Categories: ବାଣିଜ୍ୟ

‘କ୍ଲିନ୍‌ ଟୁ ଗ୍ରୀନ୍‌ କ୍ୟାମ୍ପେନ୍‌’

ନୂଆଦିଲ୍ଲୀ,୪।୪: ବହୁରାଷ୍ଟ୍ରୀୟ ଲଜିଷ୍ଟିକ କମ୍ପାନୀ ଆରଏଲ୍‌ଜି ସିଷ୍ଟମ୍‌ସ ଇଣ୍ଡିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘କ୍ଲିନ୍‌ ଟୁ ଗ୍ରୀନ୍‌ ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଭିଯାନ ଅଧୀନରେ କମ୍ପାନୀ ବିଭିନ୍ନ ବର୍ଗର ଇ-ଆବର୍ଜନା ସଂଗ୍ରହ ଡ୍ରାଇଭ୍‌ ପ୍ରୋଗ୍ରାମ ଆରମ୍ଭ କରିଛି। ବିଶେଷକରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ଇଣ୍ଡିଆ ମନ୍ତ୍ରଣାଳୟ ଅଧୀନରେ ଉକ୍ତ ଅଭିଯାନ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ନିଗମ, ବହୁଳ ଗ୍ରାହକ, ଖୁଚୁରା ବ୍ୟବସାୟୀ, ରେସିଡେଣ୍ଟ ୱେଲଫେୟାର ଆସୋସିଏଶନ୍‌, ଡିଲର ଏବଂ ପ୍ରଚାରକ କ୍ଷେତ୍ର ସହିତ ବିଭିନ୍ନ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଇ-ଆବର୍ଜନା ଉତ୍ପାଦନକାରୀ ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ୍ତମ ଅଟେ। ସି୨ଜି ସହିତ ସୁରକ୍ଷିତ ଭାବରେ ଇ-ଆବର୍ଜନାକୁ ବିସର୍ଜନ କରିବାକୁ ଆଗ୍ରହୀ ଉପଭୋକ୍ତାମାନେ ୧୮୦୦ ୨୦୩ ୧୪୬୦ରେ ଆମକୁ ସୂଚନା ଦେଇପାରିବେ । ଏ ସମ୍ପର୍କରେ ଆରଏଲଜି ସିଷ୍ଟମ ଇଣ୍ଡିଆର ଏମଡି ରାଧିକା କାଲିଆ କହିଛନ୍ତି, ଆମେ ଇ-ବର୍ଜ୍ୟବସ୍ତୁ ପରିଚାଳନା ଭିତ୍ତିଭୂମି ପ୍ରତିଷ୍ଠା କରିବାର ଲକ୍ଷ୍ୟ ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ। ଏପରିକି ଅତ୍ୟାଧୁନିକ ଇ-ଆବର୍ଜନା ସଚେତନତା କାର୍ଯ୍ୟକ୍ରମ ସହିତ ଆମେ ଉପଯୁକ୍ତ ଇ-ଆବର୍ଜନା ନିଷ୍କାସନ ଏବଂ ପୁନଃବ୍ୟବହାର ପ୍ରଣାଳୀ ଗ୍ରହଣ କରିବାର ଗୁରୁତ୍ୱ ବିଷୟରେ ବ୍ୟାପକ ସଚେତନତା ବିସ୍ତାରର ଗତିକୁ ତ୍ୱରାନ୍ବିତ କରି ସମଗ୍ର ଦେଶକୁ ଆୟତ୍ତରେ ରଖିଛୁ।

Share