ସୁନ୍ଦରଗଡ଼ରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ଜେଲ ଗଲେ ମ୍ୟୁନସିପାଲଟି ସାନିଟାରୀ ଅଧିକାରୀ

କୁଆଁରମୁଣ୍ଡା,୨୦।୭(ମହେନ୍ଦ୍ର କୁମାର ସାହୁ): ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରି ମୋବାଇଲରେ ଭିଡିଓ କରି ଭାଇରାଲ କରିବା ଧମକ ଦେଇ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଠକି ନେବା ଘଟଣାରେ ଗିରଫ ଅଭିଯୁକ୍ତ ଇନ୍ଦ୍ରମଣି ସାମଲ(୫୬)ଙ୍କୁ ବୀରମିତ୍ରପୁର ପୋଲିସ ରବିବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାତଜକୁ ପଠାଇ ଦିଆଯାଇଛି।

ସୂଚନାଥାଉକି ଅଭିଯୁକ୍ତ ଇନ୍ଦ୍ରମଣି ସାମଲ ରାଉରକେଲା ମ୍ୟୁନିସପାଲିଟିରେ ସାନିଟାରୀ ଅଧିକାରୀ ଥିଲା ବେଳେ ଗତ ୩ ବର୍ଷ ହେଲା କୁଆଁରମୁଣ୍ଡାରେ ଡେପୁଟେସନରେ କାର୍ଯ୍ୟ କରୁଥିଲେ। ଏଥିସହ ଯମୁନାନାକିରେ ଏକ ହୋଟେଲ ବ୍ୟବସାୟ କରୁଥିଲେ।

ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ରାଉରକେଲାରେ ରହୁଥିଲେ। ପାରିବାରିକ ସମସ୍ୟା ସୃଷ୍ଟି ହେବା ବିଷୟରେ ପୀଡ଼ିତାଙ୍କ ମା’ଙ୍କ ଠାରୁ ଇନ୍ଦ୍ରମଣି ଜାଣି ତାଙ୍କୁ ସାହାଯ୍ୟ କରିବା ପାଇଁ କୁଆଁରମୁଣ୍ଡା ଯମୁନାନାକିରେ ସେମାନଙ୍କ ପାଇଁ ୨୦୨୩ ସେପ୍ଟେମ୍ବର ୬ ତାରିଖରେ ଘରଭଡ଼ା ବୁଝିଥିଲେ। ପରେ ପରିବାର ସହ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା। ଏପରିକି ପୀଡ଼ିତାଙ୍କ ଉପରେ ତାଙ୍କର ଆଖି ପଡ଼ିଥିଲା। ପୀଡ଼ିତା ଜଣଙ୍କ କୁଆଁରମୁଣ୍ଡାର ଏକ ଘରୋଇ ସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିଲେ। ୨୦୨୪ ମେ ୩ରେ ସ୍କୁଲ ଛୁଟି ହେବା ପରେ ଇନ୍ଦ୍ରମଣି ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ହୋଟେଲକୁ ନେଇ ବଳାତ୍କାର କରିବା ସହ ଭିଡିଓ କରିଥିଲେ। ପରେ ଭିଡିଓ ଭାଇରାଲ କରିବାର ଭୟ ଦେଖାଇ ପୀଡ଼ିତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ।

ଏନେଇ ପୀଡିତା ପରିବାର ଲୋକଙ୍କୁ କହିଥିଲେ। ପ୍ରଥମେ ଇନ୍ଦ୍ରମଣି ପୀଡ଼ିତାଙ୍କଠାରୁ ୫ ଲକ୍ଷ ଟଙ୍କା ସହ ୩ ହଳ ସୁନା କାନଫୁଲ,୨ଟି ସୁନା ମୁଦି ଓ ଗହଣା ନେଇଥିଲେ। ହେଲେ ଇନ୍ଦ୍ରମଣି ଭିଡିଓ ଡିଲିଟ କରି ନ ଥିଲେ। ପୀଡିତାଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରି ଭିଡିଓ ଡିଲିଟ କରିବାକୁ କହିବାରୁ ସେ ଆହୁରି ଟଙ୍କା ମାଗିଥିଲେ। ଶେଷରେ ପରିବାର ଲୋକେ ଶୁକ୍ରବାର ବୀରମିତ୍ରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପରେ ପୋଲିସ ଇନ୍ଦ୍ରମଣିଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତ ଇନ୍ଦ୍ରମଣି ପୂର୍ବରୁ ରାଉରକେଲା ମ୍ୟୁନସିପାଲଟି ସାନିଟାରୀ ଅଧିକାରୀ ଥିବା ବେଳେ ବର୍ତ୍ତମାନ କୁଆଁରମୁଣ୍ଡାରେ ଡେପୁଟେସନରେ କାମ କରୁଛନ୍ତି। ଏଥିସହ ଯମୁନାନାକି ନିକଟରେ ଏକ ହୋଟେଲ ବ୍ୟବସାୟ କରୁଥିବା ଜଣାପଡିଛି। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ବରଗଡ଼ ତହସିଲ ଅଞ୍ଚଳରେ ଅବାଧରେ ଚାଲିଛି ମାଟି ଚୋରାଚାଲାଣ, ହାତ ବାନ୍ଧି ବସିଛି ଖଣି ବିଭାଗ, ଜିଲାପାଳଙ୍କୁ…

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ ତହସିଲ ଅନ୍ତର୍ଗତ କଟାପାଲି, ବରଗାଁ ଅଞ୍ଚଳରେ ଅବାଧରେ ମାଟି ଚୋରାଚାଲାଣ ହେଉଛି। ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ଖଣି ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେବା…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri