ଆଳି,୨୪।୪: କେନ୍ଦ୍ରପଡ଼ା ଜିଲା ଆଳି ସମବାୟ ବ୍ୟାଙ୍କରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସମ୍ପାଦକ ଏବଂ ଜଣେ ପୂର୍ବତନ ସଭାପତିଙ୍କ ମଧ୍ୟରେ ମାରପିଟ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପାସ୍ ବୁକ ପ୍ରିଣ୍ଟ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ଆଳି ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।