ଜେରୁଜେଲମ୍‌ରେ ସଂଘର୍ଷ: ୧୫୨ ଆହତ

ଜେରୁଜେଲମ୍‌,୧୬।୪: ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଶୁକ୍ରବାର ସଂଘର୍ଷ ଘଟିବାରୁ ଉଭୟ ପକ୍ଷର ୧୫୨ ଜଣ ଆହତ ହୋଇଛନ୍ତି। ଅଲ୍‌-ଅକ୍‌ସା ମସ୍‌ଜିଦ ପରିସରରେ ରମ୍‌ଜାନ୍‌ ମାସ ଆରମ୍ଭ ଅବସରରେ ସମୂହ ପ୍ରାର୍ଥନା ଚାଲିଥିବାବେଳେ ପାଲେଷ୍ଟାଇନ୍‌ର ବିକ୍ଷୋଭକାରୀ ଓ ଇସ୍ରାଏଲୀ ପୋଲିସ ମଧ୍ୟରେ ମୁହଁ।ମୁହଁି ସ୍ଥିତି ସୃଷ୍ଟି ହୋଇଥିଲା। ମାସ୍କ ପରିହିତ କେତେଜଣ ବ୍ୟକ୍ତି ସେଥିରେ ମୁହଁ ଲୁଚାଇ ମସ୍‌ଜିଦକୁ ମାଡ଼ିଆସିଥିଲେ। ଭିଡ଼ ଭିତରୁ ଓ୍ବେଷ୍ଟର୍ନ ଓ୍ବାଲ ଆଡ଼କୁ ଟେକାମାଡ଼ କରାଯିବାରୁ ଇସ୍ରାଏଲର ପୋଲିସ କର୍ମଚାରୀମାନେ ଗୁଳି ଚଳାଇଥିଲେ।

Share