ନବରଙ୍ଗପୁର,୧।୬(ବି.ପ୍ର.): ପଦୋନ୍ନତି ଓ ସ୍ବଳ୍ପ ଦରମା ଶିକ୍ଷକଙ୍କ ଅସନ୍ତୋଷର କାରଣ ଥିଲା। ଭିନ୍ନ ଭିନ୍ନ ଶିକ୍ଷକ ସଙ୍ଗଠନର ବିଭିନ୍ନ ପ୍ରକାର ସ୍ବାର୍ଥ ସମ୍ବଳିତ ଦାବି ଏଥିରେ ପ୍ରତିବନ୍ଧକ ରୂପେ ଠିଆ ହେଉଥିଲା। ସି.ଟି., ବିଏଡ୍ ହିସାବ ନ ଛିଡ଼ି ଏକ ବିବଦମାନ ପରିସ୍ଥିତି ସୃଷ୍ଟି ହେଲା । ଶିକ୍ଷକ ସଂଘ ଆନ୍ଦୋଳନ ପରେ ୨୦୧୯ରେ ଏକ ସାନି ସଂକଳ୍ପ ପାରିତ ହେଲା, ଯେଉଁଥିରେ ୧୯୯୭ରେ ଶିକ୍ଷା ବିଭାଗ ନିୟମର ସଂଶୋଧନ ହୋଇ ସବୁ ବର୍ଗକୁ ଯଥାର୍ଥ ହେଲା ଭଳି ନିୟମ ପ୍ରଚଳିତ ହେଲା। ପରବର୍ତ୍ତୀ ସମୟରେ ସେହି ଶିକ୍ଷକମାନେ ନିନ୍ଦିତ ହେଲେ କାରଣ ସେଥିରେ ସି.ଟି. ଓ ବିଏଡ୍ର କୌଣସି ପାର୍ଥକ୍ୟ ନ ଥିଲା। ସମସ୍ତ ଶିକ୍ଷକଙ୍କୁ ଲେଭଲ-୫(ଏ)ରେ ରଖି ସେପ୍ଟେମ୍ବର ୨୦୨୦ରେ ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ଲେଭଲ-୫(ବି)କୁ ପଦୋନ୍ନତି ହେଲା। ୨୦୨୧ରେ ନଭେମ୍ବରରେ ଲେଭଲ-୫(ବି)ର ଶିକ୍ଷକଙ୍କୁ ଲେଭଲ-୪କୁ ପଦୋନ୍ନତି ଦିଆଗଲା। ପ୍ରାୟ ୧୦ମାସର ଅନ୍ତରରେ ଦୁଇ ଦୁଇଟା ପଦୋନ୍ନତି ୨୦୨୧ ସୁଦ୍ଧା ସମ୍ଭବ ହୋଇପାରିଲା। ତେବେ ୨୦୨୩ରେ ତୃତୀୟ ପଦୋନ୍ନତି ବେଳକୁ ପ୍ରଶାସନ ଅଜ୍ଞାତ କାରଣରୁ ପ୍ରକ୍ରିୟାକୁ ଜାଣିଶୁଣି ମନ୍ଥର କରୁଥିବା ଶିକ୍ଷକମାନେ କହିଛନ୍ତି।
ରେସିଡେନ୍ସି ଅବଧି ବା ଏକ ନିର୍ଦ୍ଦିଷ୍ଟ ଲେଭଲରେ ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ଅବଧି ପାଇଁ କାର୍ଯ୍ୟ କରିଥିଲେ ହିଁ ସେମାନେ ପରବର୍ତ୍ତୀ ସ୍ତରକୁ ପଦୋନ୍ନତି ପାଇପାରିବେ ବୋଲି ଥିବା ନିୟମକୁ ସରକାର ବିଳମ୍ବ କରିଥିଲେ। ଏହାପରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଗଲା। ତଦନୁସାରେ ୨୦୨୩ ମାର୍ଚ୍ଚ ୨ ସୁଦ୍ଧା ପଦୋନ୍ନତି ପାଇଁ ସମ୍ଭାବିତ ଶିକ୍ଷକଙ୍କ ତାଲିକା, ୨୦୨୩ ଏପ୍ରିଲ ୧୫ ସୁଦ୍ଧା ଚୂଡ଼ାନ୍ତ ତାଲିକା, ୨୦ତାରିଖରୁ ମେ ୧୫ ମଧ୍ୟରେ ଜିଲାସ୍ତରୀୟ ପଦୋନ୍ନତି କମିଟି (ଡିଏଲ୍ପିସି) ଗଠନ ପାଇଁ ନିର୍ଦ୍ଦେଶ ରହିଥିଲା। ଏପ୍ରିଲ ୨୫ରୁ ମେ ୨୦ ମଧ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ବାରା ଜିଲାସ୍ତରରୁ ପ୍ରେରିତ ପ୍ରସ୍ତାବକୁ ଗୃହୀତ କରିବା ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିଲା। ଜୁନ୍ ୧ ତାରିଖରୁ ଶିକ୍ଷକମାନେ ଅବସ୍ଥାପିତ ହେବା ନେଇ ସ୍ଥିର କରାଯାଇଥିଲା। ଚଳିତ ବର୍ଷର ପଦୋନ୍ନତି ପ୍ରକ୍ରିୟାରେ ପ୍ରଥମରୁ ରେସିଡେନ୍ସି ଅବଧି କିଛି ପୁରୁଣା ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସୁହାଇଲା ଭଳି ପଦୋନ୍ନତି କରିବା ପାଇଁ କୋର୍ଟର ସାହାରା, ବୃତ୍ତିଗତ ପାସ୍ ସାର୍ଟିଫିକେଟ ତାରିଖ ସହ ଯଦି ନିଜ ଶିକ୍ଷାଗତ ଦକ୍ଷତା ବଢ଼ାଇଛନ୍ତି ତେବେ ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଅନୁମତି ନେଇଛନ୍ତି କି ନାହି, ଓଟିଇଟି ଉତ୍ତୀର୍ଣ୍ଣ ହେବା ତାରିଖ ଓ ଶେଷରେ ପଦୋନ୍ନତିରେ ସଂରକ୍ଷଣ ଭଳି ଦ୍ବନ୍ଦ୍ୱ ଉପୁଜିଲା। ଦୁର୍ଭାଗ୍ୟର ବିଷୟ ଶିକ୍ଷକଙ୍କ କୌଣସି ତଥ୍ୟ ବିଭାଗ ନିକଟରେ ନାହିଁ। ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର, ନିଯୁକ୍ତି ତଥ୍ୟ, କେଉଁ ଜାତି ଆଧାରରେ ଚାକିରି ପାଇଛନ୍ତି ଯାହା ସର୍ଭିସ୍ ବୁକ୍ରେ ରହିବା କଥା। କିନ୍ତୁ ତାହା ଏକ ଲିଖିତ ପ୍ରହସନ ହୋଇ ପଡ଼ିଛି। ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଅଯୌକ୍ତିକ ମତ ଉପସ୍ଥାପନ ହେଉ କି ପ୍ରଶାସନିକ ଅପାରଗତା ଏଥିରେ ବାରମ୍ବାର ଦ୍ବନ୍ଦ୍ୱ ଉପୁଜୁଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପଚାରିଲେ ପ୍ରକ୍ରିୟା ଚାଲୁ ରହିଛି ବୋଲି କହୁଛନ୍ତି। ପ୍ରକ୍ରିୟା ବିଳମ୍ବିତ ହେବ ଦ୍ବାରା କିଛି ବେଆଇନ କାର୍ଯ୍ୟ ଆଶଙ୍କା କରୁଛନ୍ତି ଶିକ୍ଷକମାନେ। ନବରଙ୍ଗପୁର ଜିଲାରେ ପ୍ରଥମରୁ ଏକ କୋର୍ଟ ନିର୍ଦ୍ଦେଶକୁ ନେଇ ଛକାପଞ୍ଝା ଲାଗିଥିବାବେଳେ ପରେ ଓଟିଇଟିକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। ଶିକ୍ଷା ବିଭାଗର ବିଳମ୍ବ ଯୋଗୁ ଶିକ୍ଷକ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ତାଲିମପ୍ରାପ୍ତ ଶିକ୍ଷକଙ୍କ ଅଭାବ, ଡ୍ରପ୍ ଆଉଟ ବୃଦ୍ଧି, ଶିକ୍ଷାର ମାନ ହ୍ରାସ ଭଳି ସମସ୍ୟା ବିଳମ୍ବିତ ପଦୋନ୍ନତି ଶିକ୍ଷା ବିଭାଗର ସମସ୍ୟାକୁ ଆହୁରି ଜଟିଳ କରୁଛି। ଜୁନ୍ରେ ସ୍କୁଲ ଖୋଲିବାକୁ ଥିଲାବେଳେ ନୂତନ ପଦରେ ଯୋଗଦେବାକୁ ଥିବା ଶିକ୍ଷକ ଓ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମସ୍ୟା ବଢ଼ିବ। ନବରଙ୍ଗପୁର ଭଳି ଏକ ଜିଲାରେ ଶିକ୍ଷାର ମାନ ବୃଦ୍ଧି କରିବା ନିହାତି ଜରୁରୀ ଥିବାବେଳେ କେଉଁ ପରିସ୍ଥିତିରେ ପଦୋନ୍ନତି ପଦ୍ମ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି ତାହା ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ଡିଇଓ ପ୍ରଦୀପ ନାଗଙ୍କୁ ପଚାରିବାରୁ ୨୦୧୧ ପରବର୍ତ୍ତୀ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟି ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତିକି ନାହିଁ, ସେମାନେ ପଦୋନ୍ନତି ପାଇବେ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶିକ୍ଷା ବିଭାଗ ନିୟମ ଅନୁଯାୟୀ ପଦୋନ୍ନତି ଦେବାରେ ସେହିଭଳି କିଛି ଉଲ୍ଲେଖ ନାହିଁ। ସ୍ପଷ୍ଟୀକରଣ ମଗାଯାଇଥିବାରୁ ବିଳମ୍ବ ଘଟୁଛି ବୋଲି କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ନବରଙ୍ଗପୁର View All
ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ
କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…
ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…
ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…
ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ
ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…
ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ
ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…
ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର
ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…
ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ
ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…
ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍ରେ ବାଲେନ୍ଦ୍ର ସରକାର
କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍ରେ ନଜର ଆସିଛନ୍ତି।…
ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ
ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…
Archives

