Categories: ଜାତୀୟ

ସୀମା ବିବାଦ ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକରେ…

ମୁମ୍ବାଇ,୧୦।୧୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ କହିଛନ୍ତି ମହାରାଷ୍ଟ୍ର କର୍ନାଟକ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ପ୍ରଧାନମନ୍ତ୍ରୀ ନାଗପୁର-ମୁମ୍ବାଇ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ କରିବାକୁ ଯାଉଛନ୍ତି। ଏହାକୁ ଆମେ ସ୍ବାଗତ କରୁଛୁ। ତେବେ ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ସୀମା ବିବାଦ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ।

କଲେଜିୟମ ନେଇ କିରେନ ରିଜିଜୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ମନ୍ତବ୍ୟକୁ ଉଦ୍ଧବ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯଦି ବିଚାରପତି ଅନ୍ୟ ଜଣେ ବିଚାରପତିଙ୍କୁ ଚୟନ ନ କରିବେ ତେବେ ଏହା କ’ଣ ପ୍ରଧାନମନ୍ତ୍ରୀ କରିବେ। ପ୍ରଧାନମନ୍ତ୍ରୀ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରିବା ଆବଶ୍ୟକ। ମହାରାଷ୍ଟ୍ରର କେତେକ ଗାଁ ଉପରେ କର୍ନାଟକର ଦାବି ଅତ୍ୟନ୍ତ ଚିନ୍ତା ଜନକ ବୋଲି ସେ କହିଛନ୍ତି।

Share