ନାଏବ ସରପଞ୍ଚ ନିର୍ବାଚନ ବେଳେ ଗୋଷ୍ଠୀ ସଂଘର୍ଷ

କେସିଙ୍ଗା,୧୧।୩: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରେ ଏହା ଉଗ୍ର ରୂପ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀର ଆହତ ହୋଇଥିବା ଜଣାପଡିଛି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଶେଷରେ ନାଏବ ସରପଞ୍ଚ ନିର୍ବାଚନ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ବ୍ଲକର ୨୬ ପଞ୍ଚାୟତରେ ନାଏବ ସରପଞ୍ଚ
ନିର୍ବାଚନ ହୋଇଛି।