Categories: ଫୁରସତ

ଛାତ୍ରଙ୍କୁ ଶିକ୍ଷକ ପଚାରିଲେ ‘ଦ’ ଥାଇ ଶବ୍ଦଟିଏ କୁହ, ଜବାବରେ ଯାହା ଶୁଣିଲେ ଘୁରାଇଦେଲା ମୁଣ୍ଡ; ଦେଖନ୍ତୁ Video

ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଏକ କ୍ଲାସର, ଯେଉଁଥିରେ ଶିକ୍ଷକ ପିଲାଙ୍କୁ ପଢ଼ାଉଛନ୍ତି। ସେ ବ୍ଲାକ୍‌ବୋର୍ଡରେ ହିନ୍ଦୀ ବର୍ଣ୍ଣମାଳାର ଅକ୍ଷର ଲେଖି ପିଲାଙ୍କୁ ପଢ଼ିବାକୁ କହୁଛନ୍ତି। ଏପରିକି ପ୍ରତିଟି ଅକ୍ଷରରେ ଏକ ଶବ୍ଦ କହିବାକୁ କହୁଛନ୍ତି।

ଶିକ୍ଷକଜଣଙ୍କ ଛାତ୍ରମାନଙ୍କୁ ‘ଦ’ ଅକ୍ଷରରେ କିଛି ଶବ୍ଦ କହିବାକୁ କୁହନ୍ତି। ଏହାର ଜବାବରେ କେହି ‘ଦାଦି’ ତ କେହି ‘ଦାନ୍ତ୍‌’ କହିଥାନ୍ତି। ପରେ ଶିକ୍ଷକଜଣଙ୍କ କ୍ଲାସ ଶେଷ ସିଟ୍‌ରେ ବସିଥିବା ଛାତ୍ରଙ୍କ ପାଖରେ ପହଞ୍ଚୁଛନ୍ତି। ତାଙ୍କୁ ପଚାରିବା ପରେ ସେ ଏଭଳି ଜବାବ ଦେଉଛନ୍ତି, ଯାହାକୁ ଶୁଣି ଶିକ୍ଷକଙ୍କ ମୁଣ୍ଡ ଘୁରାଇ ଦେଉଛି। କାରଣ ସେ ‘ଦ’ରୁ ‘ଦାରୁ’ ବୋଲି କହୁଛନ୍ତି। ଏହାର ଓଡ଼ିଆ ଅର୍ଥ ହେଉଛି ମଦ।

ଏବେ ଛାତ୍ର-ଶିକ୍ଷକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଅନେକ ପ୍ରତିକ୍ରିୟା ରଖୁଛନ୍ତି। ଆପଣ ବି ଦେଖନ୍ତୁ:-

 

Share