Categories: ଜାତୀୟ

ପୋଲିସକୁ ଆକ୍ରମଣ ପରେ ମହିଳାଙ୍କ ହାତ ବାନ୍ଧି ବସାଇ ଦେଲେ

ଗୟା,୧୭।୨: ବାଲି ଖଣି ଅକ୍‌ଶନ ପ୍ରକ୍ରିୟାରେ ସରକାରୀ ଅଧିକାରୀଙ୍କୁ ସହଯୋଗ କରୁଥିବା ପୋଲିସ କର୍ମୀଙ୍କୁ ପଥର ମାଡ଼ କରିଥିଲେ ଗ୍ରାମବାସୀ। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ ସହ ଲାଠି ମାଡ଼ କରାଯାଇଥିଲା। ଏହାପରେ ମହିଳା ବିକ୍ଷୋଭକାରୀଙ୍କ ହାତ ବାନ୍ଧି ବସାଇ ଦେଇଥିଲେ ପୋଲିସ। ବିହାର ଗୟା ଜିଲାରେ ମଙ୍ଗଳବାର ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି।

ରାଜ୍ୟରେ ବେଆଇନ ବାଲି ଖନନକୁ ରୋକିବା ପାଇଁ ବିହାର ମାଇନିଂ କରପୋରେଶନ ସମସ୍ତ ବାଲି ଖଣିର ପରିବେଶ ଭିତ୍ତିକ ଅଡିଟ୍‌ ପ୍ରକ୍ରିୟା ଗତ ମାସରେ ଆରମ୍ଭ କରିଥିଲା।

Share