ସିପିଏସ୍‌ଇ ପରୀକ୍ଷା ପାଇଁ କ୍ଲାସ୍‌ ବନ୍ଦ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ):ଓଡ଼ିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ କମ୍ବାଇନ୍‌ଡ ପୋଲିସ ସର୍ଭିସ ଏକ୍‌ଜାମିନେଶନ(ସିପିଏସ୍‌ଇ-୨୦୧୯) ଆସନ୍ତା ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହେବ। ୩୦ତାରିଖ ରବିବାର ସକାଳ ସାଢ଼େ ୯ଟାରୁ ଅପରାହ୍ନ ୪ଟା ଏବଂ ୩୧ତାରିଖ ସୋମବାର ସକାଳ ସାଢ଼େ ୯ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୩୦ ଜିଲାର ୪୫ଟି ଶିକ୍ଷାନୁଷ୍ଠାନରେ ପରୀକ୍ଷା ଅନୁଷ୍ଠିତ ହେବ। ୩୧ତାରିଖରେ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷା କେନ୍ଦ୍ର କରାଯାଇଛି, ସେଠାରେ କ୍ଲାସ୍‌ ବନ୍ଦ ରହିବ। ଏ ନେଇ ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଦୁଇଦିନ ୩୦ ଜିଲାର ୪୫ଟି ଶିକ୍ଷାନୁଷ୍ଠାନରେ ପରୀକ୍ଷା ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ପ୍ରଥମ ଦିନରେ ପେପର-୧ ଓ ୨ ଥିବାବେଳେ ଦ୍ୱିତୀୟ ଦିନରେ ପେପର-୩ ରହିଛି। ପ୍ରଥମ ଦିନରେ ୨୧,୫୪୩ ଜଣ ଓ ଦ୍ୱିତୀୟ ଦିନରେ ୯,୨୨୬ଜଣ ପରୀକ୍ଷାର୍ଥୀ ରହିଛନ୍ତି।