କାଜୁ ତୋଳିବାକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ

ଛତିଆ,୧୬ା୪(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ କାଇମାଟିଆ ଏବଂ ଅଭୟପୁର ଗ୍ରାମ ମଧ୍ୟରେ କାଜୁ ମଞ୍ଜି ତୋଳିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି। ଏନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ମୁତାବକ, ୨୦୦୨ରେ ଓଡ଼ିଶା କାଜୁ ଉନ୍ନୟନ ନିଗମ ପକ୍ଷରୁ ଅଭୟପୁର ରାଜସ୍ବ ମୌଜାରେ ୭୦ ଏକର ଜାଗାରେ କାଜୁ ଚାରା ରୋପଣ କରାଯାଇଥିଲା। ଏହି କାଜୁ ବଗିଚାର ନାମ କାଇମାଟିଆ କାଜୁ ଉଦ୍ୟାନ ରଖାଯାଇଥିଲା। ଉକ୍ତ କାଜୁ ବଗିଚାକୁ ଉଭୟ ଗ୍ରାମ ନିଜର ବୋଲି ଦାବି କରିଆସୁଥିଲେ। ଦୀର୍ଘଦିନ ହେବ କାଜୁ ତୋଳାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଛକା ପଞ୍ଝା ଲାଗି ରହୁଥିଲା। ରବିବାର ମଧ୍ୟାହ୍ନରେ ଅଭୟପୁର ଗ୍ରାମର ଲୋକେ ଆସି କାଜୁ ତୋଳୁଥିବା ସମୟରେ କାଇମାଟିଆ ଗ୍ରାମବାସୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ମାର୍‌ପିଟ ହୋଇଥିଲା। ଖବର ପାଇ ବୈରୀ ଥାନା ଅଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ, ଏସ୍‌ଆଇ ସୁବ୍ରତ ସାହୁ, ଏଏସ୍‌ଆଇ ସଂଗ୍ରାମ କେଶରୀ ରାଉତ, ଏଏସ୍‌ଆଇ ଅକ୍ଷୟ ବେହେରାଙ୍କ ନେତୃତ୍ତ୍ୱରେ ପୋଲିସ ଫୋର୍ସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ହେଲେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାର ନିର୍ବନ୍ଧ ଖବର ଶୁଣି ବଡିବିଲ୍ଡରଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୮।୨: ପ୍ରେମିକାର ଅନ୍ୟତ୍ର ବିବାହ ଖବର ଶୁଣି ସହିପାରିଲେନି ବଡି ବିଲ୍ଡର ପ୍ରେମିକ। ମାତ୍ର ୨୬ ବର୍ଷ ବୟସରେ କରିଦେଲେ ଆତ୍ମହତ୍ୟା। ମୃତ ଯୁବକଙ୍କ ନାମ କିରଣ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

RSS ମୁଖ୍ୟ ପଦ ଛାଡ଼ିବା ନେଇ ମୋହନ ଭାଗବତଙ୍କ ବଡ଼ ବୟାନ, କହୁ କହୁ କହିଦେଲେ…

ମୁମ୍ବାଇ,୮।୨: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ମୁଖ୍ୟ ମୋହନ ଭାଗବତ ରବିବାର ମୁମ୍ବାଇରେ ଆୟୋଜିତ ସଂଘର ଶତବାର୍ଷିକୀ ଉତ୍ସବରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବୟସ ବଢ଼ିବା…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri