Categories: ଜାତୀୟ

ସ୍କୁଲରେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର

ଚଣ୍ଡିଗଡ଼,୧୧।୬ : ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ହରିୟାଣାର ଏକ ସ୍କୁଲରେ ଜଣେ ବ୍ୟକ୍ତି ଓ ୮ ନାବାଳକ ଗଣବଳାତ୍କାର କରିଛନ୍ତି। ଘଟଣାର ଭିଡିଓ ଭାଇରାଲ ହେବା ପରେ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ ହେବାର ୨ ସପ୍ତାହ ପରେ ପୀଡ଼ିତାଙ୍କ ପରିବାର ବର୍ଗ ଅପରାଧ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୯ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ପୀଡ଼ିତାଙ୍କ ନିକଟ ସମ୍ପର୍କୀୟ। ସେମାନଙ୍କ ବୟସରୁ ୧୦ରୁ ୧୨ ବର୍ଷ। ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ, ରଓ୍ବୋରି ଜିଲାରେ ଗତ ୨୪ ତାରିଖରେ ଏହି ଅପରାଧ ଘଟିଥିଲା। ୫ମ ଶ୍ରେଣୀରେ ପଢ଼ୁଥିବା ଝିଅ ଘର ବାହାରେ ଖେଳୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ।

ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଗାଁର ଖାଲି ପଡ଼ିଥିବା ସ୍କୁଲକୁ ନେଇ ବଳାତ୍କାର କରିଥିଲେ। ଅପରାଧର ଭିଡିଓ ଶୁଟ କରିଥିଲେ ଜଣେ ୧୮ ବର୍ଷୀୟ ଅଭିଯୁକ୍ତ। ଏହାପରେ ଦୁଇ ନାବାଳକ ଏହାକୁ ଭାଇରାଲ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share