିତୀୟ ଆହ୍ବାନଟି ହେଉଛି ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରର ସ୍ଥିତି। ପୂରା ବର୍ଷ ପାଇଁ ଯୋଜନାର ବ୍ୟାପକ ବିସ୍ତାର ପରିବର୍ତ୍ତେ ମାତ୍ର ତିନି ମାସର ସମ୍ପ୍ରସାରଣ ସୂଚାଇ ଦେଉଛି ଯେ କେନ୍ଦ୍ରୀୟ ରାଜକୋଷରେ ଏବଂ ଖାଦ୍ୟଶସ୍ୟ ଭଣ୍ଡାର ସ୍ଥିତି ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ବଜାର ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା କରାଯାଇଥିବା ଦୁଇଟି ଏବଂ ସାଧାରଣ ଆକଳନ ଏବଂ ସରକାରୀ ତଥ୍ୟ ଅନୁଯାୟୀ ୧୬ ସେପ୍ଟେମ୍ବର ୨୦୨୨ସୁଦ୍ଧା କେନ୍ଦ୍ରୀୟ ଭଣ୍ଡାରରେ ଖାଦ୍ୟ ଶସ୍ୟ ସଂରକ୍ଷଣ ପ୍ରାୟ ୫.୬୧ କୋଟି ଟନ ଥିଲା। ଏଥିରେ ୯୫.୮ ଲକ୍ଷ ଟନ ପେଡ଼ା ହୋଇ ନଥିବା ଧାନ ମଧ୍ୟ ରହିଛି। ଯେତେବେଳେ ଅକ୍ଟୋବର ୧ ସୁଦ୍ଧା ୩.୦୭ କୋଟି ଟନ ଖାଦ୍ୟ ଶସ୍ୟ କାର୍ଯ୍ୟକ୍ଷମ ଷ୍ଟକ ଏବଂ ନୀତି ସୁରକ୍ଷା ପାଇଁ ରହିବା ଜରୁରୀ। ବଫର୍‌ ନିୟମ ଅନୁଯାୟୀ, ପ୍ରତିବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଭାରତରେ ପ୍ରାୟ ୨.୧୪ କୋଟି ଟନ ଖାଦ୍ୟ ଶସ୍ୟ ଚାଉଳ ଏବଂ ଗହମ ଷ୍ଟକରେ ରହିବା ଉଚିତ।

ହିସାବ ଅନୁଯାୟୀ, ଜୁଲାଇରୁ ପ୍ରସ୍ତୁତ ଚାଉଳ ଏବଂ ଗହମ ମଧ୍ୟରେ ପରିବର୍ତ୍ତିତ ମିଶ୍ରଣ ଉପରେ ଆଧାର କରି ଶସ୍ୟ ଷ୍ଟକର ମାସିକ ହ୍ରାସ ଉଭୟ ନିୟମିତ ପିଡିଏସ ଏବଂ ପିଏମଜିକେଏଓ୍ବାଇ ପାଇଁ ପ୍ରାୟ ୮୦ ଲକ୍ଷ ଟନ ରହିବା କଥା। ସେଥିମଧ୍ୟରେ ୨୦ ଲକ୍ଷ ଟନ ଗହମ ଏବଂ ୬୦ ଲକ୍ଷ ଟନ ଚାଉଳ ରହିବା ଅବାଶ୍ୟକ। ଏହାର ଅର୍ଥ ହେଉଛି ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଆସନ୍ତା ଛଅ ମାସ ମଧ୍ୟରେ ଭାରତ ପାଇଁ ପ୍ରାୟ ୪.୮ କୋଟି ଟନ ଖାଦ୍ୟ ଶସ୍ୟର ଆବଶ୍ୟକତା ରହିବ। ତିନିମାସ ମଧ୍ୟରେ ଏହି ସଂଖ୍ୟା କମି ୨.୫ କୋଟି ଟନକୂ ଖସିଯିବ।

ଯଦି ଏହି ଯୋଜନା ଏକ ସମୟରେ ଛଅ ମାସ ପାଇଁ ବୃଦ୍ଧି କରାଯାଇଥାନ୍ତା, ତେବେ ଆର୍ଥିକ ବର୍ଷର ଷ୍ଟକ ସ୍ତରରେ ପ୍ରଶ୍ନ ଉଠାଯାଇଥାନ୍ତା, ଯାହାକୁ ୨.୧ କୋଟି ଟନରେ ରଖିବାକୁ ପଡିବ । ତେଣୁ, କେନ୍ଦ୍ର ସରକାରଙ୍କ ତିନି ମାସର ବୃଦ୍ଧି ଏକ ଭଲ ନିଷ୍ପତ୍ତି ବୋଲି ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ତେବେ ମଧ୍ୟ ରାଜକୋଷ ଏବଂ ଖାଦ୍ୟଭଣ୍ଡାର ଉପରେ ଚାପ ବଢୁଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ...

ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍‌ କରିଦେଲେ ଡାକ୍ତର…

ରାଞ୍ଚି,୨୦।୬: ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କର ବନ୍ଧ୍ୟାକରଣ ଅପରେଶନ୍‌ କରି ଡାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମହିଳା ତାଙ୍କ ପରିବାରର ଅନ୍ୟ...

ଭାଜପା-ଜେଡିୟୁ ମଧ୍ୟରେ ଫାଟ: ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି

ପାଟନା, ୨।୬:କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।...

୨୦୦୮ ତୁଳନାରେ ବଡ ଏବେର ମାନ୍ଦାବସ୍ଥା

ମୁମ୍ବାଇ,୧୮-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜାରରେ ଚାହିଦା କମିବା ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଇଏଲ...

ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ: ରାକେଶ ଟିକାୟତ

ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ସୋମବାର ତିନି କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହୋଇଛି। କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଏବେ ବି ଆନ୍ଦୋଳନ...

ଯାନ ଦର ବଢାଇବ ହ୍ୟୁଣ୍ଡାଇ

ନୂଆଦିଲ୍ଲୀ,୧୨-୧୨: ହ୍ୟୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ଦରବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୦ ଜାନୁୟାରୀ ଠାରୁ ଏହି...

ଶୁକ୍ରବାର ବାରାଣାସୀ ଯିବେ ମୋଦି, ୧୭୫୦ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖ ଅର୍ଥାତ୍‌ ଶୁକ୍ରବାର ବାରାଣାସୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କାଶୀକୁ...

କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା

ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ...

Advertisement
Archives

Model This Week