‘ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ’ର ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୮।୧୦ (ବ୍ୟୁରୋ): ‘ଧରିତ୍ରୀ ’ର ୧୬।୧୦।୨୦୨୩ ସଂସ୍କରଣରେ ପ୍ରକାଶିତ ‘ସର୍ଭେରେ ଲଟକିଛି ୧୭ ପ୍ରକଳ୍ପ’ ଶୀର୍ଷକ ଖବରରେ କେତେକ ତଥ୍ୟରେ ଭୁଲ ରହିଥିବାନେଇ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଏବଂ ଭଦ୍ରକ ଜିଲାର ଆରଡି ରେଳପଥର ଚୂଡ଼ାନ୍ତ ସର୍ଭେ ଗତ ସେପ୍ଟେମ୍ବର ୧୧ ତାରିଖରେ ଶେଷ ହୋଇଛି। ଏହା ଏବେ ନିର୍ମାଣାଧୀନ ରହିଛି। ତେଣୁ ଏହା କହିବା ଠିକ୍‌ ହେବ ନାହିଁ ଯେ, ସମ୍ପୃକ୍ତ ପ୍ରକଳ୍ପ ଅସମ୍ପୂର୍ଣ୍ଣ ସର୍ଭେ କାର୍ଯ୍ୟ ଯୋଗୁ ଅଟକି ରହିଛି। ଜୁନାଗଡ଼-ନବରଙ୍ଗପୁର ୧୧୮ କି.ମି. ରେଳପଥ ସର୍ଭେକାର୍ଯ୍ୟ ଅଟକି ରହିଛି ବୋଲି ଯାହା ପ୍ରକାଶ କରାଯାଇଛି, ବାସ୍ତବରେ ପୂର୍ବତଟ ରେଳପଥ ଦ୍ୱାରା ଏହାର ସର୍ଭେକାର୍ଯ୍ୟ ଶେଷ ହୋଇଛି। ଏପରି କି ଏହାର ସବିଶେଷ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ୨୦୨୨ ଅକ୍ଟୋବର ୧୭ରେ ପ୍ରଦାନ କରାଯାଇଛି। ସେହିପରି ୧୨୫ କି.ମି. ଦୀର୍ଘ ମାଲକାନଗିରି-ଭଦ୍ରାଚଳମ(ପଣ୍ଡୁରାଙ୍ଗପୁରମ୍‌) ନୂଆ ଲାଇନ୍‌ର ଚୂଡ଼ାନ୍ତ ସର୍ଭେ ମଧ୍ୟ ସରିଛି। ଏସଂକ୍ରାନ୍ତ ରିପୋର୍ଟ ମଧ୍ୟ ଗତବର୍ଷ ଅକ୍ଟୋବର ୧୭ତାରିଖରେ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୫୮ କି.ମି. ଲମ୍ବ ଶାଶୁବୋହୂମାଳିି-ସିଜୁମାଳିି-କୁତ୍ରୁମାଳିି ବକ୍ସାଇଟ ମାଇନ୍ସଠାରୁ ଟିକିରି ରେଳଷ୍ଟେଶନ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ ୨୦୨୩ ଜୁଲାଇ ୧ତାରିଖରେ ଡିପିଆର ପ୍ରଦାନ କରାଯାଇଛି। ୭୯କି.ମି. ଦୈର୍ଘ୍ୟ ବିଶିଷ୍ଟ ନୂଆପଡ଼ା-ଗୁଣୁପୁରରୁ ଥେରୁବାଲି ରେଳପଥର ଡିପିଆର୍‌ ମଧ୍ୟ ୨୦୨୧ ଡିସେମ୍ବର ୧୫ରେ ପ୍ରଦାନ କରାଯାଇଛି। ୨୮୨କି.ମି. ଲମ୍ବ ତାଳଚେର-ଗୋପାଳପୁର ରେଳପଥର କ୍ଷେତ୍ର ସର୍ଭେ ମଧ୍ୟ ଶେଷ ହୋଇଛି। ହେଲେ ଏହାର ଡିପିଆର୍‌ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ୧୦୦କି.ମି. ବଲାଙ୍ଗୀର-ନୂଆପଡ଼ା ରୋଡ୍‌ ଭାୟା ପାଟଣାଗଡ଼ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହାର ଡିପିଆର ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ସେହିଭଳି ୩୩ କି.ମି. ଲମ୍ବ ପୁରୀ-କୋଣାର୍କ ରୁଟ୍‌ର କ୍ଷେତ୍ର ସର୍ଭେ ସରିଥିବାବେଳେ ଡିପିଆର ରିପୋର୍ଟ ଖୁବ୍‌ଶୀଘ୍ର ରେଳ ବୋର୍ଡକୁ ପ୍ରଦାନ କରାଯିବ। ୮ କି.ମି. ଲମ୍ବ ଦୈତାରି ଷ୍ଟେଶନରୁ ବାଲି ପର୍ବତ ଲୁହାପଥର ଖଣି ରୁଟ୍‌ର କ୍ଷେତ୍ର ସର୍ଭେ ସରିଥିବାବେଳେ ଡିପିଆର୍‌ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।
ସେହିଭଳି ଯେଉଁ ପ୍ରକଳ୍ପରଗୁଡ଼ିକ ଅସମ୍ପୂର୍ଣ୍ଣ ସର୍ଭେ ଯୋଗୁ ବନ୍ଦ ହୋଇପଡ଼ିଛି ବୋଲି ଉଲ୍ଲେଖ ରହିଛି ସେଗୁଡ଼ିକ ବିଭିନ୍ନ କାରଣରୁ ମନ୍ଥର ଗତିରେ ଚାଲିଛି। ସେଗୁଡ଼ିକର ବାସ୍ତବ ସ୍ଥିତି ହେଲା ୨୭୦ କି.ମି. ରାଇପୁରରୁ ଜବଲ୍‌ପୁର ରୁଟ୍‌ର ନୂଆ ଲାଇନ୍‌ ପାଇଁ ସର୍ଭେ କରାଯାଇ ନାହିଁ। ରାଇପୁର-ସମ୍ବଲପୁରର ଚୂଡ଼ାନ୍ତ ଲୋକେଶନ ସର୍ଭେ ପାଇଁ ଚଳିତବର୍ଷ ଫେବୃୟାରୀ ୨୮ତାରିଖରେ ମଞ୍ଜୁର ହୋଇଥିଲା। ହେଲେ ଏହାର କ୍ଷେତ୍ର ସର୍ଭେ କାର୍ଯ୍ୟ ଜାରି ରହିଛି। ୧୪୨ କି.ମି. ଲମ୍ବ ବରଗଡ଼ରୁ ନୂଆପଡ଼ା ରୁଟ୍‌ ଫିଲ୍ଡ ସର୍ଭେ ଶେଷ ହୋଇଛି। ପରବର୍ତ୍ତୀ କାର୍ଯ୍ୟ ପାଇଁ ଡିପିଆର ପ୍ରଦାନ କରାଯାଇଛି। ୧୬୦ କି.ମି. ଲମ୍ବ ବାରକୋଟରୁ ଝାରସୁଗୁଡ଼ାର ଚୂଡ଼ାନ୍ତ ସର୍ଭେ ଚଳିତ ବର୍ଷ ଅଗଷ୍ଟ ୪ତାରିଖରେ ମଞ୍ଜୁର ହୋଇଥିଲ। ଏହାର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ୨୪୦ କି.ମି. ଲମ୍ବ ବିଶିଷ୍ଟ ଜଗନ୍ନାଥପୁର- ରେଢ଼ାଖୋଲ ନୂଆ ରେଳପଥ ଲାଇନର କାର୍ଯ୍ୟ ଓଆର୍‌ଆଇଡିଏଲ୍‌କୁ ପ୍ରଦାନ କରାଯିବା ସହ ଡିପିଆର୍‌ ମଧ୍ୟ ଦାଖଲ ହୋଇଛି। ୨୫୪ କି.ମି. ଦୈର୍ଘ୍ୟ ଏମ୍‌ସିଆର୍‌ଏଲ୍‌ ନୂଆ କରିଡର ଫେଜ୍‌-୧ ଅନୁଗୋଳରୁ ବଳରାମ(୧୪କି.ମି.) କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏହାର ଚୂଡ଼ାନ୍ତ ଦୋହରୀକରଣ ସର୍ଭେ ଚାଲିଛି। ଏମ୍‌ସିଆର୍‌ଏଲ୍‌ ଫେଜ୍‌-୨ ବଳରାମ-କୁଟାଗଡ଼ିଆ(ତେଣ୍ଟୁଲୋଇ)-ଜରପଡ଼ା(୫୪କି.ମି)ର ଚୂଡ଼ାନ୍ତ ଲୋକେଶନ ସର୍ଭେ ଗତ ଜୁନ୍‌ ୧୮ରେ ମଞ୍ଜୁର ହୋଇଛି। ଏହାର ଡିପିଆର୍‌ ଖୁବ୍‌ଶୀଘ୍ର ପ୍ରଦାନ କରାଯିବ।
ପ୍ରକାଶିତ ଖବରର ଶେଷ ପାରାରେ ଉଲ୍ଲେଖ ଥିବା ଅର୍ଥ ପରିମାଣ ମଞ୍ଜୁର ଅର୍ଥ ନୁହେଁ, ବରଂ ତାହା ପ୍ରକଳ୍ପ ଆକଳନ ଅର୍ଥ(ଏଷ୍ଟିମେଟେଡ୍‌ କଷ୍ଟ)। ଗତ ୨ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ନୂଆ ରେଳପଥ ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଦେଇଥିବା ଜମି ଏବଂ ଜଙ୍ଗଲ ଅନୁମତି ଯୋଗୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୨୨-୨୩ ଏବଂ ୨୦୨୩-୨୪ର ଅଦ୍ୟାବଧି ପର୍ଯ୍ୟନ୍ତ ୩୭.୨୯ କି.ମି. ଲମ୍ବ ରେଳପଥ କାର୍ଯ୍ୟକ୍ଷମ ହୋଇଛି। ଏଥିସହିତ ଆଉ ୮୩ କି.ମି. ନିର୍ମାଣ ଶେଷ ପର୍ଯ୍ୟାୟରେ ରହିଛି। ଚଳିତ ଆର୍ଥିକ ବର୍ଷରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ମୋଟ ଉପରେ ୧୪୨.୩ କି.ମି. ଦୈର୍ଘ୍ୟ ରେଳପଥ କାର୍ଯ୍ୟକ୍ଷମ ହୋଇଛି। ତେଣୁ ଉପରଲିଖିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ରେଳ ଭିତ୍ତିଭୂମି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri