ଅନନ୍ତପୁର,୧ା୧୧: ଆନ୍ଧ୍ରପ୍ରଦେଶର ରାପଟାଡୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଗୋପିକାଙ୍କୁ କରତରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେମନ୍ଥ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ ଗୁଳି ଚଳାଇ ତାଙ୍କୁ ଗିରଫ କରିଛି। ପୋଲିସ ୬ ରାଉଣ୍ଡ ଗୁଳି ଚଳାଇଥିଲା।
ଆହତ ହେମନ୍ଥଙ୍କୁ ଚିକିତ୍ସା ପାଇଁ ଅନନ୍ତପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍କୁଲ ଶ୍ରେଣୀଗୃହରେ ପ୍ରବେଶ କରି ଛାତ୍ରୀଙ୍କ ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରାଯିବାକୁ ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି।