ଥାନା ଭିତରେ ମାର୍‌ପିଟ

ମୁରିବାହାଲ,୫ା୧୦(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପରିସରରେ ଗୁରୁବାର ଦୁଇପକ୍ଷ ମଧ୍ୟରେ ମାର୍‌ପିଟ ହୋଇଛି। ଏ ନେଇ ଉଭୟ ପକ୍ଷରୁ ୨ଟି ପୃଥକ ମାମଲା ରୁଜୁ ହୋଇଛି। ଅଭିଯୋଗ ମୁତାବକ ବାଗୁଆବାହାଲ ଗ୍ରାମର ଗୋକୁଳ ବେନିଆଙ୍କୁ ମୁରିବାହାଲ ପୋଲିସ କୌଣସି ଏକ ମାମଲାରେ ଗୁରୁବାର ସକାଳେ ଥାନାକୁ ଆଣିଥିଲା।

ତାଙ୍କ ବାପା ଜଗନ୍ନାଥ ବେନିଆ ପୁଅକୁ ଦେଖିବା ପାଇଁ ଥାନାକୁ ଆସିଥିବା ବେଳେ ଉକ୍ତ ଗ୍ରାମର ଚନ୍ଦ୍ର ନାଗ, ଅକ୍ଷୟ ନାଗ, ସୁନା ନାଗ ତାଙ୍କୁ କୁଆଡେ ଥାନା ଭିତରେ ମାଡ଼ ମାରିଥିଲେ। ଫଳରେ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା। ଏ ନେଇ ଜଗନ୍ନାଥଙ୍କ ଏତଲାଙ୍କୁ ଭିତ୍ତି କରି ଚନ୍ଦ୍ର, ଅକ୍ଷୟ ଓ ସୁନାଙ୍କ ନାମରେ ଏକ ମାମଲା (୨୪୪/୨୩) ରୁଜୁ ହୋଇଛି।