ରାମଲୀଳା ମହୋତ୍ସବ ଚାଲିଥିବାବେଳେ ତୁମୁଳକାଣ୍ଡ: ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ୬ଦର୍ଶକ…

ଭେଡେନ,୧୯।୧(ହୃଷିକେଶ ଖମାରୀ)- ବରଗଡ ଜିଲା ଭେଡେନରେ ରବିବାର ରାମଲୀଳା ମହୋତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛିv। ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ ମହୋତ୍ସବରେ ଜନ ସମୁଦ୍ର ହୋଇଥିଲା। ଏହି ସମୟରେ କୌଣସି କାରଣରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି, ଠେଲାପେଲା, ଢେଲା ପଥର ମାଡ ସହିତ ବାଡିଆପିଟା ହୋଇଥିବା ଅଭିଯୋଗ ହୋଇଛି ।

ଏହି ଅଘଟଣରେ ୬ଦର୍ଶକ ଆହତ ହୋଇଛନ୍ତି । ସେମାନେ ହେଲେ ଗଣ୍ଠିଆପାଲିର ଗହକି ସୁହୁଲା, ଭେଡେନର କଏରୁ ରୋହିଦାସ, ଜୟଦେବ ମେହେର, ଲଲିତ ବିଶ୍ବାଳ, ଅଛାଣ୍ଡପାଲିର ଲବ ବାଗ ଏବଂ ପାକେଲଦାଦର ଗ୍ରାମର ପ୍ରଫୁଲ୍ଲ ନାଗ । ଆହତ ମହିଳା ଗହକିଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଉକ୍ତ ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ଅଛନ୍ତି । ତେବେ ଏ ସମ୍ପର୍କରେ ଭେଡେନ ଥାନା ଅଧିକାରୀ ଶଶୀଭୂଷଣ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ରାମଲୀଳା ମହୋତ୍ସବରେ ଅସମ୍ଭାଳ ଭିଡ ହୋଇଥିଲା । ଢେଲା ପଥର ମାଡ଼ ଯୋଗୁଁ ଜଣେ ମହିଳା ଆହତ ହୋଇଥିବା ଖବର ମିଳିଛି । ପୋଲିସ ପକ୍ଷରୁ ଲାଠିମାଡ ହୋଇ ନାହିଁ । ଏପର୍ଯ୍ୟନ୍ତ ଏ ନେଇ କେହି ଏତଲା ଦେଇ ନ ଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟକୁ ୩୩ କୋଟି ଅନୁମୋଦନ: ଅଭିଭାବକ ମହଲରେ ଖୁସିର ଲହରୀ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ତିନିଦିନ ପୂର୍ବେ ୩୩ କୋଟି ୧୧ ଲକ୍ଷ...

ରୋହିତ ଶର୍ମାଙ୍କ ଖରାପ ଫର୍ମକୁ ନେଇ ଶେଷରେ ମୁହଁ ଖୋଲିଲେ ଗିଲ: ସେ ଏବେ…

ଇନ୍ଦୋର,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତ ୨-୧ରେ ପରାଜୟ ବରଣ କରିଛି। ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍‌ରେ...

ଜିଲାର ଚାଷୀଙ୍କ ପାଇଁ ଉଦାହରଣ ସାଜିଲେ ମୂକ ବଧିର ୨ ଭଉଣୀ: କୃଷି ବିଭାଗ ପକ୍ଷରୁ…

ନୂଆପଡ଼ା,୧୮ା୧ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ୱିତୀୟ ଦିବସରେ ଏକ ନିଆରା ଚାଷୀ...

ଚିଲିକାକୁ ଆସିଛନ୍ତି ୧୧ ଲକ୍ଷ ପକ୍ଷୀ

ବାଲୁଗାଁ,୧୯ା୧(ସଂଗ୍ରାମ ପାଇକରାୟ): ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଆନୁକୂଲ୍ୟରେ ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର...

ଭାଙ୍ଗିଲା ମୁଲାୟମଙ୍କ ପରିବାର: ସାନ ବୋହୂ ନେବେ ଛାଡ଼ପତ୍ର

ଲକ୍ଷ୍ନୌ,୧୯।୧: ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେଉଛନ୍ତି। ମୁଲାୟମ ପରିବାରର ବୋହୂ ଅପର୍ଣ୍ଣା...

ବଦଳିବ ‘ଡିପିଆର’, ସାମିଲ ହେବ ପାରାଦୀପ: ନୂଆ ରୂପରେ ଆସିବ ମେଟ୍ରୋ ରେଳ

ଭୁବନେଶ୍ୱର,୧୯।୧(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପ କାର୍ଯ୍ୟ ଅନିଶ୍ଚିତତା ଭିତରେ ରହିଛି। ଏହାକୁ ନେଇ ଲୋକେ ଆଶା ଓ ଆଶଙ୍କାରେ ରହିଥିବାବେଳେ ରାଜ୍ୟ...

ପ୍ରେମ ସମ୍ପର୍କ ଗୁଜବ ଉପରେ ନୀରବତା ଭାଙ୍ଗିଲେ ଗୋବିନ୍ଦା, କହିଲେ ଷଡ଼ଯନ୍ତ୍ର ସମସ୍ତଙ୍କ ସହିତ…

ନୂଆଦିଲ୍ଲୀ,୧୯।୧: ଅଭିନେତା ଗୋବିନ୍ଦା ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ସହିତ ତାଙ୍କ ବୈବାହିକ ଜୀବନକୁ ନେଇ ଗୁଜବ ଚାଲିଥିବା ବେଳେ ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ରରୁ...

ଅଯୋଧ୍ୟା ଅଭିମୁଖେ ସ୍ବର୍ଣ୍ଣ ଧନୁ

ପୁରୀ,୧୯।୧(ଅଜିତ୍‌ କୁମାର ମହାନ୍ତି): ଅଯୋଧ୍ୟା ଅଭିମୁଖେ ଯାତ୍ରା କଲା ସ୍ବର୍ଣ୍ଣ ଧନୁ। ରବିବାର ଭୁବନେଶ୍ୱରରେ ଧନୁ ପ୍ରଦର୍ଶନ ହେବାପରେ ବିଳମ୍ବିତ ରାତିରେ ପୁରୀରେ ପହଞ୍ଚିଥିଲା। ସ୍ବର୍ଣ୍ଣରେ ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri