ଭାଜପା ବିଜୟ ଉତ୍ସବ ପାଳନରେ ବାଣଫୁଟାକୁ ନେଇ ଖଣ୍ଡଯୁଦ୍ଧ: ବାପ-ପୁଅ ସମେତ ୬ ଆହତ, ଗାଁରେ ଉତ୍ତେଜନା

ହାଟଡିହୀ,୧୩ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ବାଣଫୁଟାକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ବାଣଫୁଟାରେ ବାପ, ପୁଅଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା ଏବଂ ସୋସୋ ଥାନା ଅଧିକାରୀ ବିଜୟ ବିହାରୀ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଜଣକୁ ଅଟକ ରଖାଯାଇଛି। କିନ୍ତୁ ଅଦ୍ୟାବଧି ଥାନାରେ କୌଣସି ଅଭିଯୋଗ ହୋଇନି।

ସୂଚନାନୁସାରେ, ଧନୁର୍ଜୟପୁରରେ କିଛି ହାତଗଣତି ଲୋକ ଭାଜପା ସରକାର ଗଢ଼ୁଥିବା ଖୁସିରେ ଗାଁରେ ବାଣ ଫୁଟାଇ ଖୁସି ମନାଉଥିଲେ। ଧନଜୀବନକୁ ଲକ୍ଷ୍ୟ ରଖି ଗ୍ରାମର ସୁଲେଇ ହୋ ତାଙ୍କ ଘର ପାଖରେ ରାତିରେ ବାଣ ଫୁଟାଇବାକୁ ବାରଣ କରିଥିଲେ। କିନ୍ତୁ ସୁଲେଇଙ୍କ ଘର ଆଗରେ ଜବରଦସ୍ତ ବାଣ ଫୁଟାଇଥିଲେ। ଫଳରେ ମହାଭାରତ ଘଟିଥିଲା। ସୁଲେଇ ଏବଂ ତାଙ୍କ ପୁଅ ସହ ବାଣ ଫୁଟାଉଥିବା ଲୋକଙ୍କ ଗଣ୍ଡଗୋଳ ଘଟିଥିଲା। ତୀରମାଡ଼ ସହ ହଣାକଟା ହେବାରୁ ସୁଲେଇ ହୋ ଏବଂ ତାଙ୍କ ପୁଅ, ଧନୁର୍ଜୟପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ନିରୁପମା ରାଉତଙ୍କ ସ୍ବାମୀ ବିଶ୍ୱଜିତ(ନଣ୍ଡା)ରାଉତ, ନାରାୟଣ ସାମଲ, ଅଶୋକ ଜେନା, ଗାଙ୍ଗୁଲି ବିରୁଆ ପ୍ରମୁଖ ଆହତ ହୋଇଥିବା ସୂଚନା ମିଳିଛି। ନାରାୟଣ ଜେନା କଟକ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟମାନେ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ରାଜନୈତିକ ଦଳର ହସ୍ତକ୍ଷେପ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଏବଂ ଅସନ୍ତୋଷ ବଢୁଥିବା ଖବର ମିଳିଛି। କୌଣସି ମୁହୂର୍ତ୍ତରେ ଭୟାନକ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ। ତେଣୁ ଘଟଣାକୁ ଉସୁକାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ପୋଲିସ ମଧ୍ୟ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି।

ସରକାରୀ ନିୟମ ଏବଂ କଟକଣାକୁ ବେଖାତିର କରି ରାତିରେ ଗାଁ ଭିତରେ ବାଣ ଫୁଟାଇବା ବେଆଇନ ଏବଂ ବାଣ ଫୁଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ସହ ସେମାନଙ୍କୁ ଗିରଫ ଦାବି ହୋଇଛି। ରାତିରେ ଗାଁ ଭିତରେ ଏପରି ବାଣଫୁଟାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ ଏବଂ ଆଇନଜୀବୀ ଭଗବାନ ମଲିକ ନିନ୍ଦା ପ୍ରକାଶ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି।

ଏ ବାବଦରେ ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା ଏବଂ ସୋସୋ ଥାନା ଅଧିକାରୀ ବିଜୟ ବିହାରୀଙ୍କୁ ପଚାରିବାରୁ ରାତିରେ ଗାଁଁ ଭିତରେ ବାଣଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି। ଆହତମାନେ ଚିକିତ୍ସିତ ହେଉଛନ୍ତି। ଅଦ୍ୟାବଧି କେହି ଲିଖିତ ଅଭିଯୋଗ କରିନାହାନ୍ତି। ଜଣଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଲୋକଙ୍କ ବୟାନ ରେକର୍ଡିଂ କରାଯାଇଛି। ଲିଖିତ ଅଭିଯୋଗ ହେଲେ ରାତିରେ ବାଣ ଫୁଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri