Categories: ଜାତୀୟ

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର

ଜୟପୁର,୪।୮: ରାଜସ୍ଥାନର ଡଙ୍ଗରପୁର ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ଜଣ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

ଦୌରା ଷ୍ଟେଶନ ହାଉସ ଅଫିସର(ଏସ୍‌ଏଚ୍‌ଓ) ହେମନ୍ତ ଚୌହ୍ବାନ କହିଛନ୍ତି, ବୁଧବାର ରାତିରେ ୩ଜଣ ଯୁବକ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କ ମଧ୍ୟରେ ଛାତ୍ରୀଙ୍କ ଜଣେ ପରିଚିତ ବ୍ୟକ୍ତି ବୋଲି ସେ କହିଛନ୍ତି।

ଅଭିଯୋଗ ମୁତାବକ, ବୁଧବାର ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଅପହରଣ କରି ଏକ କାରରେ ଜଙ୍ଗଲ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ସେମାନେ ନାବାଳିକାଙ୍କୁ ଗଣବଳାତ୍କାର କରି ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

Share