ଉଜୁଡ଼ିଲା ଔଷଧୀୟ ଉଦ୍ୟାନ

ଚମ୍ପୁଆ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶିଠାରେ ଥିବା ଔଷଧୀୟ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ୍‌ ଉଦ୍ୟାନ ନଷ୍ଟହୋଇଯାଇଥିବାରୁ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପୁନରୁଦ୍ଧାର ପାଇଁ ବନ ବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତି ତଥା କରୋନା ମହାମାରୀ ପରେ ଆୟୁର୍ବେଦିକ ଔଷଧର ବ୍ୟବହାର ଓ ଆବଶ୍ୟକତା ଅଧିକ ବୃଦ୍ଧି ପାଇଛି। ଏହି ଉଦ୍ୟାନ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ବୈଦ୍ୟ ବ୍ୟବହାର କରୁଥିବା ଚେରମୂଳି ଔଷଧ ସହଜରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଥିଲା ବେଳେ ଏହି ଉଜୁଡ଼ା ଉଦ୍ୟାନ ବୈଦ୍ୟମାନଙ୍କ ଆଶାକୁ ଆଶାରେ ଅଟକାଇ ଦେଇଛି।
ଅନୁଯାୟୀ,୨୦୨୦-୨୧ରେ ହୁଞ୍ଜପଶିଠାରେ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ଔଷଧୀୟ ଉଦ୍ୟାନ କରାଯାଇଥିଲା। ତାରବାଡ଼ ଓ ଗେଟ୍‌ ଦ୍ୱାରା ଏହାକୁ ଆବଦ୍ଧ କରାଯାଇଥିଲା। ମାତ୍ର ୨ ବର୍ଷ ନ ପୂରୁଣୁ ଔଷଧୀୟ ଉଦ୍ୟାନଟି ଉଜୁଡ଼ିଯାଇଛି। ହାତଗଣତି କେତୋଟି କରଞ୍ଜଗଛକୁ ଛାଡ଼ି ଦେଲେ ଅନ୍ୟ ଗଛ ନ ଥିବା ଦେଖିବାକୁ ମିଳିଛି। ଆବଦ୍ଧ ତାରବାଡ଼ର ଚିହ୍ନବର୍ଣ୍ଣ ନ ଥିଲା ବେଳେ କେବଳ ମୂକସାକ୍ଷୀ ଭାବେ ମୁଖ୍ୟଦ୍ୱାରରେ ଲାଗିଥିବା ଫାଟକ ଠିଆ ହୋଇ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ଉଦ୍ୟାନଟି ନଷ୍ଟ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି। ଏହି ମୂଲ୍ୟବାନ୍‌ ଉଦ୍ୟାନଟି ନଷ୍ଟାଭିମୁଖୀ ହୋଇ ପଡ଼ିଥିବାରୁ ପରିବେଶପ୍ରେମୀଙ୍କୁୁ ଏହା ବ୍ୟଥିତ କରିଛି। ଏ ସଂକ୍ରାନ୍ତରେ ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆଙ୍କୁ ପଚାରିବାରୁ ଏହା ମୋ ସମୟରେ ହୋଇ ନ ଥିଲା ଏବଂ ଏ ବିଷୟରେ ମୋ ପାଖରେ କୌଣସି ଖବର ନାହିଁ। ମାତ୍ର କେଉଁ କାରଣ ପାଇଁ ଏହି ମୂଲ୍ୟବାନ୍‌ ଉଦ୍ୟାନ ଉଜୁଡ଼ିଗଲା ତାହାର ତଦନ୍ତ କରାଯିବା ସହ ଏହାର ପୁନରୁଦ୍ଧାର ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ସେହିପରି ବୈତରଣୀ ବୈଦ୍ୟ ସଂଘର ଉପଦେଷ୍ଟା ଡ. ଅବଦୁଲ୍‌ ରହମାନ୍‌ କୁହନ୍ତି, ଔଷଧୀୟ ଉଦ୍ୟାନ ହେବା ଫଳରେ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଖୁସି ଥିଲେ। ଗଛ ଲଗାଇବାରେ ବାହାଦୁରି ନାହିଁ , ତା’ର ରକ୍ଷଣାବେକ୍ଷଣ କରିବା ଉଚିତ। ତାରବାଡ଼ ସହ ସବୁଜବାଡ଼ କରାଯାଇ ଏହାର ପୁନରୁଦ୍ଧାର କରାଯିବା ଆବଶ୍ୟକ। ସେହିପରି ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ପରିବେଶପ୍ରେମୀ ରମାକାନ୍ତ ପ୍ରଧାନଙ୍କ ମତ ଅନୁସାରେ ଏହି ଔଷଧୀୟ ଉଦ୍ୟାନ ସ୍ଥାନୀୟ ଅଞ୍ଚଳର ବୈଦ୍ୟ ଓ ପରିବେଶପ୍ରେମୀଙ୍କ ପାଇଁ ନୂତନ ସମ୍ଭାବନା ଆଣିଦେଇଥିଲା। ମାତ୍ର ଦୁଃଖର ବିଷୟ, ଉଦ୍ୟାନଟି ନଷ୍ଟ ହୋଇଯାଇଛି। ଏହାର ପୁନରୁଦ୍ଧାର ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦାୟିତ୍ୱ ପ୍ରଦାନ କରାଗଲେ ଭଲ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri