୨ ଦିନ ହେବ ନିଖୋଜ ଥିଲେ ନବମ ଶ୍ରେଣୀ ଛାତ୍ରୀ: ବହୁ ଖୋଜାଖୋଜି ପରେ ମିଳିଲେ ଏଇଠି …

ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):ଦୁଇ ଦିନ ହେବ ନିଖୋଜ ଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସୋମବାର ଉଦ୍ଧାର କରିଛି। ତେବେ ଛାତ୍ରୀ ଜଣକ କିପରି ଏବଂ କେଉଁ ପରିସ୍ଥିତିରେ ନିଖୋଜ ହୋଇଥିଲେ ସେନେଇ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରିଣୀ ସୁଷମା ସୁନ୍ଦରୀ ସେଠି କହିଛନ୍ତି । ପୋଲିସ ସୂଚନା ଅନୁସାରେ ଛାତ୍ରୀ ଜଣକ ଚଳିତ ମାସ ଗତ ୨୫ ତାରିଖ ଶନିବାର ନିଖୋଜ ହୋଇଥିଲେ। ଛାତ୍ରୀଙ୍କ ପରିବାର ତରଫରୁ ଲିଖିତ ଅଭିଯୋଗ ହେବା ପରେ କେସ୍‌ ନଂ ୧୭୦/୨୦୨୬ରେ ଏକ ମାମଲା ରୁଜୁ ହୋଇଥିଲା । ଛାତ୍ରୀଙ୍କ ସାଙ୍ଗ, ସାଥୀ, ବନ୍ଧୁ, ସମ୍ପର୍କୀୟମାନଙ୍କୁ ଛାତ୍ରୀଙ୍କ ବିଷୟରେ ପଚରାଉଚରା କରାଯାଇଥିଲା । ପରେ ଛାତ୍ରୀଜଣକ ଶାଳନିଆଁ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା ସୂଚନା ମିଳିଥିଲା । ସେଠାରୁ ଛାତ୍ରୀ ଜଣକୁ ଉଦ୍ଧାର କରିବା ପରେ ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ପରିବାର ଲୋକଙ୍କୁ ଛାତ୍ରୀଜଣକୁ ହସ୍ତାନ୍ତର କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Odisha’s No.1 Odia Daily

Share