ଗୋମାଂସ ବିକ୍ରିକୁ ନେଇ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ, BNS ୧୬୩ ଜାରି

ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି):  ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ । ଗୋମାଂସ ବିକ୍ରିକୁ ନେଇ ଏହି ଉତ୍ତେଜନା ହୋଇଥିବା ସୂଚନା ରହିଛି । ତେବେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି BNS ୧୬୩ ଜାରି କରାଯାଇଛି । ପଶ୍ଚିମଞ୍ଚଳ ଡିଆଇଜି ବ୍ରିଜେଶ ରାୟ,ଏସପି ଅମ୍ରିତ ପାଲ କୌର, ଅତିରିକ୍ତ ଏସପି, ଡିଏସପି, ସମସ୍ତ ଥାନାର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ସୂରଜ କୁମାର ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ତେଜସ୍ବିନୀ ବେହେରାଙ୍କ ସମେତ ସ୍ବତନ୍ତ୍ର ମାଜିଷ୍ଟ୍ରେଟଙ୍କ ସହ ୧୦ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ତେବେ ସଂଘର୍ଷ ବେଳେ ଏକ କାର୍, ସ୍କୁଟି ଏବଂ ଏକ ପିକଅପ ଭ୍ୟାନ ପୋଡି ଦେଇଥିବା ଜଣାପଡ଼ିଛି ।

ଘଟଣା ଘଟିଥିବା ରିଜେଣ୍ଟ ମାର୍କେଟ ସମେତ ସହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ବସଷ୍ଟାଣ୍ଡ, ମାର୍କେଟ ଓ ବିଭିନ୍ନ ଛକର ବ୍ୟାପକ ପୋଲିସ ରହିଛନ୍ତି । ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ଅପରାହ୍ନ ୫ଟାରୁ ସୁନ୍ଦରଗଡ ସହରରେ BNS ୧୬୩ ଜାରି ହୋଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡିଆଇଜି ଗଣମାଧ୍ୟମକୁ କହିବା ସହ ସୁନ୍ଦରଗଡ ସହରରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସହରରେ ସମସ୍ତ ଦୋକାନ ବଜାର ଗୁଡିକୁ ବନ୍ଦ କରିବାକୁ ଡାକବାଜୀ ଯନ୍ତ୍ର ଜରିଆରେ ନିବେଦନ କରାଯାଇଛି । କୌଣସି ସ୍ଥାନରେ ୫ଜଣରୁ ଅଧିକ ଏକାଠି ନହେବାକୁ ଅନୁରୋଧ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ବିଧାୟକ କହିଲେ କମ୍ପାନୀ ଅଛି…

ରାୟଗଡ଼ା/ଟିକିରି,୧୫/୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ବକ୍ସାଇଟ ଖଣି ଗନ୍ତାଘର ଭାବେ ବିଶ୍ୱ ପରିଚିତ କାଶୀପୁର ବ୍ଲକର ଜଣେ ୨୫ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ...

ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

ଭୁବନେଶ୍ୱର,୧୫।୧: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍‌ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ। ସେମାନେ ହେଲେ ବିଧାୟକ ସନାତନ...

ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମ୍ବଲପୁର ରାଡାର, ଭୁବନେଶ୍ୱରରେ ଲାଗିବ…

ଭୁବନେଶ୍ୱର,୧୫ା୧: ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର...

ଇରାନ ଅଭିମୁଖେ ଆମେରିକାର ଯୁଦ୍ଧ ଜାହାଜ; ସବୁ ଧ୍ବଂସ କରିଦେବେ

ନୂଆଦିଲ୍ଲୀ,୧୫ା୧: ଇରାନ ଅଭିମୁଖେ ଦ୍ରୁତ ଗତିରେ ଯାଉଛି ଆମେରିକା ଯୁଦ୍ଧ ଜାହାଜ। ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ‘ପେଣ୍ଟାଗନ୍’ ଏକ ବଡ଼...

ଧରିତ୍ରୀରେ ଖବର ପ୍ରକାଶ ପରେ ଖାଦ୍ୟ ସୁରକ୍ଷା ଟିମର ତତ୍ପରତା, ହୋଟେଲରେ ଚଢ଼ାଉ କରି…

ଗଞ୍ଜାମ(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଯାଞ୍ଚ ହେଉନି ଖାଦ୍ୟର ମାନ । ଅପମିଶ୍ରିତ ଏବଂ ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ...

ବିଭିନ୍ନ ଦାବି ନେଇ ଆର୍‌ଟିଓଙ୍କୁ ଭେଟିଲେ ବସ୍‌ ମାଲିକ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ଆମେ କେମିତି ବଞ୍ଚିବୁ? ଆମେ କେମିତି ଇନସୁରାନ୍ସ, ପରମିଟ ଓ ଫାଇନାନ୍ସ ପାଇବୁ? । ଆମ କୁ ହଇରାଣ କରାଯାଉଛ। ଆମକୁ ଚଳିବାକୁ...

ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ: ୨ ଯାତ୍ରା ଆୟୋଜକ ଗିରଫ ପରେ ଏବେ ନିଶାଙ୍କ ପାଳି! ଖୋଜୁଛି ପୋଲିସ

ବଲାଙ୍ଗୀର,୧୫।୧ ( ସୁନିଲ କୁମାର ମହାନ୍ତି): ୧୨ ତାରିଖରେ ବଲାଙ୍ଗୀର ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ଯାତ୍ରା ଆରମ୍ଭ ହେବାର...

ବିବାହ ପରେ ଝିଅମାନେ କାହିଁକି ପୁଅ ଘରକୁ ଯାଆନ୍ତି? ଜାଣନ୍ତୁ ପରମ୍ପରା ପଛର ପ୍ରକୃତ କାରଣ ଓ ସାମାଜିକ ପରିର୍ତ୍ତନ

ବିବାହ – ଦୁଇଟି ହୃଦୟର ମିଳନ ଏବଂ ଏକ ସୁନ୍ଦର ଜୀବନର ଆରମ୍ଭ। କିନ୍ତୁ ଆମ ସମାଜରେ ଏହି ପବିତ୍ର ବନ୍ଧନକୁ ନେଇ ପ୍ରଚଳିତ ପରମ୍ପରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri