ଏମିତି ବି ଆସେ ମୃତ୍ୟୁ… କ୍ଲାସ୍‌ରୁମ୍‌ରେ ଟଳିପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ରାଜକନିକା,୯।୧୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକ ତ୍ରିଲୋକ୍ୟପୁର ପଞ୍ଚାୟତ ଆୟତନସ୍ଥିତ କମଳା ମଡେଲ ଆଦର୍ଶ ଉଚ୍ଚ ବାଳିକା ବିଦ୍ୟାଳୟରେ ସୋମବାର ଘଟିଛି ଏକ ଦୁଃଖଦ ଘଟଣା । ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପ୍ରଥମ ପିରିୟଡରେ ସାଇନ୍ସ କ୍ଲାସ ଚାଲୁଥିବା ସମୟରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ବିଶ୍ଵରୂପା ବେହେରା(୧୩) ସଜ୍ଞାହୀନ ହୋଇପଡିଥିଲେ । ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ କମଳା ମଡେଲ ଆଦର୍ଶ ଉଚ୍ଚ ବାଳିକା ବିଦ୍ୟାଳୟ
ସାଇନ୍ସ କ୍ଲାସ ନେଉଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ରାଉତଙ୍କ କହିବା ଅନୁଯାୟୀ ପାଖାପାଖି ୧୧ଟା ୩୫ ସମୟରେ କ୍ଲାସରେ ଏକ ବାଣ ଫୁଟିବା ପରି ଶବ୍ଦ ଶୁଭିଥିଲା । ପିଲାମାନେ କେହି ବାଣ ଆଣିଛ କି ବୋଲି ପଚାରି ବୁଲି ଦେଖିଲେ ବିଶ୍ଵରୂପା ବେଞ୍ଚ ତଳେ ପଡିଥିବା ରସୁଣବାଣକୁ ଗୋଟାଉଥିଲେ । କ’ଣ ହେଉଛି ପଚାରିବା ସମୟରେ ସେ ସଜ୍ଞାହୀନ ହୋଇପଡିଥିଲେ । ଛାତ୍ରୀଙ୍କ ପଖକୁ ଆସନ୍ତେ ଅନ୍ୟ ଷ୍ଟାଫମାନଙ୍କୁ ଡାକି ମୁହଁରେ ପାଣିଛାଟିବା ସହ ବିଞ୍ଚଣାରେ ବିଞ୍ଚିବା ସହ ତାଙ୍କ ଅଭିଭାବଙ୍କୁ ଖବର କରି ଆମ୍ଵୁଲାନ୍ସକୁ କଲ କରିଥିଲୁ । ଖବର ପାଇ ଅଭିଭାବକ ପହଞ୍ଚି ଚିକିତ୍ସା ପାଇଁ ଛାତ୍ରୀଙ୍କୁ ସ୍କୁଲରୁ ନେଇ ଆୟତନସ୍ଥିତ ଏକ ମେଡିସିନ ଦୋକାନରେ ଚିକିତ୍ସା କରାଇବାକୁ ଉଦ୍ୟମ କରିଥିବା ସମୟରେ ଆମ୍ବୁଲାନ୍ସ ପହଞ୍ଚିବା କ୍ଷଣିକ ମଧ୍ୟରେ ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ମେଡିକାଲ ଅଫିସର ଡାଃ. ଅର୍ଚ୍ଚିତା ମିଶ୍ର କହନ୍ତି, ଆମେ ରୋଗୀଙ୍କୁ ମୃତ ଭାବେ ଗ୍ରହଣ କରିଥିଲୁ । ମୃତ୍ୟୁର କାରଣ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି କହିଥିଲେ । ଝିଅର କୌଣସି ରୋଗ ନ ଥିବା ଛାତ୍ରୀଙ୍କ ମା ସଙ୍ଗୀତା ବେହେରା କହିଥିବା ବେଳେ, ଫିଟ୍ସ ରୋଗ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ତେବେ ରାଜକନିକା ପୋଲିସ ଖବରପାଇ ରାଜକନିକା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଛାତ୍ରୀଙ୍କ ଘର ତ୍ରିଲୋକ୍ୟପୁର ପଞ୍ଚାୟତ ମହାଦେଇଆଡିଆ ଗାଁର ରବିନାରାୟଣ ବେହେରାଙ୍କ ଝିଅ ବୋଲି ଜଣାପଡିଛି ।

 

Dharitri – Odisha’s No.1 Odia Daily

Share