Posted inଖେଳ

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ ବି ଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବୁଧବାର ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି, ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଙ୍ଗଳବାର ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚି  ଯଥାକ୍ରମେ ହୋଟେଲ ନିକ୍କି ରେସିଡେନ୍ସି ଓ ଟୁଲି ପ୍ରିମିୟମଠାରେ ଅବସ୍ଥାନ କରିଛନ୍ତି। ବୁଧବାର ସକାଳେ ଓ ଅପରାହ୍ନରେ ଉଭୟ ଦଳ ପୃଥକ୍‌ ଭାବରେ ସେମାନଙ୍କର ପ୍ରାକ୍ଟିସ୍‌ ଆରମ୍ଭ କରିଛନ୍ତି। ଏହି ମ୍ୟାଚ୍‌ ପାଇଁ ବିସିସିଆଇ ପକ୍ଷରୁ ହରିୟାଣା ରାଜ୍ୟ କ୍ରିକେଟ ଆସୋସିଏଶନର୍‌ ବରିଷ୍ଠ ଅମ୍ପାୟାର ଗୌରଭ ବଶିଷ୍ଠ ଓ ମ୍ୟାଚ ରେଫରୀ ଭାବେ ନିଯୁକ୍ତି ଦେଇଥିବା ବେଳେ ବିଦର୍ଭ କ୍ରିକେଟ ଆସୋସିଏଶନର ଗଣେଷ ଚରହଟେ ଓ ପଞ୍ଜାବ କ୍ରିକେଟ ଆସୋସିଏଶନର ରଞ୍ଜିବ ଶର୍ମାଙ୍କୁ ମ୍ୟାଚ୍‌ର ଅମ୍ପାୟାର ଭାବେ ନିଯୁକ୍ତି ହୋଇଛନ୍ତି। ମ୍ୟାଚ୍‌ର ଅନ୍‌ଲାଇନ୍‌ ସ୍କୋରର ଭାବେ ଓ କ୍ରିକେଟ୍‌ ଆସୋସିଏଶନର ସି.ଡି ସୁନିଲ, ସହ ସ୍କୋରର ଭାବେ ବୀରବର ନାଏକ, ଭିଡିଓ ଆନାଲିଷ୍ଟ ଭାବରେ ଶାରଦା ପ୍ରସନ୍ନ ବିଶ୍ୱାଳ ଓ ସହ ଭିଡିଓ ଆନାଲିଷ୍ଟ ଭାବେ ତାପସ କୁମାର ନାଏକଙ୍କୁ ବିସିସିଆଇ ପକ୍ଷରୁ ନିଯୁକ୍ତି ମିଲିଛି।

୬ ତାରିଖରୁ ଆରମ୍ଭ ହେଉଥିବା ଏହି ମ୍ୟାଚ୍‌ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଉଭୟ ଦଳ ପାଇଁ ଏଠାରେ ଉଚ୍ଚମାନର ପଡ଼ିଆ, ପ୍ରାକ୍ଟିସ ପିଚ୍‌ ଉଚ୍ଚ ମାନର ବ୍ୟବସ୍ଥା ରହିଛି। ଓଡ଼ିଶା ଦଳର
ମ୍ୟାନେଜର ଶୌର୍ଯ୍ୟରଞ୍ଜନ ରାଏ ରହିଥିବା ବେଳେ ଶ୍ୟାମ ଘୋଷ୍‌ ବେଙ୍ଗଲ ଦଳର ମ୍ୟାନେଜର ରହିଛନ୍ତି । ଆୟୋଜନ କମିଟିରେ ଭେନ୍ୟୁ ହେଡ୍‌ ଅଛନ୍ତି କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଚେୟାରମେନ ଡି. ମୂରଲୀ କ୍ରିଷ୍ଣା, ବେଙ୍ଗଲ ଦଳର ସ୍ଥାନୀୟ ମ୍ୟାନେଜର ରହିଛନ୍ତି ପ୍ରଦୀପ ନନ୍ଦ, ଅମ୍ପାୟାରମାନଙ୍କର ଦାୟିତ୍ୱରେ ଅମିୟ ଭୂଷଣ
ସାହୁ ରହିଥିବା ବେଳେ ଉଭୟ ଦଳର ସଂଜୋୟକ ରହିଛନ୍ତି ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର। ସ୍କୋରର ଓ ଭିଡିଓ ଆନାଲିଷ୍ଟଙ୍କ ଦାୟିତ୍ୱରେ ରଜତ ଦାଶ ଅଛନ୍ତି। ଉଭୟ ଦଳ ଓ ମ୍ୟାଚ୍‌ ଅଫିସିଆଲଙ୍କ ଖାଇବା ଦାୟିତ୍ୱରେ ସୋଡେସ୍କୋର ମ୍ୟାନେଜର ଉତ୍ପଳ ଦତ୍ତ, ଏସିଏଲଓ ଭାବେ ସୁବ୍ରତ ଚାଟାର୍ଜୀ, ଏସ୍ପିଓସି ଲଜିଷ୍ଟିକ୍‌ ଭାବେ ପୀତାମ୍ବର ପ୍ରଧାନ, ଓସିଏ କ୍ୟୁରେଟର ଭାବେ ହୃଷୀକେଶ ସିଂ, ଗ୍ରାଉଣ୍ଡସ୍‌ ମ୍ୟାନ ଭାବେ କେଶବ ରହିଛନ୍ତି। ଜିଲା କ୍ରିକେଟ୍‌
ଆସୋସିଏଶନ୍‌ ସଭାପତି ହରିହର ପ୍ରାଧାନ, ସମ୍ପାଦକ ରବି ନାରାୟଣ ପଣ୍ଡା, କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର
ଏମ୍‌ଡି ବିବେକ ଦଶାରୀ ଓ ଡାଏରେକ୍ଟର ଟୁ ଚେୟାରମ୍ୟାନ ଲୋକେଶ ଦଶାରୀ ପ୍ରମୁଖ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri