କେସିଙ୍ଗା,୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସାମୂହିକ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ସ୍ବଚ୍ଛ ରୁହ ସୁସ୍ଥ ରୁହ, ସ୍ବଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି ସେଥିପାଇଁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ସମଗ୍ର ୨୬ଟି ଗ୍ରାମ ପଞ୍ଚାୟତରେ ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଏକ ମିଳିତ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ବ୍ଲକରେ ପ୍ରତ୍ୟକ ମାସର ୬ ତାରିଖ ସମସ୍ତ ପଞ୍ଚାୟତରେ ଏଭଳି ମିଳିତ ସ୍ବଚ୍ଛତା ଅଭିଯାନ ଚାଲିବା ନେଇ ବିଡ଼ିଓ ସୂଚନା ଦେଇଛନ୍ତି l ଏହି ମିଳିତ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମ ପଞ୍ଚାୟତର ଏମବିକେ, ସିଆରପି ଏବଂ ପଞ୍ଚାୟତ ର ଥିବା ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଏବଂ ସଦସ୍ୟାମାନେ ସହଯୋଗ କରିଥିବାବେଳେ ବ୍ଲକର ସମସ୍ତ ସ୍ବଚ୍ଛ ଭାରତ ମିଶନ ଅଧିକାରୀ ନମିତା ମ୍ୟାଡାମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା l ଏଭଳି ଯଦି ପ୍ରତ୍ୟକ ମାସର ୬ ତାରିଖ ଏହି ସ୍ବଚ୍ଛତା ଅଭିଯାନ ଚାଲୁରହେ ତାହେଲେ ଏହା ଏକ ପ୍ରଭାବୀ କାର୍ଯ୍ୟ ହେବାସହ ସ୍ବଚ୍ଛତା ପ୍ରତି ମଧ୍ୟ ଲୋକେ ଯତ୍ନବାନ ହୋଇପାରିବେ l


