ବାଲେଶ୍ବରରେ ଚାଞ୍ଚଲ୍ୟ, ସ୍କୁଲ ଭିତରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼

ବାଲେଶ୍ୱର,୨୩ା୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ପବ୍ଲିକ୍‌ ହାଇସ୍କୁଲ୍‌ରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ସ୍କୁଲ ଭିତରେ ଖେଳ ଛୁଟି ବେଳେ ଅନ୍ୟ ଜଣେ ଛାତ୍ର କୌଣସି କାରଣରୁ ଉକ୍ତ ଛାତ୍ରଙ୍କ ବେକରେ ଛୁରାମାଡ଼ କରିଥିଲେ । ଛାତ୍ରଙ୍କ ବେକରେ ଆଘାତ ଲାଗିବା ଫଳରେ ସେ ଗୁରୁତର ଆହତ ହୋଇଥିଲେ ।

ଏହାପରେ ଛାତ୍ର ଜଣଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅନ୍ୟ ଛାତ୍ର ଜଣକ କାହିଁକି ଛୁରି ମାରିଲେ ତାହାର ସଠିକ କାରଣ ଜଣା ପଡ଼ିନାହିଁ । ପ୍ରଧାନ ଶିକ୍ଷୟିତ୍ରୀ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଅପରପକ୍ଷରେ ବିଦ୍ୟାଳୟରେ ଏଭଳି ଛୁରାମାଡ ଘଟଣାକୁ ନେଇ ଛାତ୍ର ଓ ଅବିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି ।

 

Dharitri – Odisha’s No.1 Odia Daily

Share